କେବଳ ମନ୍ଦାର ଫୁଲ ସାହାଯ୍ୟରେ କରନ୍ତୁ ଏହି ଉପାୟ ଆପଣଙ୍କ ସମସ୍ତ କେଶ ଜନିତ ସମସ୍ୟା ଦୂର ହୋଇଯିବ

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଦୁଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ପ୍ରାକୃତିକ ଉପାୟ ଟିକୁ କରିବାକୁ ହେଲେ ଆପଣଙ୍କୁ ଏହି ସବୁ ସାମଗ୍ରୀ ର ଆବଶ୍ୟକତା ରହିଛି ।ସେଗୁଡିକ ହେଉଛି
୧.ନାଲି ମନ୍ଦାର ଫୁଲ
୨.ନଡ଼ିଆ ତେଲେ

ପ୍ରସ୍ତୁତ କରିବେ କିପରି:-

ଏହି ଉପାୟ ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୫-୭ ଟି ନାଲି ମନ୍ଦାର ଫୁଲ ନିଅନ୍ତୁ (ଆପଣ ଚାହିଁଲେ ଅଧିକ ନେଇପାରିବେ)।ଏବଂ ୨-୩ ଚାମଚ ନଡିଆ ତେଲେ ନିଅନ୍ତୁ।ବର୍ତ୍ତମାନ ଏକ କଢେଇ ରେ ନଡ଼ିଆ ତେଲେ ରେ ନେଇଥିବା ମନ୍ଦାର ଫୁଲ କୁ ନିଅନ୍ତୁ ଏବଂ ତାହାକୁ ଲୋ ଫ୍ରେମ ରେ ଗ୍ୟାସ ରେ ପ୍ରାୟ ୮-୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।ଏବେ ଦେଖିବେ କି ମନ୍ଦାର ଫୁଲର ରଙ୍ଗ ରେ ପରିବର୍ତ୍ତନ ହେବାରେ ଲାଗିବ। ତେବେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରିବା ପରେ ୨-୩ ଘଣ୍ଟା ପର୍ଯ୍ୟନ୍ତ ଏପରି ଛାଡି ଦିଅନ୍ତୁ ଫଳରେ ମନ୍ଦାର ଫୁଲର ସମସ୍ତ ଗୁଣ ନଡ଼ିଆ ତେଲେରେ ମିଶିଯିବ ।ପରେ ଏହାକୁ ଏକ ଛଣା ମାଧ୍ୟମରେ ଛାଣି ନିଅନ୍ତୁ ଏବଂ ଏହାକୁ ଏକ ଜାର ରେ ଷ୍ଟର କରିକି ରଖିନିଆନ୍ତୁ ।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟିକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ସୂର୍ଯ୍ୟ କିରଣ ରେ କିମ୍ବା ଗରମ ପାଣି ସାହାଯ୍ୟରେ ଗରମ କରିନିଅନ୍ତୁ। ଏହାକୁ ମୁଣ୍ଡ ଧୋଇବା ପୂର୍ବ ରାତିରେ ମୁଣ୍ଡରେ ଭଲ ଭାବରେ ମାଲିସ କରି ଲଗେଇ ନିଅନ୍ତୁ। ପରେ ଦିନ କେଶ କୁ ସାମ୍ପୁ କରିନିଅନ୍ତୁ ।ତେବେ ଏହାକୁ ଆପଣ ସପ୍ତାହ ରେ ୨-୩ ଥର ବ୍ୟବହାର କରନ୍ତୁ ।ଏପରି କରିବା ଦ୍ବାରା ଆପଣଙ୍କର ଚନ୍ଦାପଣ ଥିଲେ କିମ୍ବା ମହିଳା ମାନଙ୍କର କେଶ ର ସମସ୍ତ ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।