ଦେଖନ୍ତୁ ଭିଡିଓ – CCTV ରେ ରେକର୍ଡ ହେଲା ଭିଡିଓ ରାତି ଅଧରେ ମାଉସୀ ମା’ଙ୍କର ମନ୍ଦିର ରେ ଚୋରି ସୋସିଆଲ ମିଡିଆ ରେ ଭାଇରଲ

0

ଧୀରେ ଧୀରେ ଆମ ସମାଜରେ ବଢ଼ିବାରେ ଲାଗିଛି ଯେତେ ସବୁ ଆଶ୍ଚର୍ଯ୍ୟ ଜନକ , ଅଭବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ପୁରାତନ ଯୁଗରେ ଲୋକମାନେ ନିଜର ମାନ ସଂମାନ କୁ ରକ୍ଷା କରିବାକୁ ଯାଇ ନିଜର ମୁଣ୍ଡ କାଟ କରିବାକୁ ମଧ୍ୟ ପଛାଉ ନଥିଲେ କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁ କିଛି ବିପରୀତ ହେବରେ ଲାଗିଛି।

ଲୋକମାନେ ପୂର୍ବରୁ ଠାକୁର ଙ୍କୁ ଏତେ ବିଶ୍ୱାସ କରୁଥିଲେ କି ସେମାନେ ଭଗବାନ ଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରୁଥିଲେ। ଖାଲି ଏତିକି ନୁହେଁ ବରଂ ସବୁଦିନ ଧରି ଠାକୁରଙ୍କ ର ସେବା ଶୁଶ୍ରୁଷା କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜରେ ଲୋକ ମାନେ ଆଉ ଠାକୁର କିମ୍ବା ଭଗବାନ ଙ୍କ ଉପରେ ବିଶ୍ୱାସ ରଖୁ ନାହାଁନ୍ତି।

ଖାଲି ବିଶ୍ୱାସ ରଖୁନାହାଁନ୍ତି ନୁହେଁ ବରଂ ମନ୍ଦିରରେ ଭଗବାନ ଙ୍କର ସହ କେବେ କେବେ ଏପରି କାର୍ଯ୍ୟ କରୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ତଥା ଲଜ୍ୟା ଜନକ ଅଟେ। ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ବଡ଼ଦାଣ୍ଡରେ ଠିବା ମାଉସୀ ମା ଙ୍କ ମନ୍ଦିର ର ଦୁଃଖ ବିଷୟରେ ।ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ପୁରୀ ବଡ଼ଦାଣ୍ଡ ରେ ରହିଥିବା ମାଉସୀ ମା ଙ୍କ ମନ୍ଦିର ରେ ଚୋରି ହୋଇଛି। କେତେକ ଦୁର୍ବୁତ୍ତ ଏହି ମନ୍ଦିର ମଧ୍ୟ କୁ ପ୍ରବେଶ କରି ମାଉସୀ ମା ମନ୍ଦିର ରେ ଥିବା ସମସ୍ତ ଗହଣା ଯାହାକି ମା ନିଜେ ପରିଧାନ କରିଥିଲେ ତାହାକୁ ଲୁଟି ନେଇଛନ୍ତି। ତେବେ ଏହି ଘଟଣା ଟି ଦୁଇ ଦିନ ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ଦିନ ରାତିରେ ଏହି ଘଟଣା ଘଟିଛି ।

ତେବେ ମନ୍ଦିର ବଢ଼ା ରେ ଭକ୍ତ ଙ୍କର ଗହଳି କମିବା ପରେ ପ୍ରାୟ ଅଧ ରାତ୍ରିରେ ଦୁର୍ବୁତ୍ତ ମାନେ ଏପରି ଦୁଃସାହସିକ କାର୍ଯ୍ୟ କରିଛନ୍ତି ।ସେହି ମନ୍ଦିର ର ପ୍ରାଣଙ୍ଗରେ ଲାଗିଥିବା ସିଟି ଟିଭି ରେ ସବୁକିଛି ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି ।

ଏହି ଭିଡ଼ିଓ ରେ ସମ୍ପୂର୍ଣ୍ଣ ଭାବରେ ଜଣାଯାଉଛି ଯେ,ଦୁଇ ଜଣ ଦୁର୍ବୁତ୍ତ ଏକ ବ୍ୟାଗ ଧରି ମାଉସୀ ମା ଙ୍କ ର ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଏବଂ ପରେ ମାଉସୀ ମା ଙ୍କର ସମସ୍ତ ଗହଣା ଅଳଙ୍କାର ସବୁକୁ ବ୍ୟାଗ ରେ ପୁରାଇ ଛନ୍ତି। ଭଗବାନ ଜଗନ୍ନାଥ ଙ୍କର ମାଉସୀ ମା ଙ୍କର ମନ୍ଦିର ମଧ୍ୟରେ ପ୍ରବେଶ କରି ଏପରି କାର୍ଯ୍ୟ କରୁଥିବା ବେଳେ ସେମାନେ ଭୁଲି ଯାଇଥିଲେ କି ସେଠାରେ କୌଣସି କ୍ୟାମେରା ରହିଛି ।

ଯେଉଁ ଥିରେ ସବୁକିଛି ରେକର୍ଡ ହୋଇଛି ବୋଲି ।ମା ଙ୍କର ଗହଣା ଓ ପଇସା ପତ୍ର ସବୁ ଲୁଟିବା ସମୟରେ ତାଙ୍କୁ ଟିକିଏ ବି ଡର କି ଲାଜ ଲାଗୁନଥିଲା। ଏହି କଳି ଯୁଗରେ ଏସବୁ କଣ ହେଉଛି କେଜାଣି।କେବେବି ବିଶ୍ୱାସ କରିବା କଷ୍ଟକର ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।