ପୂଜା କରୁଥିବା ସମୟରେ ଯଦି ଘଣ୍ଟି ବଜାଉଛନ୍ତି ତେବେ ନିଶ୍ଚିତ ଦେଖନ୍ତୁ ଭଗବାନ କ’ଣ ସଂକେତ ଦେବାକୁ ଚାଁହୁଚନ୍ତି ( ଭୟଙ୍କର କଥା )

0

ତେବେ ବନ୍ଧୁଗଣ ହିନ୍ଦୁ ଧର୍ମର ସଂସ୍କୃତିରେ ପ୍ରତ୍ୟେକ ଘରେ ପ୍ରତିଦିନ ପୂଜା କରିବାର ନିୟମ ରହିଛି। ଯାହାକି ନିର୍ଦ୍ଦିଷ୍ଟ ବିଧି ବିଧାନ ଦ୍ଵାରା ସମ୍ପନ୍ନ ହୋଇଥାଏ। ତେଣୁ ପ୍ରତ୍ୟେକଙ୍କ ଘରେ ଠାକୁର ଘର ଅଥବା ପୂଜା ସ୍ଥଳ ନିଶ୍ଚିତ ଭାବରେ ରହିଥାଏ । ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଘରର ବାତାବରଣରେ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ପୁଜା କରିବାର ମଧ୍ୟ କେତେକ ବିଧି ବିଧାନ ଓ ନିୟମ ରହିଛି ।

ଏହି ନିୟମ ଗୁଡ଼ିକ ପ୍ରାଚୀନ କାଳରୁ ପ୍ରଚଳିତ ହେଇ ଆସୁଅଛି । ବର୍ତ୍ତମାନ ସମୟରେ ମଧ୍ୟ ଏହି ନିୟମ ଲୋକମାନଙ୍କ ଦ୍ଵାରା ପାଳିତ ହେଉଛି । ଯଦି ଆପଣ ଏହାକୁ ନ ମାନୁଛନ୍ତ ତେବେ ଆପଣଙ୍କର ହିଁ କ୍ଷତି ହେବାର ସମ୍ଭାବନା ଅଛି ପୂଜା କରିବାର ନିୟମ ଗୁଡ଼ିକ ମଧ୍ୟରୁ ଗୋଟିଏ ନିୟମ ହେଉଛି ପୂଜା କରିବା ସମୟରେ ଘଣ୍ଟି ବଜାଇବା ।
ପୂଜା କରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି କାରଣ ଘଣ୍ଟି ନାଦ ଈଶ୍ୱର ଙ୍କ ପ୍ରିୟ ଅଟେ । ଯଦି ପୂଜା କରିବା ସମୟରେ ଘଣ୍ଟି ବାଜାଯାଏ ତେବେ ସେହି ସମୟରେ ଈଶ୍ୱରଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି ଏବଂ ରାକ୍ଷସ ମାନଙ୍କ ଦମନ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଦ୍ଵାରା କେଉଁ ସବୁ ନିୟମ ର ପାଳନ କରିବା ଉଚିତ ଏବଂ ଏହାଦ୍ବାରା କଣ ଲାଭ ହୋଇଥାଏ । ଏହା ସହିତ ଘଣ୍ଟି ବଜାଇବା ସମୟରେ କେଉଁ ଭୁଲ କରିବା ଆଦୋୖ ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ଶାସ୍ତ୍ର ଅନୁସାରେ ଯେତେବେଳେ ସୃଷ୍ଟି ର ରଚନା ହୋଇଥିଲା ସେହି ସମୟରେ ସବୁଠାରୁ ବଡ଼ ଯେଉଁ ଧ୍ୱନିର ସୃଷ୍ଟି ହୋଇଥିଲା ତାହା ଥିଲା ଘଣ୍ଟିର ଧ୍ୱନି । ଏହା ଓଁକାର ଧ୍ୱନି ରେ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଘଣ୍ଟି କୁ ପୂଜା କରିବା ସମୟରେ ବ୍ୟବହାର କରାଯାଏ । ତେଣୁ ଘଣ୍ଟି କୁ ବିନା ପୂଜା କରି ବଜାଇବା ଉଚିତ୍ ନୁହଁ। ଦେବଦେବୀଙ୍କ ର ଯେଉଁଭଳି ପୂଜା ହୋଇଥାଏ ଘଣ୍ଟିର ବି ସେଭଳି ପୂଜା କରିବା ଉଚିତ୍।

ମନେରଖନ୍ତୁ ଯଦି ଘଣ୍ଟିର ଉପରି ଭାଗରେ ଗରୁଡ ଚିହ୍ନ ଅଛି ତେବେ ଏହା ଭଗବାନଙ୍କ ଆଗମନ କୁ ଆମନ୍ତ୍ରଣ କରିଥାଏ। ସେଥିପାଇଁ ଆରତି ସମୟରେ ଘଣ୍ଟି ବଜାଇବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ନହେଲେ ଆରତି ଅଧା ରହି ଯାଇଥାଏ। ପ୍ରାୟତଃ ବ୍ୟକ୍ତି ଆରତୀ କରିବା ସମୟରେ ଘଣ୍ଟି ବଜାଇଥାନ୍ତି । କିନ୍ତୁ ଯଦି ଭଗବାନଙ୍କୁ ଜଳ ଅର୍ପଣ ଏବଂ ନୈବେଦ୍ୟ ଅର୍ପଣ କରିବା ସମୟରେ ଘଣ୍ଟି ବଜାଇବେ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

ତେବେ ଆପଣ ନିଜେ ମଧ୍ୟ ଅନୁଭବ କରିଥିବେ ପୂଜା କରୁଥିବା ସମୟରେ ଯେତେବଳେ ଘଣ୍ଟି ବଜାଇଥାନ୍ତି ଆପଣଙ୍କ ଘରେ ବାତାବରଣ ଶୁଦ୍ଧ, ପବିତ୍ର ଏବଂ ସକାରାତ୍ମକ ପୂର୍ଣ୍ଣ ହୋଇଯାଇଥାଏ। ଘଣ୍ଟି ବଜାଇବା ବେଳେ କୌଣସି ବି ଦେବତାଙ୍କ ମନ୍ତ୍ର ଜପ କରିବା ଉଚିତ୍। ଏହା ଶୁଭମୟ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।