ସିଂହ ରାଶିର ଲୋକ ନିଜ ଜୀବନରେ ଶୁଭ ଫଳ ପାଇବା ପାଇଁ ଏହି ୫ଟି କାମ କରନ୍ତୁ ।

0

ମଣିଷ ଜୀବନରେ ସୁଖ ଓ ଦୁଃଖ ସର୍ବଦା ଲାଗି ରହିଥାଏ। ଜ୍ୟୋତିଷ ଙ୍କ ଅନୁଯାୟୀ ସୁଖ ଓ ଦୁଃଖ ସମୟ ଆସିବାର କାରଣ ହେଉଛି ବ୍ୟକ୍ତି ଗ୍ରହ ଓ ନକ୍ଷତ୍ର ମାନଙ୍କ ର ପ୍ରଭାବ। ବ୍ୟକ୍ତି ର ଗ୍ରହ ଓ ନକ୍ଷତ୍ର ମାନଙ୍କ ର ଚଳଣି ଯେପରି ରହିବ ସେହି ଅନୁସାରେ ରାଶି ଫଳ ନିର୍ଧାରିତ ହୋଇଥାଏ। ଯାହା ଫଳରେ ଯେଉଁ ସମୟରେ ଯେଉଁ ରାଶି ଗୁଡିକ ର ସମୟ ଭଲ ଚାଲି ଥାଏ ସେହି ସମୟ ରେ ସେହି ଲୋକ ମାନଙ୍କ ର ସମୟ ଭଲ ଚାଲି ଥାଏ ଓ ଯେଉଁ ସମୟ ରେ ଯେଉଁ ରାଶି ମାନଙ୍କ ର ସମୟ ଖରାପ ଚାଲି ଥାଏ ସେହି ରାଶିର ଲୋକି ମାନଙ୍କ ର ସମୟ ଖରାପ ଚାଲି ଥାଏ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମେ ଚାହିଁଲେ ଆମ ରାଶିର ଭାଗ୍ୟ ପରିବର୍ତ୍ତନ କରିପାରିବା ତାହା କେବଳ ସମ୍ଭବ ହେବ ଯଦି ଆପଣ କିଛି ଉପାୟ କରିବେ। ତେବେ ଆମେ ଆଜି ଆପଣଙ୍କୁ ସିଂହ ରାଶି ବିଷୟରେ ଏମିତି ୫ ଟି ଉପାୟ ଜଣେଇବୁ ଯାହାକୁ ସିଂହ ରାଶିର ବ୍ୟକ୍ତିମାନେ ପାଳନ କରିବା ଦ୍ବାରା ତାଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ ।
ତେବେ ଜ୍ୟାତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ଭଗବାନ ହେଉଛନ୍ତି ସୂର୍ଯ୍ୟ ନାରାୟଣ ।ଏମାନଙ୍କ ର ଶୁଭ ବାର ହେଉଛି ରବି, ସୋମ, ମଙ୍ଗଳ ଏବଂ ଗୁରୁବାର ଏବଂ ଆପଣଙ୍କ ପାଇଁ ସୁର୍ଯ୍ୟ,ଚନ୍ଦ୍ର,ମଙ୍ଗଳ ଓ ବୃହସ୍ପତି ହେଉଛନ୍ତି ମଙ୍ଗଳ ଦାୟକ ଗ୍ରହ। ତେବେ ଆପଣ ନିଜ ଜୀବନରେ ଖୁସିରେ ରହିବାକୁ ଚାହୁଁଥିଲି ନିଶ୍ଚିତ ଭାବରେ ଏହି ୫ ଟି ଉପାୟ କରନ୍ତୁ।

୧.ଯଦି ଆପଣ ସବୁ କାର୍ଯ୍ୟରେ ବିଫଳ ହେଉଛନ୍ତି ତେବେ,ଶୁକ୍ଳପକ୍ଷ ରେ ଏକ ତମ୍ବାର ଆଙ୍ଗୁଠି ଆଣି ତାହାକୁ ଅନାମିକା ଆଙ୍ଗୁଳିରେ ଲଗାନ୍ତୁ ।ଦେଖିବେ ଆପଣଙ୍କ ର ସମସ୍ତ କାର୍ଯ୍ୟ ରେ ଶୁଭଫଳ ଆସିବ।
୨.ସିଂହ ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଙ୍କୁ ଜଳାର୍ପଣ କରିବା ଉଚିତ ଏବଂ ଜଳାର୍ପଣ ସମୟରେ ଓଁ ଘ୍ରୀମ ସୂର୍ଯ୍ୟାୟ ନମଃ ମନ୍ତ୍ରଟି କୁ ତ ସାତ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ର ସମସ୍ତ ସମସ୍ୟାର ସମାଧାନ ହେବ।

୩.ଯଦି ଆପଣଙ୍କ ର ସବୁବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଉଛି କିମ୍ବା ବାରମ୍ବାର ଆପଣ ଭିନ୍ନ ଭିନ୍ନ ରୋଗରେ ପୀଡିତ ହେଉଛନ୍ତି ।ତେବେ ଏହି ଉପାୟ ଟି ନିଶ୍ଚିତ କରନ୍ତୁ ଆପଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନିଜର ସାମର୍ଥ୍ୟ ଅନୁସାରେ କିଛି ନା କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

୪.ଯଦି ଆପଣ କୌଣସି କାର୍ଯ୍ୟ ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ବିଫଳ ହେଉଛନ୍ତି ତେବେ ଏହି କାମ ଟି ନିଶ୍ଚିତ କରନ୍ତୁ। ଗାଧେଇ ସାରିବା ପରେ ମଥାରେ ଲାଲ ଚନ୍ଦନ ଟୋପା ଲଗାନ୍ତୁ ।ଆପଣଙ୍କ ର ସମସ୍ତ କାର୍ଯ୍ୟରେ ଶୁଭ ଫଳ ମିଳିବ।

୫.ଯଦି ଆପଣ ଚାହୁଁଛନ୍ତି କି ସମାଜରେ ଆପଣଙ୍କୁ ମାନ ସଂମାନ ମିଳୁ ବୋଲି ତେବେ ଆପଣ ନିରାମିଷ ଖାଇବା ଆରମ୍ଭ କରନ୍ତୁ ଏବଂ ମଦ୍ୟପାନ କରନ୍ତୁ ନାହିଁ। ଏହା ଛଡା ଶୁକ୍ଳପକ୍ଷ ରେ ଏକ ସୁନାର ଆଙ୍ଗୁଠି ନିଜର ବଡ଼ ଆଙ୍ଗୁଳି ରେ ପରିଧାନ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।