ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲାଏହି ଦୃଶ୍ୟ ! ବୁଢା ବାପା ମାଆ କୁ କାନ୍ଧରେ ୪୦ km ବୋହି କି ନେଲା ପୁଅ, ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

0

ଭଗବାନ ଆମ ସମସ୍ତ ଙ୍କର ଯତ୍ନ ନେଇପାରିବେ ନାହିଁ ବୋଲି ଏ ସଂସାରରେ ବାପା ଓ ମା ଙ୍କୁ ନିଜର ଅନ୍ୟ ଏକ ରୂପ ଭାବରେ ପଠେଇ ଥିଲେ। ସେଇଥି ପାଇଁ କୁହାଯାଏ ଯେ ବାପା ମା ହେଉଛନ୍ତି ଆମର ଚଳନ୍ତି ଦେବତା। ବାପା ମା ମଧ୍ୟ ପିଲା ଙ୍କର ଖୁସି ଏବଂ ତାଙ୍କର ମଙ୍ଗଳ ପାଇଁ କିଛି ବି କରିଥାନ୍ତି ,କେତେ କଷ୍ଟ ଦୁଃଖ ସହି ସେମାନେ ତାଙ୍କର ପିଲା ମାନଙ୍କୁ ଖୁସିରେ ରଖିଥାନ୍ତି। ଖାଲି ସେତିକି ନୁହେଁ ପିଲା ମାନେ ମଧ୍ୟ ନିଜର ବାପା ମା ଙ୍କର ମାନସଂମାନ କୁ ରକ୍ଷା କରିବା ପାଇଁ ଏବଂ ସେମାନଙ୍କ ମୁହଁରେ ଖୁସି ଦେବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି ।

ତେବେ ଆମ ପୁରାଣ ରେ ଶ୍ରବଣ କୁମାର ଙ୍କୁ ତାଙ୍କର ବାପା ମା ଙ୍କ ପ୍ରତି କରିଥିବା କର୍ତ୍ତବ୍ୟ କୁ ନେଇ ବେଶ ଚର୍ଚ୍ଚାରେ ରହିଆସିଛନ୍ତି ।ତେବେ ବର୍ତ୍ତମାନ କଳି ଯୁଗରେ ଆମେ ଆପଣଙ୍କୁ ଏମିତି ଜଣେ ଶ୍ରବଣ କୁମାର ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯିଏକି ନ୍ୟାୟ ପାଇଁ ନିଜର ବାପା ମା ଙ୍କୁ କାନ୍ଧରେ ବସେଇ ୪୦ କିଲୋମିଟର ଚାଲିଛନ୍ତି। ତେବେ ଏହି ଘଟଣା ଟି ଘଟିଛି ଓଡ଼ିଶାର ଜିଲ୍ଲା ମୟୁରଭଞ୍ଜ ଠାରେ ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣଙ୍କୁ ମଧ୍ୟ ଦୁଃଖ ଲାଗିବ।

ତେବେ ଘଟଣା ଟି ହେଉଛି ମୟୁରଭଞ୍ଜ ର କାର୍ତ୍ତିକ କୁମାର ଙ୍କ ସହ ।ସୂଚନା ଅନୁସାରେ ଏକ ମିଛ କେସ ରେ କାର୍ତ୍ତିକ କୁମାର ଙ୍କୁ ୨୦୧୮ ମସିହା ରେ ୧୮ ଦିନ ପାଇଁ ଜେଲ ରେ ରହିବାକୁ ପଡିଥିଲା। ତେବେ ସେ ଜଣେ ଗରିବ ପରିବାର ର ସଦସ୍ୟ ଅଟନ୍ତି। ତାଙ୍କର ପରିବାର କହିଲେ ବୃଦ୍ଧ ବାପା ମା ଏବଂ ସେ ନିଜେ। ତେବେ ପୂର୍ବରୁ ସେ ଦିନ ମଜୁରିଆ ପରି କାମ କରି ତାଙ୍କର ପରିବାର ଚାଲୁଥିଲା କିନ୍ତୁ ସେ ଜେଲ ରୁ ଫେରିବା ପରେ ତାଙ୍କୁ କେହି ବି କାମ ଦେଉନାହାନ୍ତି ।ତେବେ ସେ କୁଆଡେ ବାହାରକୁ ମଧ୍ୟ ଯାଇପାରିବେ ନାହିଁ କାରଣ ତାଙ୍କର ବୃଦ୍ଧ ବାପା ମା ଙ୍କର ଯତ୍ନ କିଏ କରିବ।


ତେଣୁ ଶେଷରେ ସେ ନ୍ୟାୟ ପାଇଁ ହାଇକୋଟ ଯିବାର ନିଷ୍ପତ୍ତି ନେଇଛନ୍ତି ।ଏବଂ ପରେ ଏକ ବାହାଙ୍ଗି ରେ ଦୁଇ ପାଲ ରେ ଗୋଟିଏ ପାଖରେ ବାପା ଏବଂ ଅନ୍ୟ ପାଖରେ ମା ଙ୍କୁ ବସାଇ କାନ୍ଧରେ ଭାର କରି ଖାଲି ପାଦ ରେ ଚାଲି ଚାଲି ୪୦ କିଲୋମିଟର ପର୍ଯ୍ୟନ୍ତ ନେଇଥିଲେ । ସେ ହାଇକୋର୍ଟ କୁ ନିଜର ନ୍ୟାୟ ପାଇଁ ବିନତି କରିଛନ୍ତି ।

ତେବେ କାର୍ତ୍ତିକ କୁମାର ଙ୍କର କହିବା ଅନୁସାରେ ତାଙ୍କୁ ଯେଉଁ କେସ ରେ ଅପରାଧୀ ବୋଲି ଘୋଷଣା କରାଯାଇ ୧୮ ଦିନ ଜେଲ ରେ ରଖାଯାଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା ।ତେଣୁ ସେ ତାଙ୍କର ବାପା ମା ଙ୍କ ଆଗରେ ପ୍ରମାଣ କରିବାକୁ ଚାହୁଁଛନ୍ତି କି ସେ କୌଣସି ଅପରାଧ କରିନାହାନ୍ତି। ତାଙ୍କୁ ମିଛରେ ଫସଯାଇଥିଲା। ତେବେ ବର୍ତ୍ତମାନ ର ଏହି ଯୁଗରେ ସେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ଅଟନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।