ଚୈତ୍ର ନବରାତ୍ରି, ଜାଣନ୍ତୁ କେବେଠୁ ଆରମ୍ଭ ଓ କେବେ ହେବେ ଶେଷ, ମା’ ଙ୍କ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ

0

ସାଧାରଣତଃ ହିନ୍ଦୁ ଧର୍ମ ଶାସ୍ତ୍ରରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାର ଅଧିକ ମାନ୍ୟତା ରହିଛି।ଭାରତ ଭଳି ଏହି ଦେବାପରାୟଣ ଭୂମି ରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ।ନିକଟରେ ସାରା ଭାରତରେ ହୋଲି ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଇଛି।ତେବେ ହୋଲି ପର୍ବ ପରେ ଚୈତ୍ର ମାସ ଆରମ୍ଭ ହୋଇସାରିଲାଣି।ତେବେ ଏହି ଚୈତ୍ର ମାସରେ ବହୁ ଆଡ଼ମ୍ବରରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ।

ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ଚୈତ୍ର ନବରାତ୍ରୀ କେବେ ଠାରୁ ଆରମ୍ଭ ହେଉଛି କଣ କଣ ସବୁ ପାଳନ ବିଧି ରହିଛି।ନବରାତ୍ରୀ ମୁଖ୍ୟତଃ ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ।ଗୋଟିଏ ବର୍ଷରେ ନବରାତ୍ରୀ ୪ ଥର ପଡ଼ିଥାଏ।ଚୈତ୍ର,ଆଷାଢ଼,ଆଶ୍ୱିନ,ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦ ଠାରୁ ଆରମ୍ଭ କରି ନଅ ଦିନ ପର୍ଯ୍ୟନ୍ତ କୁ ନବରାତ୍ରୀ ରୂପେ ପାଳନ କରାଯାଏ।

ଏହି ନବରାତ୍ରୀ କୁ ଆଦିଶକ୍ତି ର ଶ୍ରେଷ୍ଠ କାଳ ବୋଲି ମାନି ନିଆଯାଇଥାଏ।ଏହି ନଅ ଦିନ ମାଆ ଙ୍କୁ ଆରାଧନା କରି ସମସ୍ତେ ବ୍ରତ ଆଦି ରଖିଥାନ୍ତି।ଏହି ନବମୀ ରାମ ନବମୀ ନାମରେ ଖ୍ୟାତ।ଏହି ଚୈତ୍ର ମାସ ନବମୀ ତିଥିରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ।ଏହି ପବିତ୍ର ରମା ନବମୀ ଆଜି ମଧ୍ୟ ଲୋକେ ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି।ନବରାତ୍ରୀ ରେ ମାତା ଙ୍କୁ ନବ ଶକ୍ତି ରୂପରେ ପୂଜା ଅର୍ଚ୍ଚନା କରାଯାଏ।

ଚଳିତବର୍ଷ ନବରାତ୍ରୀ ମଙ୍ଗଳବାର ଠାରୁ ଆରମ୍ଭ ହେଉଅଛି।ମା ପୃଥିବୀ ପୃଷ୍ଠକୁ ଅଶ୍ଵ ମାଧ୍ୟମରେ ବିରାଜମାନ କରିବେ।ଏହାର ଅର୍ଥ ହେଉଛି କିଛି ଶାସନରେ ପରିବର୍ତ୍ତନ ଦେଖାଦେଇପାରେ। ଯୁଦ୍ଧ ଆଶଙ୍କା ମଧ୍ୟ ଅଛି।ପ୍ରକୃତି ର କରାଳ ରୂପ ବୃଷ୍ଟି ର ଆଶଙ୍କା ଅଛି।ଏବର୍ଷ ନବରାତ୍ରୀ ଘଟ ସ୍ଥାପନ ନିମିତ୍ତ ଏପ୍ରିଲ୍ ୧୩ ତାରିଖ ପ୍ରାତଃ ୫.୨୮ ମିନିଟ୍ ରୁ ଦିନ ୧୦ ଘଟିକା ପର୍ଯ୍ୟନ୍ତ ଶୁଭ ସମୟ ଅବସ୍ଥାପିତ।

ନବରାତ୍ରୀ ରେ ପ୍ରଥମ ଦିନ ମା ଶୈଳପୁତ୍ରୀ ରୂପେ ପୂଜା ପାଇଥାନ୍ତି।ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ , ତୃତୀୟ ଦିନରେ ଚନ୍ଦ୍ର ଘଣ୍ଟା ରୂପ କୁ ପୂଜା କରାଯାଇଥାଏ ।ଚତୁର୍ଥ ଦିନ ରେ କୁଷ୍ମାଣ୍ଡା ରୂପ ,ପଞ୍ଚମ ଦିନ ରେ ସ୍କନ୍ଧ ମାତା,ଷଷ୍ଠ ଦିନରେ କାତ୍ୟାୟନି,ସପ୍ତମ ରେ କାଲରାତ୍ର , ଅଷ୍ଟମ ଦିନ ମହାଗୌରୀ ଏବଂ ନବମ ଦିନରେ ସିଦ୍ଧି ଦାତ୍ରୀ ରୂପେ ପୂଜା ଅର୍ଚ୍ଚନା କରାଯାଏ।ଏହି ନବରାତ୍ରୀ ଅତ୍ୟନ୍ତ ଶକ୍ତିଶାଳୀ ଅଟେ।

ଏହି ଦିନ ବ୍ରତ ପାଳନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।ଏହି ନଅ ଦିନ ପର୍ଯ୍ୟନ୍ତ ଭକ୍ତି ଭାବନା ରେ ପୂଜା ଅର୍ଚ୍ଚନା କରାଯାଇଥାଏ।ସାତ୍ୱିକ ଆହାର ଭକ୍ଷଣ କରନ୍ତୁ।ଏହି ପୂଜାରେ ଦୁର୍ଗ ସପ୍ତଶତୀ ପାଠ କଲେ ମଙ୍ଗଳ କାମନା ହୋଇଥାଏ।ମା ଙ୍କୁ ଶୁଦ୍ଧ ପବିତ୍ର ମନରେ ପୂଜା ଅର୍ଚ୍ଚନା କରାଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।