ବାହାଘରକୁ 22 ବର୍ଷ ପରେ ମଧ୍ୟ ସ୍ତ୍ରୀ ସ୍ୱାମୀଙ୍କ ସହିତ ଶାରୀରିକ ସମ୍ୱନ୍ଧ ନ ରଖିବାରୁ ଶାଶୁ ତାଙ୍କ ବୋହୂ ଉପରେ ଏଫଆଇଆର କରିଥିଲେ ଆଉ ତା’ପରେ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।

ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ପୁଅର ଜୀବନ ପାଇଁ ଓ କେବେକେବେ ଝିଅ ଟି ପାଇଁ ଏକ ଅଭିଶାପ ପାଲଟି ଯାଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବୁ ତାହା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ତଥା ଅଭାବନୀୟ ଘଟଣା ଅଟେ। ଯେଉଁଥିଲେ ଜଣେ ରେଳବାଇ କର୍ମଚାରୀ ନିଜର ବିବାହ ର ଦୁଖଃ କୁ ନେଇ ବିବାହର ୨୨ ବର୍ଷ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କର ଆତ୍ମହତ୍ୟା କରିବା ପଛରେ ଥିବା କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ଏବଂ ଆପଣ ବିଶ୍ୱାସ କରିପାରିବେ ନାହିଁ। ତେବେ ଘଟଣା ଟି ଘଟିଛି ଗୁଜୁରାଟ ର ଅହମ୍ମଦାବାଦ ଠାରେ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଗୁଜୁରାଟ ର ଅହମ୍ମଦାବାଦ ର ମଣିନଗର ଠାରେ ସୁରେନ୍ଦ୍ର ସିଂ ନାମକ ଜଣେ ରେଳବାଇ ଯୁବକ ଆତ୍ମହତ୍ୟା କରିଛନ୍ତି ।ତେବେ ତାଙ୍କର ଆତ୍ମହତ୍ୟା ପରେ ସୁରେନ୍ଦ୍ର ଙ୍କର ମା ଥାନା ରେ ଅଭିଯୋଗ କରିଛନ୍ତି କି ତାଙ୍କ ପୁଅର ମୃତ୍ୟୁ ପଛରେ ତାଙ୍କର ୩୨ ବର୍ଷୀୟ ବହୁ ନିତା ହିଁ ଦାୟୀ।

ତେବେ ସେ କହିଛନ୍ତି ଯେ ଦୁହିଁଙ୍କ ର ବିବାହର ୨୨ ବର୍ଷ ପରେ ମଧ୍ୟ ନିତା ସୁରେନ୍ଦ୍ର ଙ୍କ ସହ ଶାରିରୀକ ସମ୍ପର୍କରେ ରହିନଥିଲେ ।ତାଙ୍କ ମା ଙ୍କ କହିବା ଅନୁସାରେ ସେ ଅନେକ ଥର ସୁରେନ୍ଦ୍ର ଓ ନିତା ଙ୍କୁ ଅଲଗା ବିଛଣାରେ ଶୋଇବା ରେ ଦେଖିଛନ୍ତି ।ଏ ବିଷୟରେ ନିଜର ପୁଅକୁ ପଚାରିବାରୁ ସେ କହିଥିଲେ କି ନିତା କେବେବି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଶପଥ କରିଛନ୍ତି।

ତେବେ ଗତ ୨୦୧୮ ମସିହା ଜୁଲାଇ ମାସ ୨୭ ତାରିଖରେ ଘରେ କେହି ନଥିବା ସମୟରେ ସେ ପଙ୍ଖା ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।ତେବେ ଏ ନେଇ ସୁରେନ୍ଦ୍ର ଙ୍କ ମା ଥାନା ରେ ତାଙ୍କର ବହୁ ନିତା ନାମରେ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ ଯେ ସୁରେନ୍ଦ୍ର ନିତା ଙ୍କ ପୂର୍ବରୁ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରିଥିଲେ ମାତ୍ର ସେ ତାଙ୍କୁ ଡିଭର୍ସ ଦେବା ପରେ ନିତା ଙ୍କୁ ବିବାହ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।