ଦେଖନ୍ତୁ Live ଭିଡିଓ – CCTV ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେନି…

0

କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା। ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ। କିନ୍ତୁ ଦର୍ଷକବନ୍ଧୁ ଆପଣ ମାନେ ତ ସମସ୍ତେ ଏକଥା କୁ ନେଇ ଅଜ୍ଞ ଥିବେ ଯେ ଅନେକ ସବୁ ଦୁର୍ଘଟଣା ଆମ ଅଖ ପାଖରେ ନୀତିଦିନ ଘଟୁଛି। “ସଡ଼କ ସୁରକ୍ଷା ଜୀବନ ରକ୍ଷା” ଓ “ଦୃତ ଗତି ମହା ବିପତ୍ତି” ଭଳି ଅନେକ ସବୁ ବାର୍ତ୍ତା ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସଚେତନ ମଧ୍ୟ କରାଯାଉଛି।

ହେଲେ କେଉଁଠି ନା କେଉଁଠି ଏହାକୁ ବେଖାତିର୍ କରି ଲୋକ ମାନେ ନିଜର ବହୁ ମୂଲ୍ୟ ଜୀବନ ହରାଉଛନ୍ତି। ଅଥବା କିଛି ଲୋକ ମଧ୍ୟ ସାରା ଜୀବନ ପାଇଁ ପଙ୍ଗୁ ହୋଇଯାଉଛନ୍ତି। ବିଶେଷ କରି ଆଜି କାଲିର ଯୁବ ପିଢୀ।ଆମକୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟରେ ୩ ଜଣ ବାଇକ୍ ଆରୋହୀଙ୍କ ବିଭିନ୍ନ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି। ହୁଏତ ଏହାର ସଂଖ୍ୟା ତା ଠୁ ଅଧିକ ମଧ୍ୟ ହୋଇପାରେ।

କେଉଁଠି ବାଇକ୍ ଆରୋହୀ ଭୁଲ କରିଛି ତ ଆଉ କେଉଁଠି ଅନ୍ୟ ଗାଡ଼ି। ତେବେ ଆମ ସାମ୍ନା କୁ ଆସିଛି ସେମିତି କେତେକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ତେବେ କଥା ସବୁ କଣ ରହିଛି ଆସନ୍ତୁ ଜାଣିବା।

୧: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଲୁଣା ବ୍ରିଜ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ତୁଳସୀପୁର ଅଞ୍ଚଳର ନିହାର ରଞ୍ଜନ ସୁତାର ବୋଲି ଜଣା ପଡିଛି। ନିହାର ପାରାଦୀପ ଠାରୁ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଲୁଣା ବ୍ରିଜ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

୨: ସେହିପରି ଢେଙ୍କନାଳ କାମାକ୍ଷା ନଗର ମୂଖ୍ୟ ରାସ୍ତାର ଖଟୁଆ ହତା ଗାଁ ଶବର ସାହି ନିକଟରେ ଟାଟାଏସି ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତକ ଜଣଙ୍କ ସଦର ଥାନା ବାର୍ଧା ସୁଧରି କାଟେଣି ଗାଁର ସଞ୍ଜୟ କୁମାର ନାୟକ ବୋଲି ଚିହ୍ନଟ କରିଥିଲା ପୋଲିସ୍। ସଞ୍ଜୟ ନିଜ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଟାଟାଏସି ଗାଡ଼ି ତାଙ୍କୁ ସାମ୍ନା ସାମ୍ନି ଧକ୍କା ଦେଇଥିଲା। ଯାହା ଫଳରେ ସଞ୍ଜୟଙ୍କ ମୃତ୍ୟୁ ହୋଇଯାଇଥିଲା।

୩: ଅନ୍ୟ ଗୋଟିଏ ହେଲା ନବରଙ୍ଗପୁର ପାପଡାହାଣ୍ଡି ଠାରେ ଘଟିଥିବା ଦୁର୍ଘଟଣା ଟିକେ ଭିନ୍ନ ପ୍ରକାରର। ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଭି ଥରି ଉଠିବ। ଏଠିଭି ଜଣେ ଯୁବ ବାଇକ୍ ଚାଳକ ମୃତ୍ୟୁର ଶିକାର ହୋଇଛନ୍ତି। ଅଜାଣତରେ ହେଉ ଅଥବା ଅସାବଧାନତା ଯୋଗୁଁ ହେଉ, ଅକାଳରେ ଝଡି ପଡ଼ିଲା ଜଣଙ୍କ ଜୀବନ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଜଟାବାହଲା ନିକଟରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଛି ଏକ ମାର୍ମନ୍ତୁତ ଘଟଣା ଯାହା ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ରେ କଏଦ ହୋଇଯାଇଥିଲା। ଫୁଟେଜ ରେ ଦେଖା ହୋଇଛି ଯେ ଗୋଟେ ଚାଉଳ ବୁଝେଇ ଟ୍ରକ୍ ବହୁ ଧୀର ଗତିରେ ଯାଉଥିବା ବେଳେ ଅଚାନକ ପଛ ପଟରୁ ଧୃତ ଗତିରେ ଆସୁଥିବା ଏକ ବାଇକ୍ ଟ୍ରକ୍ କୁ ଧକ୍କା ଦେଇଥିଲା। ଓ ରାସ୍ତା ଉପରକୁ ଛିଟିକି ପଡିଥିଲେ ୨ ଜଣ ଯୁବକ।

ଏହି ଦୃଶ୍ୟରୁ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ବାଇକ୍ ର ବେଗ କେତେ ଥିବ। ଯାହା ଫଳ ସ୍ୱରୂପ ସେମାନେ ଭାରସାମ୍ୟ ରକ୍ଷା କରି ନପାରି ଟ୍ରକ୍ କୁ ଆସି କୁଟି ଦେଇଥିଲେ। ତେବେ ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିବାକୁ ଆସିଲା ବେଳକୁ ଜଣଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ପଛରେ ବସିଥିବା ନବୀନ ଭତରା ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ସବୁଠୁ ବଡ କଥା ଦୁହିଁଙ୍କ ମୁଣ୍ଡରେ ହେଲମେଟ ନ ଥିଲା। ହୁଏତ ହେଲମେଟ ପିନ୍ଧିଥିଲେ ବାଇକ୍ ଚାଳକ ସମ ଭତରାଙ୍କ ଜୀବନ ଅଳ୍ପକେ ବର୍ତି ଯାଇଥାନ୍ତା।\

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।