ଫେସବୁକର ପ୍ରେମ ବିବାହ ପାଇଁ ଅରଜି ହେଲା ପୁଅ ; ତାପରେ ପ୍ରେମିକା କଲା ଏମିତି କାମ ଶୁଣିଲେ ଅବାକ୍ ହୋଇଯିବେ

0

ଆଜିର ଟେକ୍ନୋଲୋଜି ସମାଜରେ ମଣିଷ ବହୁତ୍ ସ୍ମାର୍ଟ ହୋଇଗଲାଣି।ସବୁ କିଛି ବୈଜ୍ଞାନିକ ପଦ୍ଧତି ରେ କରାଯାଉଛି।ଯୁଗ ବଢିବା ସଙ୍ଗେ ସଙ୍ଗେ ମଣିଷର ବୁଦ୍ଧି ପ୍ରଖର ହେବାରେ ଲାଗିଛି।ଆଜିର ସ୍ମାର୍ଟ ଯୁଗରେ ମଣିଷ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ତଥା ମୋବାଇଲ,କମ୍ପ୍ୟୁଟର,ଇଣ୍ଟରନେଟ,ସୋସିଆଲ ମିଡ଼ିଆ ପ୍ରଭୃତି ଦ୍ଵାରା ଅତି ଶୀଘ୍ର ଓ ସହଜ ଉପାୟରେ ନିଜର କାର୍ଯ୍ୟ ନିର୍ବାହ କରୁଛି।ଅତ୍ୟାଧୁନିକ ଯନ୍ତ୍ରପାତି ନିମିତ୍ତ ମଣିଷ ଆଉ ଶାରୀରିକ ପରିଶ୍ରମ ନ କରି ଦିନକୁ ଦିନ କର୍ମଠ ହେବାରେ ଲାଗିଛି।

ଇଣ୍ଟରନେଟ ମନୁଷ୍ୟ ପାଇଁ ବ୍ୟବହାର ଯୋଗୀ ହେଲେ ମଧ୍ୟ ଏଥିରେ ଭଲ ମନ୍ଦ ଉଭୟ ଗୁଣ ରହିଛି।ଆଜିର ସମାଜରେ କିଛି ଲୋକ ଏହାର ସଦୁପଯୋଗ କରୁଥିବା ବେଳେ ଅଧିକାଂଶ ଲୋକ ଏହାର ଦୁରୁପଯୋଗ ମଧ୍ୟ କରୁଛନ୍ତି। ବିଶେଷତଃ ଆଜିକାଲିର ଇଣ୍ଟରନେଟ ଫେସବୁକ ବାଲା ପ୍ରେମ ଡିଜିଟାଲ ହୋଇଗଲାଣି।ପୁଅ ଝିଅ ଉଭୟ ଇଣ୍ଟରନେଟ ମାଧ୍ୟମରେ ନିଜର ଜୀବନ ସାଥୀ ଚୟନ କରୁଛନ୍ତି।

ତେବେ ଆଜିର ଏହି ଡିଜିଟାଲ ଫେସବୁକ୍ ପ୍ରେମ ମହଙ୍ଗା ପଡ଼ିଛି ଏକ ଯୁବତୀ ଉପରେ।ତେବେ ଆସନ୍ତୁ ଜାଣିବା ସେହି ଘଟଣାବଳୀ ବିଷୟରେ।ଏହି ଘଟଣା ଉତ୍ତରପ୍ରଦେଶ ର ହରିଦ୍ଵାର ଠାରେ ଘଟିଛି ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବେ।ସୂଚନା ଅନୁଯାୟୀ ହରିଦ୍ଵାର ର ଏକ ଯୁବତୀ ଝାଡ଼ଖଣ୍ଡ ର ଆଦିତ୍ୟ ନାମକ ଯୁବକ ସହ ଗତ ୪ ବର୍ଷ ତଳେ ସୋସିଆଲ ମିଡ଼ିଆ ଫେସବୁକ ମାଧ୍ୟମରେ କଥା ହୋଇଥିଲେ।

କଥା ହଉ ହଉ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା।ପରେ ଏହି ବନ୍ଧୁତା ପ୍ରେମ ପାଶ ରେ ବାନ୍ଧି ହୋଇଯାଇଥିଲା।ଦୁଇ ବର୍ଷ କଥା ବାର୍ତ୍ତା ପରେ ଯୁବତୀ ଜଣକ ନିଜର ପ୍ରେମିକ ଙ୍କୁ ପ୍ରଥମ ଥର ସାକ୍ଷାତ କରିଥିଲେ।ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଭାବ ଧୀରେ ଧୀରେ ବଢ଼ିବାରେ ଲାଗିଲା।

ଅଧିକାଂଶ ସମୟରେ ଯୁବତୀ ଜଣକ ଆଦିତ୍ୟ ଙ୍କୁ ଦେଖା କରିବାକୁ ଆସୁଥିଲେ।ଏହି ସୁଯୋଗର ଫାଇଦା ଉଠାଇ ଆଦିତ୍ୟ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ଥିଲେ।କିନ୍ତୁ ଝିଅ ପ୍ରଥମେ ବିରୋଧ କରୁଥିଲେ ଏବଂ ପରେ ରାଜି ହୋଇଯାଇଥିଲେ।ଏପରି ସ୍ଥଳରେ ଉଭୟଙ୍କ ମଧ୍ୟରେ ଏକ ଅବୈଧିକ ଶାରୀରିକ ସମ୍ପର୍କ ଗଢି ଉଠିଥିଲା।ଯାହା କି ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା।ଏସବୁ ପରେ ଯେବେ ଝିଅଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଈଛା କଲା ସେତେବେଳେ ଆଦିତ୍ୟ ପୁରା ମନା କରିଦେଲେ ଯେ ମୁଁ ବିବାହ କରିବିନି।

ଝିଅଟି ଆଦିତ୍ୟ ଙ୍କୁ ବିବାହ କରିବା ପାଇଁ ନିଜ ପରିବାର ଲୋକଙ୍କୁ ସବୁ ଘଟଣା ଜଣାଇଥିଲେ ଏବଂ ପରିବାର ବର୍ଗ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିଲେ।କିନ୍ତୁ ପୁଅଟି ବିବାହ କରିବାକୁ ମନା କରିଦେଇଥିଲା ଏବଂ ଝିଅ ସହ କଥା ବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲା।ଏପରି କ୍ଷେତ୍ରରେ ଝିଅଟି କେବେବି ହାର ମନିନଥିଲା ।ପରିବାର ଲୋକଙ୍କୁ ସବୁ କଥା ଜଣାଇ ପୋଲିସ ର ସାହାଯ୍ୟ ବା ଆଶ୍ରୟ ନେଇଥିଲା।ପରେ ସମସ୍ତ ତଥ୍ୟ ଅନୁଯାୟୀ ପୋଲିସ ଆଦିତ୍ୟ ନାମରେ ଏକ ଏଫ୍ ଆଇ ଆର୍ ରଜ୍ଜୁ କରିବା କଥା ପ୍ରକାଶ ପାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।