Pregnancy Tips – ପ୍ରତ୍ୟେକ ଦିନ ସେବନ କରନ୍ତୁ ମାତ୍ର ୨ ଟି ତୁଳସୀ ପତ୍ର ଜାଣନ୍ତୁ କିପରି ଏହାକୁ ସେବନ କରିବେ

0

ଗର୍ଭବତୀ ମହିଳାଙ୍କୁ ସାଧାରଣ ମହିଳା ଙ୍କ ଅପେକ୍ଷା ଅଧିକ ଯତ୍ନବାନ ଓ ସାବଧାନ ରହିବାକୁ ହୋଇଥାଏ। ଗୋଟିଏ ମହିଳା ଗର୍ଭବତୀ ହେବା ପରେ ତାର ପ୍ରତିଦିନ ର କାର୍ଯ୍ୟକଳାପ ତଥା ଖାଦ୍ୟ ପେୟ ରେ ବହୁତ ପରିବର୍ତ୍ତନ ଆସିଥାଏ। ଏପରି କି ତାକୁ ବହୁତ ପ୍ରକାରର ଖାଦ୍ୟ ସାମଗ୍ରୀ କୁ ଖାଇବା କୁ ବାରଣ କରାଯାଉଥିବା ବେଳେ କେତେକ ଖାଦ୍ୟ ପଦାର୍ଥ କୁ ଖାଇବାକୁ ବାଧ୍ୟ କରାଯାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ଯେ,ଗର୍ଭବତୀ ମହିଳା ମାନେ ଗର୍ଭାବସ୍ଥାରେ ପ୍ରତ୍ୟେକ ଦିନ ତୁଳସୀ ପତ୍ର ଖାଇବା ଦରକାର ,ଏହାର ଉପକରିତା ଉଭୟ ମା ଓ ଛୁଆ ପ୍ରତି କଣ ରହିଥାଏ ବୋଲି ।

ତେବେ ବନ୍ଧୁଗଣ ଆପଣ ମାନେ ଜଣିଛନ୍ତି ଯେ, ତୁଳସୀ ଗଛ ହେଉଛି ଦେବଦେବୀ ଙ୍କର ପ୍ରିୟ ତଥା ଏକ ଔଷଧୀୟ ଗଛ ଅଟେ। ଏହାକୁ ସେବନ କରିବା ଦ୍ବାରା କାହିଁ ବଡ଼ ବଡ଼ ରୋଗ ସବୁ ରୋଗ ରୁ ଆମକୁ ମୁକ୍ତି ମିଳିଥାଏ। ଏହା ଆମ ଶରୀର ପ୍ରତି ବହୁତ ଉପକାରୀ ହୋଇଥାଏ।ତେବେ ତୁଳସୀ ପତ୍ର ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଅତି କମରେ ଦୁଇ ଟି ତୁଳସୀ ପତ୍ର ସେବନ କରିବା ନିହାତି ଆବଶ୍ୟକ ଅଟେ ।ତେବେ ଏହାର ଫାଇଦା ବିଷୟରେ ଜଣେଇବୁ।

୧.ତୁଳସୀ ପତ୍ର ରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି କଁଗାଲ ପରି ପୋଷକ ତ୍ୱତ ସବୁ ରହିଥାଏ ଯାହାକି ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ତଥା ତାଙ୍କର ଗର୍ଭରେ ବଢୁଥିବା ପିଲା ଟିର ବିକାଶ କରିବାରେ ବହୁତ ସାହାଯ୍ୟ କରେ। ତେଣୁ ପ୍ରତ୍ୟେକ ଦିନ ୨ଟି ତୁଳସୀ ପତ୍ର ନିଶ୍ଚିତ ସେବନ କରନ୍ତୁ।

୨.ତୁଳସୀ ପତ୍ରରେ ମାଙ୍ଗନିଜ ପଦାର୍ଥ ଥାଏ ଯାହାକି ମା ର ଟେନ୍ସନ ଓ ଚାପ କୁ ଦୂର କରିଥାଏ ଏବଂ ପିଲାର ହାଡ଼ ଗଠନ କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଙ୍କ ପାଇଁ ଉପକାରୀ ହୋଇଥାଏ।

୩.ତୁଳସୀ ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ A ଏବଂ ଆଇରନ କଣିକା ରହିଥାଏ ଯାହାକି ଉଭୟ ମା ଓ ପିଲା ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।ପ୍ରତ୍ୟେକ ଦିନ ସକାଳେ ଦୁଇଟି ତୁଳସୀ ପତ୍ର ସେବନ କରିବା ଦ୍ୱାରା ମହିଳାଙ୍କ ଶରୀରରେ ରକ୍ତ ର ଅଭାବ ହୋଇନଥାଏ।

୪.ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଗର୍ଭ ରେ ବଢୁଥିବା ପିଲାର ମାନସିକ ବିକାଶ ବହୁତ ଭଲ ଭାବରେ ହୋଇଥାଏ ।ଏହା ଗୋଟିଏ ପିଲାର ସ୍ମରଣ ଶକ୍ତି କୁ ବୃଦ୍ଧି କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

୫.କିନ୍ତୁ ଆପଣ ମାନେ ଜାଣିଥିବେ କି ତୁଳସୀ ପତ୍ର ଆମ ଶରୀର ପାଇଁ ଗରମ ହୋଇଥାଏ। ତେଣୁ ଏହାକୁ ସେବନ କରିବା ସମୟ ରେ ଏକ ନିର୍ଦ୍ଦିଷ୍ଟ ମାତ୍ରରେ ସେବନ କରିବା ଆବଶ୍ୟକ। ତେବେ ସକାଳେ କିଛି ଖାଦ୍ୟ ଖାଇବା ପରେ ମାତ୍ର ୨ ଟି ତୁଳସୀ ପତ୍ର ସେବନ କରନ୍ତୁ ।ଏହା ଉଭୟ ମା ଓ ଛୁଆ ଙ୍କ ପାଇଁ ବହୁତ ଉପଦେୟ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।