ରକ୍ତ କର୍କଟ ରୋଗରେ ପିଡୀତା ଛୋଟ ଝିଅକୁ ସହାୟତା ନିବେଦନ , ଆପଣ ମାନଙ୍କ ଗୋଟିଏ ସେୟାର ଏହି କୁନି ଭଉଣୀ ର ଜୀବନ ବଞ୍ଚାଇ ପାରିବ

0

ସମସ୍ତ ଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ ଯିଏ ଗଢ଼ି ପାରେ ସେ ଭାଙ୍ଗିପାରେ କେମିତି। ଭଗବାନ ଙ୍କର ୟେ କେମିତି ନ୍ୟାୟ। ରୋଗ ଦେଲେ ହେଲେ ରୋଗ କୁ ଭଲ କରିବା ପାଇଁ ଆର୍ଥିକ ସମ୍ବଳ ଦେଲେ ନାହିଁ। କଣ ରୋଗ ଲୋକର ଆର୍ଥିକ ସ୍ଥିତି ଦେଖିକି ଆସିଥାଏ କି? ଯଦି ନା ତେବେ ଗୋଟେ ଗରିବ ଲୋକ କଣ ପାଇଁ ନିଜର ଚିକିତ୍ସା କରେଇ ପାରୁନାହିଁ।

ଆଜି କାଲି ସମୟ ରେ ଡାକ୍ତର ଙ୍କ ଅଭାବ ନାହିଁ। ବହୁତ ଭଲ ଭଲ ଡାକ୍ତର ଅଛନ୍ତି। ହେଲେ ତାଙ୍କର ଦକ୍ଷିଣା ମଧ୍ୟ ସେହିପରି ହୋଇଥାଏ। ଯାହାକି ଜଣେ ଗରିବ ଲୋକ ପକ୍ଷେ ଦେଇ ପାରିବା ଅସମ୍ଭବ। ତା ବାଦ୍ ଆହୁରି ଔଷଦ ଖର୍ଚ୍ଚ ସେ ପୁଣି ଅଲଗା। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବ ରୁ ହୋଇ ପାରୁନି କ୍ୟାନସର ଚିକିତ୍ସା। ତେବେ ଆସନ୍ତୁ ଜାଣିବା ଏହି ଦୁଃଖଦ ଘଟଣା ଟି ସମ୍ବନ୍ଧରେ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ ବନ୍ଧମୁଣ୍ଡା ପଞ୍ଚାୟତର ଭେଟବର ଗ୍ରାମର କାର୍ତ୍ତିକ ବେହେରା ଙ୍କ ଝିଅ ହେଉଛି ସୁମିତ୍ରା ବେହେରା। ଯିଏ କି ଏବେ ରକ୍ତ କର୍କଟ ରୋଗରେ ପୀଡିତା। ବୟସ ବେଶି ନୁହଁ, ମାତ୍ର ୨୦ ବର୍ଷ। ସେ ରଣପୁର ନୋଡାଲ ମହାବିଦ୍ୟାଳୟର +୨ ତ୍ଵିତିୟ ବର୍ଷ ର ଛାତ୍ରୀ ଥିଲେ। କେତେ ଆଶା ଅସୁମାରୀ ନେଇ ପାଠ ପଢୁଥିଲେ ଭଲ ମଣିଷ ହୋଇ ଗଢ଼ି ତୋଳିବାକୁ ହେଲେ ପରୀକ୍ଷାରେ ବାଧକ ସାଜିଛି ଏହି ଦୁରାରୋଗ୍ୟ। ନିଜେ ମଧ୍ୟ ସୁମିତ୍ରା ବେହେରା ଓ ତାଙ୍କ ବାପା ମା କୋହ ଭରା କଣ୍ଠରେ କାକୁତି ମିନତି ହୋଇ ସରକାର ଙ୍କ ତରଫ ରୁ କିଛି ସହଯୋଗ ଲୋଡିଛନ୍ତି

ଯାହା ଦ୍ଵାରା ସୁମିତ୍ରା ତାଙ୍କର ପାଠ ପଢି ଆଗକୁ ବଢିବାର ସ୍ବପ୍ନ କୁ ସାକାର କରି ପାରିବେ। ସେ ତାଙ୍କର ଆଉ ଗୋଟେ ନୂଆ ଜୀବନ ପାଇବା ପାଇଁ ମଧ୍ୟ କାମନା କରିଛନ୍ତିି। ଭଗବାନଙ୍କ ୟେ କି ନିଷ୍ଠୁରତା। କାରିଗର ହୋଇ ଗଢିଦେଲେ ଏମିତି ସୁନ୍ଦର ଝିଅ ଟିଏ ହେଲେ ଏତେ କମ୍ ବୟସରେ କର୍କଟ ଭଳି ଯନ୍ତ୍ରଣାରେ ଛଟପଟ କରେଇବାକୁ ଭି ପଛାଇଲେ ନାହିଁ।
କେତେ ପୁଣ୍ୟର ଫଳ ମିଳିଥାଏ ମଣିଷ ଜୀବନ ଟେ ପାଇଁ। ହେଲେ କିଏ ଜାଣେ କାହାର ଭାଗ୍ୟ ଚକ୍ର କେତେବଳେ କେଉଁ ଆଡ଼କୁ ଗତି କରିବ। ସେମିତି ଏକ ସୁମିତ୍ରା ଙ୍କ ଘଟଣା। ୫ ଜଣ ସଦସ୍ୟ ଙ୍କୁ ନେଇ ପରିବାର। ହେଲେ ରୋଜଗାର କହିଲେ କାର୍ତ୍ତିକ ବେହେରା ଏକା। ସେ ଜଣେ ଦିନ ମଜୁରୀଆ। ଜମି ବୋଲି ଗୁଣ୍ଠେ ଭି ନାହିଁ।

ସେଥିରେ ପୁଣି ୨୫ ବର୍ଷର ପୁଅ ହାଡ଼ ଯକ୍ଷ୍ମା ଏବଂ ମେରୁଦଣ୍ଡ ଜନିତ ରୋଗରୁ ଅପରେସନ ହୋଇ ଫେରିଛନ୍ତି। ଆର୍ଥିକ ସମ୍ବଳ କହିଲେ କିଛି ନାହିଁ। ସେଥିପାଇଁ ରକ୍ତ କର୍କଟ ରୋଗରେ ପୀଡିତା ତାଙ୍କ ଝିଅ ସୁମିତ୍ରା କୁ ନେଇ ବଡ଼ ଡାକ୍ତରଖାନାରେ ଦେଖେଇବା ପାଇଁ ସରକାର ଙ୍କଠୁ ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।