ଦେଖନ୍ତୁ ଭିଡିଓ – ଚୁଟି କାଟିଲା ବେଳେ ଗ୍ରାହକ ଜଣେ ଓକିଲ ସହ ଏଭଳି କରିବସିଲେ କିଛି ଏମିତି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ବ୍ୟାପୁଛି…

0

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଆଜି ଏହି ପୋଷ୍ଟ ମାଧ୍ୟମରେ ଏମିତି ଗୋଟେ ଘଟଣା ଜଣାଇ ବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେଇଦେବେ। ତେବେ କଟକ ଓଡ଼ିଶା ର ଏକ ବଡ଼ ସହର। କିନ୍ତୁ ଏଠାରେ ଘଟିଥିବା, କଳା କୋର୍ଟ ରେ କଳା ଓକିଲ ଙ୍କ କଳା କାରନାମା ଯାହାକୁ ଶୁଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ। ସେ ଓକିଲ ଟି ଯାହା କାର୍ଯ୍ୟ କଲା କଣ ତାହା ଠିକ୍? ଆଉ ତାକୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ।
ତେବେ କିଛି ଦିନ ତଳେ କଟକ ର ମର୍ତ୍ତନଗର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା। ଫାଇଲ୍ ହୋଇଥିବା କେଶ୍ ଅନୁସାରେ, କଟକ ର ଓଡ଼ଗାଁ ବାସିନ୍ଦା ରବୀନ୍ଦ୍ର ଡାକୁଆ। ସେ କଟକ ର ସେକ୍ଟର ୯ ରେ ଏକ ପାର୍ଲର ରେ କାର୍ଯ୍ୟ କରନ୍ତି। ତେବେ ସେ ଆଉ ତାଙ୍କ ଭାଇ ଜଣେ ଓକିଲ ଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ କରିଥିଲେ । ଅସଲ ଘଟଣା ଟା ହେଉଛି କରୋନା ଭାଇରସ୍ ବ୍ୟପିଥିବାରୁ ବହୁତ ଲୋକ କାମ ଛାଡି ପଳେଇ ଆସିଥିଲେ। ରୋଜଗାର ମଧ୍ୟ ବନ୍ଦ ହୋଇଯାଇଥିଲା। ତେବେ ଲକଡାଉନ କାରଣରୁ ରବୀନ୍ଦ୍ର ଙ୍କ ଭାଇ ଭାଗିରଥି କିଛି କାମ ଧନ୍ଦା କରିବା ଉଦ୍ଦେଶ୍ୟ ରେ ଆସି ତାଙ୍କ ସହ ଉକ୍ତ ପାର୍ଲର ରେ କାର୍ଯ୍ୟ କରିବାକୁ ଲାଗିଲେ ।

ତେବେ ସେ ପାର୍ଲର ରେ କାମ କରୁଥିବା ବେଳେ ଜଣେ ଓକିଲ ତାଙ୍କ ପାଖରୁ ଚୁଟି କାଟିବା କୁ ଆସିଥିଲେ। ବାର ବାର ଆସିବା ପରେ ସେ ଭାଗିରଥି ଙ୍କ ସହିତ କଥା ବାର୍ତ୍ତା ବଢ଼ାଇଥିଲେ। ଏହି ବାହାନାରେ ସେ ତାଙ୍କ ଫୋନ ନମ୍ବର ଆଦି ସବୁ ମଧ୍ୟ ନେଇ ଥିଲେ। ତେବେ ସେହିଦିନ ରାତିରେ ଉକ୍ତ ଓକିଲ ଜଣକ ଭାଗିରଥି ଙ୍କୁ ଖରାପ ଭିଡ଼ିଓ ସବୁ ପଠାଇବା ସହିତ ତାଙ୍କୁ ଖରାପ ଖରାପ ମେସେଜ କଲେ । ଯାହା ଭାଗିରଥି ଙ୍କୁ ସେସବୁ ଭଲ ଲାଗି ନ ଥିଲା। ତେଣୁ ସେ ଚୁପ୍ ନ ରହି ଏହି ଘଟଣା ବିଷୟରେ ନିଜ ବଡ଼ ଭାଇଙ୍କୁ ଅବଗତ କରାଇ ଥିଲେ।
ଏହାପରେ ତାଙ୍କ ଭାଇ ରବୀନ୍ଦ୍ର, ଓକିଲ ଙ୍କୁ ଫୋନ କରି ଏସବୁ କାର୍ଯ୍ୟ ତାଙ୍କ ଭାଇ ସହ ନ କରିବା ପାଇଁ କହିବାରୁ ଓକିଲ ତାଙ୍କ ଅନୁରୋଧ କୁ ନ ଶୁଣି, ବେଖାରିର୍ ଭାବେ ଗାଳି ଗୁଲଜ କରିବା ସହିତ କଟକ ରୁ ଉଠେଇ ନେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଯାହା ଫଳରେ ରବୀନ୍ଦ୍ର ଏହି ଓକିଲ ଙ୍କ ଉପରେ ଏକ ମାଲା ରୁଜୁ କରିଥିଲେ। ତେବେ ଜଣେ ଆଇନ୍ ରକ୍ଷକ ଙ୍କୁ ଏମିତି ନୀଚ କାର୍ଯ୍ୟ କଣ ଶୋଭା ପାଉଛି। ସେ ଯାହା ଭି ହେଉ ବର୍ତ୍ତମାନ ସମୟରେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।