ପୁଣି ଓଡିଶାରେ ଲଜ୍ୟା ! ଗାଁ ଦାଣ୍ଡରେ ମହିଳା ଙ୍କ ସହିତ ପରିବାର ଲୋକ ଏମିତି କିଛି କରିଦେଲେ ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ କହିବେ ନାରୀକୁ ଯଦି ସମ୍ମାନ ଦେଇ ଶିଖିନ ତେବେ ଘରକୁ କାହିଁକି ବୋହୁ ଆଣିବ…

0

ନାରୀ ମାନେ ସବୁବେଳେ ଅବହେଳିତ। ଆଜି ର ସମାଜ ରେ ମଧ୍ୟ ନାରୀ ମାନଙ୍କୁ ଅବହେଳିତ ମନେ କରା ଯାଉଛି। ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ। ଆଜି ବି ନାରୀ ମାନେ ନିର୍ଯାତନା ସହୁଚନ୍ତି। ଘରେ ଘରେ ହିଂସା ଲାଗି ରହିଛି। ହେଲେ ଏହାର ଶିକାର ହେଉଛନ୍ତି ନିରୀହ ବୋହୂ।

ଏଭଳି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ନୂଆ ବୋହୂ କୁ ନିର୍ମମ ଭାବେ ଅତ୍ୟାଚାର କରି ରକ୍ତାକ୍ତ କରିଛନ୍ତି ଶାଶୁ ଘର ଲୋକେ। ଆସନ୍ତୁ ଜାଣିବା ପୁରା ଘଟଣା।

ତେବେ ସୂଚନା ଯୋଗ୍ୟ ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ର କୋରା ଗ୍ରାମ ର ଘଟଣା। ବିବାହ କୁ ମାତ୍ର ଦୁଇ ବର୍ଷ ପୁରି ନଥିଲା। ଜଜାଙ୍ଗ ଗ୍ରାମର ଝିଅ ସୁଚିସ୍ମିତା କେତେ ସ୍ବପ୍ନ ଓ ଆଶା ନେଇ ବୋହୂ ହୋଇ ଆସି ଥିଲେ କୋରା ଗାଁ କୁ। ହେଲେ ସବୁ ସ୍ବପ୍ନ ରକ୍ତ ହୋଇ ବୋହି ଚାଲିଛି। ସ୍ବାମୀ ଓ ଶାଶୂ ବାଙ୍ଗାଲୋର ରେ ରୁହନ୍ତି। ସେଠାରୁ ରହି କହୁଛନ୍ତି ତାକୁ ଘରୁ ବାହାର କରିବା ପାଇଁ।

ମାମୁ ଶଶୁର , ଶାଶୁ, ଯା, ନଣନ୍ଦ, ଦେଢାସୂର ମିଶି ସୁଚିଶ୍ମିତା ଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା। ମାମୁ ଶଶୁର ଘରେ ରହି ଥିଲେ ସେ। ତେଣୁ ତାଙ୍କୁ ବାରମ୍ବାର ଘରୁ ବାହାରି ଯିବା ପାଇଁ ଧମକ ଦିଆ ଯାଉଛି ଓ ମାଡ଼ ମଧ୍ୟ ଦିଆ ଯାଉଛି। ସେ ରହୁଥିବା ଘରେ ବିଜୁଳି ବ୍ୟବସ୍ଥା କାଟି ଦେଇଛନ୍ତି।

ତେବେ ଘରେ ଏକା ରହୁଥିବା ବେଳେ ଟେକା ଫୋଫାଡି ପ୍ରତ୍ୟେକ ଦିନ ଗାଳି ଗୁଲଜ୍ କରୁଛନ୍ତି। ଦିନେ ଏମିତି ହେଲା ହସ୍ପିଟାଲ୍ ଯାଇ ଘରକୁ ଫେରିଲା ବେଳକୁ ଘରେ ତାଲା ପକାଇ ଦେଇଥିଲେ ଘର ଲୋକ। ତେଣୁ ସୂଚିଶ୍ମିତା ପୋଲିସ୍ ର ସହାୟତା ନେବାକୁ ବାଧ୍ୟ ହେଲେ। ସେତେବେଳ ତାଙ୍କ ସହ ଥିଲେ ନିଜ ବାପା।

ସେହି ରାଗ ରେ ବୋହୂ କୁ କୁକୁର ଭଳି ଗାଁ ଦାଣ୍ଡ ରେ ଘୋଷାଡି ଘୋଷାଡି ଠେଙ୍ଗା ରେ ପିଟି ମାଡ଼ ମାରି ଚାଲିଥିଲେ। ମାମୁ ଶଶୁର, ମାଇଁ ଶାଶୁ, ଓ ଯା ସମସ୍ତେ ମିଶି ଅପମାନିତ କରୁଥିଲେ ସୂଚିସ୍ମିତା ଙ୍କୁ। ଜଣେ ମହିଳା ହୋଇ ଆଉ ଜଣେ ମହିଳା ଙ୍କୁ କିପରି ମାଡ଼ ମାରୁ ଛନ୍ତି ଓ କିପରି ଏତେ ଅପମାନିତ କରୁଛନ୍ତି। ଏହା କିଭଳି ଅହଙ୍କାର ।

ଏହି ଭଳି ମଣିଷ ଝିଅ ବୋହୂ ଙ୍କୁ ସମ୍ମାନ ଦେଇ ଜାଣି ନାହାନ୍ତି। ବାପା ଙ୍କ ଅଭିଯୋଗ ଝିଅ ବିଦା ବେଳେ ସମସ୍ତ ଜିନିଷ ଦେଇଥିଲି। ଯାହା ଡିମାଣ୍ଡ କରିଥିଲେ ଦେଇଥିଲି। ତଥାପି ଝିଅ ଉପରେ ଅତ୍ୟାଚର ହେଉଛି। ସନ୍ତାନ ଟି ଏ ହେବାକୁ ଯାଉଥିଲା। ମାତ୍ର ଘର ଲୋକ ଚକ୍ରାନ୍ତ କରି ଔଷଧ ବଦଳାଇ ଖାଇବକୁ ଦେଇ ସନ୍ତାନ କୁ ମାରି ଦେଲେ। ବର୍ତ୍ତମାନ ସୁଚିଶ୍ମିତା ନ୍ୟାୟ ମାଗୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।