ଦେଖନ୍ତୁ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ କୋର୍ଟ ରେ ହାଜର ହେଲେ ସିନେମା ଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଆଉ ତା’ପରେ

0

ବିବାହ ଭଳି ପବିତ୍ର ବନ୍ଧନରେ ଯେତେବେଳେ ଫାଟ ସୃଷ୍ଟି ହୁଏ ତାକୁ କେହି ବି ପୁନର୍ବାର ଗଢ଼ିପରାନ୍ତି ନାହିଁ।ବିବାହ ବା ପ୍ରେମ ର ସମ୍ପର୍କ ଏକ ରେଶମୀ ସୂତା ର ଡୋରି ପରି।ଟିକିଏ ଆଘାତ ଲାଗିଲେ ଚିରଦିନ ଲାଗି ବିଚ୍ଛେଦ ହୋଇ ରହିଯାଏ।ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ବେଷ୍ଟ ଯୋଡ଼ି ବର୍ଷା ଓ ଅନୁଭବ ଆଜି ଦୁଇ ସମାନ୍ତର ସରଳ ରେଖାର ଏପାଖେ ସେପାଖେ ଛିଡ଼ା ହୋଇଛନ୍ତି।

ହଁ ଆଜ୍ଞା ବର୍ଷା ପ୍ରିୟଦର୍ଶିନୀ ଆଜି କଟକ ସ୍ଥିତ ପରିବାର କୋର୍ଟ ରେ ଉପସ୍ଥିତ ହୋଇଛନ୍ତି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ଉପରେ।ଗତ ବର୍ଷ ବର୍ଷା ଓ ଅନୁଭବ ଙ୍କ ପାରିବାରିକ ବିବାଦ ମାମଲା ସମସ୍ତଙ୍କ ସାମ୍ନା କୁ ଆସିଥିଲା। ଏ କଥା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ ରେ ଆବେଦନ କରିଥିଲେ।
କିନ୍ତୁ ପରେ ବର୍ଷା ଏହା ପଟିଆଲା ହାଉସ ପରିବର୍ତ୍ତେ କଟକ ଠାରେ ଶୁଣାଣି ହେଉ ବୋଲି ଆବେଦନ କରିଥିଲେ।ଏବଂ ଦିଲ୍ଲୀ ସୁପ୍ରିମ କୋର୍ଟ ମଧ୍ୟ ମଞ୍ଜୁର ପ୍ରଦାନ କରିଥିଲେ।ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ଏବେ କୋର୍ଟ ର ବିଚାରଧୀନ ରେ ରହିଛି।ଏହି ବିବାହ ବିଚ୍ଛେଦ ମାମଲା ରେ କଟକ ପରିବାର କୋର୍ଟରେ ହଜାର ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଦିଲ୍ଲୀ ପଟିଆଲା ହାଉସ ବଦଳରେ କଟକ ର ଏକ ଘୋରଇ ଅଦାଲତ ରେ ଶୁଣାଣି ହେଉଛି।ଉଭୟ ବର୍ଷା ଓ ଅନୁଭବ ଙ୍କୁ ଆଜି ହଜାର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା।ଅନୁଭବ ଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ ରେ ଏହା ରଜ୍ଜୁ ହୋଇଥିବା ବେଳେ ଆଜି ବର୍ଷା ଏହାକୁ କଟକ ସ୍ଥିତ SDJM ଫେମିଲି କୋର୍ଟରେ ଅନୁଭବ ଙ୍କ ନାମ ରେ ଦୁଇଟି ମାମଲା ରଜ୍ଜୁ କରିଥିଲେ।

ସେହିପରି ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା।ଗତ ୪ ତାରିଖରେ ମାମଲାକୁ କଟକ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ।ଛାଡ଼ପତ୍ର ମାମଲା ସହ ଶୀଘ୍ର ଶୁଣାଣି ପାଇଁ ଉଭୟ ବର୍ଷା ଓ ଅନୁଭବ ଙ୍କୁ କଟକ ପରିବାର ଅଦାଲତ ରେ ହଜାର ହେବାକୁ ଆଦେଶ ଦେଇଥିଲା ସୁପ୍ରିମ କୋର୍ଟ।ଆଜିଠାରୁ କଟକ ପରିବାର ଅଦାଲତ ରେ ଏହି ସିନେ ଜଗତର ପ୍ରଖ୍ୟାତ ଦମ୍ପତି ଙ୍କ ବିବାହ ବିଚ୍ଛେଦ ମାମଲା ଶୁଣାଣି ହେବ।

ସଂପର୍କ ର ଡୋରି କେତେ ସୂକ୍ଷ୍ମ ଆପଣ ମାନେ ପ୍ରାୟ ଜନିପରୁଥିବେ।ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଯେଉଁ ଯୋଡ଼ି ବେଷ୍ଟ ଯୋଡ଼ି ଭାବେ ପ୍ରସିଦ୍ଧ ଆଜି ସେ ଯୋଡ଼ି ବିଚ୍ଛେଦ ହେବାକୁ ଯାଉଛି।ଜୀବନ ବଡ଼ ଜଟିଳ ।ଜୀବନରେ ପ୍ରତି ମୁହୂର୍ତ୍ତରେ ଭାବି ଚିନ୍ତି ସବୁ ନିଷ୍ପତି ନେବା ଉଚିତ୍।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।