ବାପା ଙ୍କୁ ଦେଇଥିବା ଵଚନ କୁ ତିନି ଝିଅ ଅନ୍ଧାର ରାତିରେ ନିଜ କାନ୍ଧରେ ନେଲେ ବାପା ଙ୍କର ଶବ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆଖିରେ ଲୁହ ଆସିଯିବ………

0

ଧୀରେ ଧୀରେ ଆମ ସମାଜରେ ବଢ଼ିବାରେ ଲାଗିଛି ଯେତେ ସବୁ ଆଶ୍ଚର୍ଯ୍ୟ ଜନକ , ଅଭବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ଯାହାକୁ ଦେଖିଲେ ସହ୍ୟ କରିହେବ ନାହିଁ କିମ୍ବା ଶୁଣିଲେ ବିଶ୍ୱାସ ଯୋଗ୍ୟ ହେବ ନାହିଁ ।କିନ୍ତୁ ଏହା ସତ୍ୟ ଘଟଣା ଅଟେ।ତେବେ ଆମ ହିନ୍ଦୁ ଧର୍ମ ର ନିୟମ ଅନୁସାରେ ଯଦି ଗୋଟିଏ ପରିବାର କେହି ଜଣେ ମୃତ୍ୟୁ ବରଣ କରିଥାନ୍ତି ତେବେ ତାଙ୍କର ଶବ ବା ମଲା ଶରୀରକୁ ମଶାଣି କୁ କେବଳ ପୁରୁଷ ଲୋକ ମାନେ ହିଁ ନେଇଥାନ୍ତି ଏବଂ ମହିଳା ମାନଙ୍କୁ ମଶାଣି କୁ ଯିବା ବାରଣ କରାଯାଇଥାଏ। କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ବିପରୀତ ଅଟେ ।

ଏହି ଘଟଣା ଟି ଜାଣିଲେ ଆପଣ ଚକିତ ହୋଇଯିବେ ନିଶ୍ଚିତ।ସୂଚନାଯୋଗ୍ୟ ଯେ,କେନ୍ଦ୍ରାପଡା ଜିଲ୍ଲାର ତେରଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ତଥା ଅଭାବନୀୟ ଘଟଣା।ବାପା ଙ୍କୁ ଦେଇଥିବା କଥା କୁ ପାଳନ କରିବାକୁ ଯାଇ ନିଜ କାନ୍ଧରେ ବାପା ଙ୍କର ଶବ ସତ୍କାର କରିଛନ୍ତି ତିନି ଝିଅ

ଘଟଣା ଟି ନିହାତି ଦୁଃଖ ଦାୟକ ତଥା ଅଭାବନୀୟ ଅଟେ। ତେବେ ଘଟଣା ଟି କେନ୍ଦ୍ରାପଡା ଜିଲ୍ଲାର ତେର ଗାଁ ରେ ଅବସ୍ଥିତ ଏକ ମଧ୍ୟ ବିତ ପରିବାରର ।ତେବେ ଏହି ପରିବାର ରେ ତିନି ଜଣ ଝିଅ ଏବଂ ସ୍ୱାମୀ ସ୍ତ୍ରୀ ରହୁଥିଲେ।କିନ୍ତୁ ଭଗବାନ ଙ୍କର ଏପରି ଆଡ଼ମ୍ବନା ଯେ, ଘରର ମୁଖ୍ୟ ଶ୍ରୀଧର ବେହେରା ଙ୍କର ମାରାତ୍ମକ ରୋଗରେ ଅକାଳ ମୃତ୍ୟୁ ହୋଇଗଲା। ତେବେ ଶବ କୁ ମଶାଣି କୁ ନେବାକୁ କେହି ନ ଆସିବାରୁ ଶେଷରେ ତିନି ଝିଅ ନିଜର କାନ୍ଦ ରେ ବାପା ଙ୍କର ଶବ କୁ ନେଇ ସବୁକାମ କରିଛନ୍ତି ।

ତେବେ ଶ୍ରୀଧର ପ୍ରଥମେ ଜଣ୍ଡିସ ଏବଂ ପରେ ବୃକକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ।ତାଙ୍କର ପଛରେ ତାଙ୍କର ଥିବା ସମସ୍ତ ଜମି ବାଡ଼ି ଓ ଟଙ୍କା ପଇସା ଖର୍ଚ୍ଚ କରିଥିଲେ ମା ଓ ତିନି ଝିଅ କିନ୍ତୁ ଶେଷରେ ଆଖି ବୁଜି ଦେଲେ ଶ୍ରୀଧର ।ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କର ଶବ ସତ୍କାର କରିବାକୁ କେହି ପୋଡ଼ଶୀ କି ବନ୍ଧୁବାନ୍ଧବ ପାଖକୁ ଆସୁନଥିଲେ। ତାହାର କାରଣ ଥିଲା କି ଶ୍ରୀଧର ତାଙ୍କର ତିନି ଝିଅ ଙ୍କୁ ମୁଣ୍ଡ ଛୁଆଁଇ ଶପଥ କରିଥିଲେ କି ତାଙ୍କର ବଡ଼ ଭାଈର ପୁଅ କୁ କେବେବି ତାଙ୍କର ଶବ କୁ ଛୁଇଁବା କୁ ଦେବ ନାହିଁ ଏବଂ ନିଜ ହାତରେ ମତେ ନିଆଁ ଦେବ ।

ବାପା ଙ୍କର ଏହି କଥାକୁ ମନେ ରଖିଥିଲେ ତିନି ଝିଅ ଏବଂ ସେମାନେ ଜିଦି କଲେ କି ବଡ଼ ବାପା ଙ୍କର ପୁଅ କୁ ମୁଖାଗ୍ନି ଦେବାକୁ ଦେବେ ନାହିଁ ।ତେଣୁ ପୋଡ଼ଶୀ ଲୋକ କେହି ବି ତାଙ୍କ ପାଖରେ ଛିଡା ହେଲେ ନାହିଁ ।ଶେଷରେ ତିନି ଝୁ ରାତିର ଅନ୍ଧାର ରେ ବାପା ଙ୍କର ଶବ ସତ୍କାର କଲେ ।

ତେବେ ଘରେ ଟଙ୍କା ନଥିବାରୁ ସେମାନେ ସରକାର ଙ୍କ ଠାରୁ ନିଜର ବାପା ଙ୍କର ଶୁଦ୍ଧିକ୍ରିୟା ଏବଂ ଭବିଷ୍ୟତ ପାଠ ପଢା ପାଇଁ ଆଶା କରିଥିବା ବେଳେ ତାଙ୍କର ଜିଲ୍ଲାପାଳ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି ଏବଂ ଶୁଦ୍ଧିକ୍ରିୟା ପାଇଁ ସହଯୋଗ ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।