ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ଆକ୍ଟର Kuna Tripathy ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

0

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ବହୁ ପରିଶ୍ରମ ଫଳରେ ସେମାନେ ସଫଳତା ର ଶୀର୍ଷ ରେ ପହଞ୍ଚିଛନ୍ତି। ଜୀବନ ସହ ସଙ୍ଘର୍ଷ କରି ସେମାନେ ସଫଳତା ପାଇ ପାରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କୁନା ତ୍ରିପାଠୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ ଓ ଟିଭି ରେ ପ୍ରସାରିତ ନ୍ୟୁଜ୍ ଫ୍ୟୁଜ୍ ପାଇଁ ଅଧିକ ପରିଚିତ।ତାଙ୍କର କଥା କହିବାର ଶୈଳୀ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଥିଲା ।

ଆଜି ଆମେ ଆପଣଙ୍କୁ କୁନା ତ୍ରିପାଠୀଙ୍କ ପରିବାର ଓ ତାଙ୍କର ପର୍ସନାଳ ଲାଇଫ ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ । ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ।

ସୂଚନା ଯୋଗ୍ୟ ଯେ କୁନା ତ୍ରିପାଠୀ ଙ୍କ ରିଅଲ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ।କିନ୍ତୁ ସେ କୁନା ତ୍ରିପାଠୀ ନାଁରେ ପୁରା ଓଡିଶାରେ ପରିଚିତ ଅଟନ୍ତି ।ଓଡିଶାର ସବୁ କୋଣ ଅନୁକୋଣରେ ସମସ୍ତେ କୁନା ତ୍ରିପାଠୀ ବେଶ୍ ପରଚିତ। ତେବେ ସେ ଜଣେ ଅଭିନେତା ସହ ନିର୍ଦେଶକ, ଉପସ୍ଥାପକ ଓ ଅଧକ୍ଷ ମଧ୍ୟ ଅଟନ୍ତି ।

୧୯୬୮ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ବି ସେ କଟକରେ ରହୁଛନ୍ତି । ତାଙ୍କ ପିତାଙ୍କ ନାଁ ପରମାନନ୍ଦ ତ୍ରିପାଠୀ ଅଟେ। ତାଙ୍କର ପିତା ଜଣେ ସରକାରୀ କର୍ମଚାରୀ ଥିଲେ ।ତାଙ୍କର ପତ୍ନୀଙ୍କ ନାମ ହେଉଛି ସଂଗୀତା ତ୍ରିପାଠୀ। ବିବାହ ପରେ କୁନା ତ୍ରିପାଠୀ ଓ ସଂଗୀତା ତ୍ରିପାଠୀଙ୍କର ଦୁଇଟି ଝିଅ ବି ଅଛନ୍ତି।
ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ରୁଚି ରଖିଥିଲେ।ଦୁଇ ରୁ ତିନି ବର୍ଷ ସମୟରୁ ହିଁ ସେ ଅଭିନୟ କରିବା ଆରାମ୍ଭ କରିଥିଲେ । ପ୍ରଥମେ ସେ ଡ୍ରାମା ଓ ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କୁନା ତ୍ରିପାଠୀ ୧୦୦ରୁ ଅଧିକ ନାଟକ କରିବା ପରେ ସେ କଟକରେ ଅବସ୍ଥିତ ଆକାଶବାଣୀରେ କାର୍ଯ୍ୟ କରିଲେ। ଏହା ପରେ ସେ ଓଡିଆ ଫିଲ୍ମ ଜଗତକୁ ଆସିଥିଲେ । ପ୍ରଥମେ ସେ ଓଡିଆ ଫିଲ୍ମରେ ଖଳନାୟକ ପରେ ନଜର ଆସୁଥିଲେ ।

ଏହା ସହିତ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏକ ଧାରାବାହିକରେ ବି ସେ ନଜର ଆସିସାରିଛନ୍ତି ।ଏହା ସହିତ କିଛି ସମୟ ପରେ ସେ ଅନ୍ୟ କେତେକ ଧାରାବାହିକରେ ବି ଅଭିନୟ କରିଛନ୍ତି । ଏହା ପରେ ସେ ଓ ଟିଭିର ଶୋ ନ୍ୟୁଜ ଫ୍ୟୁଜ ଦ୍ଵାରା ବହୁତ ଚର୍ଚିତ ହୋଇଥିଲେ।କିନ୍ତୁ ବର୍ତ୍ତମାନ ସମୟରେ ସେ ଏହି ଶୋରେ ନଜର ଆସୁ ନାହାନ୍ତି। କିନ୍ତୁ ଏହି ଶୋରେ ସେ ଯେତେବେଳେ କଥାବାର୍ତ୍ତା କରୁଥିଲେ ତେବେ ସମସ୍ତେ ତାଙ୍କର କଥାକୁ ଧ୍ୟାନର ସହ ଶୁଣୁ ଥିଲେ। କହିବାକୁ ଗଲେ ସେ ଏହି ଶୋରେ କିଛି ଜୋକ ମଧ୍ୟ କହୁଥିଲେ ।

ଯାହାକୁ ଶୁଣିବା ମାତ୍ରେ ହିଁ ମୁହଁରେ ହସ ଚାଲି ଆସୁଥିଲା।କୁନା ତ୍ରିପାଠୀ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ଅଧକ୍ଷ ରୂପରେ ବି ନିୟୋଜିତ ହୋଇଛନ୍ତି। ଏହା ଛଡା କୁନା ତ୍ରିପାଠୀ ହାସ୍ୟ ଅଭିନେତା ରୂପରେ ବି ବହୁତ ପରିଚିତ ଅଟନ୍ତି। ବର୍ତ୍ତମାନ ସମୟରେ କୁନା ତ୍ରିପାଠୀ ଖାଡେଙ୍ଗା ଫ୍ୟାମିଲିରେ ନଜର ଆସୁଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।