ଦେଖନ୍ତୁ ଭିଡ଼ିଓ – ଅଭିନେତା ବାବୁଶାନ ଙ୍କ ଘରକୁ ଆସିଲା ଖୁସି ଖବର, ଓଡିଶା ବାସୀ ଙ୍କୁ କହିଲେ…..

0

ସଂସାରର ନିୟମ ବଡ଼ ଅଦ୍ଭୁତ।ଜନ୍ମ ମୃତ୍ୟୁ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ଗୋଟିଏ ପଟେ ଖୁସି ତ ଗୋଟିଏ ପେଟ ଦୁଃଖ ର ଲହରୀ ଖେଳି ଯାଇଥାଏ।ଯେତେବେଳେ ଛୋଟ ଶିଶୁଟି ଜନ୍ମ ଲାଭ କରେ ସେ ପୁଅ ହଉ କି ଝିଅ ପରିବାରରେ ଖୁସିର ଲହରୀ ଖେଳି ଯାଇଥାଏ।ତେବେ ଗତ କାଲି ଏଭଳି କିଛି ଖୁସି ପୂର୍ଣ୍ଣ ଘଟଣା ଘଟି ଯାଇଛି।

ତେବେ ଆସନ୍ତୁ ଜାଣିବା କୋଉଠି ଘଟିଛି ଏ ଖୁସିର ଲହରୀ।ହଁ ଆଜ୍ଞା ଓଲିଉଡ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ବାବୁଶାନ୍ ମହାନ୍ତି ଗତ କାଲି ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି।ବିବାହ ପରେ ସବୁ ପୁଅ ବାପା ହେବାର ସୌଭାଗ୍ୟ କୁ ଅପେକ୍ଷା କରିଥାନ୍ତି।ବାବୁଶାନ୍ ଙ୍କ ଜୀବନରେ ସେ ସୌଭାଗ୍ୟ ପ୍ରାପ୍ତ ହୋଇଯାଇଛି।ଭିଟରାନ ଅଭିନେତା ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ଘରେ ପାଦ ଦେଇଛନ୍ତି ଏକ ନୂଆ ସଦସ୍ୟ।ଯାହା କି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକଙ୍କ ମତ ଅନୁସାରେ ଜୁନିଅର୍ ବାବୁଶାନ୍ ଜନ୍ମ ଗ୍ରହଣ କରିଛନ୍ତି ବୋଲି ପ୍ରତିକ୍ରିୟା ମିଳିଛି।

ବାବୁଶାନ୍ ତୃପ୍ତି ଙ୍କୁ ବାଲ୍ୟ ବେଳୁ ଭଲ ପାଉଥିଲେ।୨୦୧୪ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ଉଭୟଙ୍କ ବିବାହର ଅନେକ ଫୋଟ ସୋସିଆଲ ମିଡିଆରେ ରେ ଭୈରାଳ ହୋଇଥିଲା।ଶେଷରେ ୭ ବର୍ଷ ପରେ ଉଭୟ ଙ୍କ କୋଳରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି।ବାବୁଶାନ୍ ବହୁତ୍ ଖୁସି ଥିବା କଥା ଏକ ଭିଡିଓ ରୁ ଜଣାପଡ଼ୁଛି।ସେ ନିଜର ପୁଅ ସହିତ ବହୁତ୍ ଖୁସିରେ ଖେଳୁଥିବା ନଜର ଆସିଛି।ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ବାବୁଶାନ୍ ତାଙ୍କ ପୁଅ ଙ୍କୁ କେଉଁ ଦିଗ ପ୍ରତି ଉତ୍ସାହ କରିବେ। ଏକ୍ଟିଂ ପ୍ରତି ନା ଅନ୍ୟ କୌଣସି କ୍ଷେତ୍ର ପ୍ରତି।

ବାବୁଶାନ୍ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର କ୍ୟାରିଅର ଗଢ଼ିଛନ୍ତି।ବାବୁଶାନ୍ ସୁପରଷ୍ଟାର ଭାବେ ଖ୍ୟାତ।ସେ ନିଜର ଅଭିନୟର ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ପାରିଛନ୍ତି।ତାଙ୍କର ବହୁ ଫିଲ୍ମ ସୁପର ଦୂପର ହିଟ୍ ହୋଇଛି।ବାବୁଶାନ୍ ଙ୍କ ସମସ୍ତ ଚଳଚ୍ଚିତ୍ର କୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥାନ୍ତି।ଦୀର୍ଘ ୭ ବର୍ଷ ପରେ ଆଜି ପରିବାରରେ ଖୁସି ଆସିଛି। ଏ ନେଇ ବାବୁଶାନ୍ ଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଉତ୍ସାହ ଦେଖିବାକୁ ମିଳିଛି।ସମସ୍ତଙ୍କ ମୁଖରେ ଗୋଟିଏ କଥା ଜୁନିଅର୍ ବାବୁଶାନ୍ ଆସିଗଲେ।

 

ଏ ନେଇ ପରିବାରରେ ମଧ୍ୟ ଆନନ୍ଦର ଲହରୀ ଖେଳି ଯାଇଛି।ବାବୁଶାନ୍ ଓ ତୃପ୍ତି ଙ୍କ ଯୋଡ଼ି ଅତ୍ୟନ୍ତ ରମଣୀୟ ।ପୁତ୍ର ସନ୍ତାନ ଜନ୍ମ ଅବସରରେ ବାବୁଶାନ୍ ଙ୍କ ଫ୍ୟାନ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର କୁ ଏମିତି ସଦ ସର୍ବଦା କଲ୍ୟାଣ ପ୍ରଦାନ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।