ଦୁର୍ଗା ପୂଜାରେ କରନ୍ତୁ ଏହି ୩ ଟି ଉପାୟ ମା ଜଗତ ଜନନୀ ଦୂର କରିବେ ଆପଣଙ୍କର ସବୁ ଦୁଃଖ ଓ ସମସ୍ୟା

0

ବର୍ତ୍ତମାନ ଯଦିଓ ଆମେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଯୁଗରେ ବସବାସ କରୁଛୁ ତଥାପି ଆମେ ଆମର ସଂସ୍କୃତି କୁ ଭୁଲିନାହୁଁ। କାରଣ ଆମର ସଂସ୍କୃତି ହିଁ ଆମର ପରିଚୟ । ଖାଲି ଏତିକି ନୁହେଁ ବରଂ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ । ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ । ତେବେ ଏହି ବାର ମାସରେ ତେର ପର୍ବ ମଧ୍ୟରୁ ମା ଦୁର୍ଗାଙ୍କର ପୂଜାଟି ହେଉଛି ଆମ ଓଡିଶାରେ ତଥା ସାରା ଭାରତର ଏକ ପ୍ରମୁଖ ପର୍ଵ ଅଟେ । ଏହାକୁ ନବରାତ୍ରୀ ବୋଲି କୁହାଯାଏ ।


ଏହି ନବରାତ୍ରୀ ଟି ସମସ୍ତଙ୍କ ପାଇଁ ବହୁତ ଶୁଭ ହୋଇଥାଏ ତେବେ ଲୋକମାନେ ଏହି ନବରାତ୍ରୀ ସମୟରେ ନିଜର ସମସ୍ତ ଶୁଭକାର୍ୟ୍ଯ ଆରମ୍ଭ କରିଥାନ୍ତି । ଯେପରିକି ଭୂମି ପୂଜା , ଘର ଅନୁକୂଳ ଇତ୍ୟାଦି। ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ କିଛି ଏମିତି ଉପାୟ ଯାହା ଏହି ନବରାତ୍ରୀ ରେ କରିବା ଦ୍ୱାରା ଆପଣ ଙ୍କର ସମସ୍ତ ଦୁଃଖ ଓ ସମସ୍ୟା ଦୂର ହେଇଯିବ । ନବରାତ୍ରୀ ସମୟରେ ନିମ୍ନଲିଖିତ ୩ ଟି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ସୁଖ ଶାନ୍ତି ରେ ଭାରି ଉଠିବ । ସେହି ଉପାୟ ଗୁଡିକ ହେଉଛି :-

୧.ନବରାତ୍ରୀ ସମୟରେ ସବୁଦିନ ମା ଦୁର୍ଗାଙ୍କ ଆରାଧନା କରନ୍ତୁ । ଏବଂ ଏହି ଆରାଧନା ସମୟରେ ସାତ ଟି ଅଳେଇଚ ଏବଂ ମିଶ୍ରି ର ଭୋଗ ମା ଙ୍କ ପାଖରେ ଲଗେଇଲେ ଆପଣଙ୍କ ସମସ୍ତ ପ୍ରକାରର ଅର୍ଥନୈତିକ ସମସ୍ୟା ତଥା ଅର୍ଥନୈତିକ ଅଭାବ ଦୂର ହେବ । ତେବେ ଆପଣ ଏହି ଭୋଗକୁ ନବରାତ୍ରୀ ସମୟରେ ସବୁଦିନ ମା ଙ୍କ ପାଖରେ ଲଗାନ୍ତୁ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଟଙ୍କା ପଇସାର ଅଭାବ ଦୂର ହେଇଯିବ।


୨. ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଘରର ସମସ୍ତ ସମସ୍ୟା ର ସମାଧାନ ତେବେ ଏହି ନବରାତ୍ରୀ ଟି ହେଉଛି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ନବରାତ୍ରୀ ର ଗୋଟିଏ ଦିନରେ ଆପଣ ଏକ ମାଟିର ଦୀପ ନିଅନ୍ତୁ ଏବଂ ଏଥିରେ କିଛି ସୋରିଷ ତେଲ ଦେଇ ଦୀପ ଟୀକୁ ଲଗେଇ ତା ଉପରେ ଅନ୍ୟ ଏକ ମାଟି ଦ୍ୱୀପ କୁ ଘୋଡେଇ ଦିଅନ୍ତୁ । ଏବଂ ସେହି ଦୀପ ଟୀକୁ ଆପଣଙ୍କ ଘରେ ପାଖରେ ଥିବା ନଦୀ ତଟା ରେ ସେହି ଦୀପକୁ ରଖିଦେଇ ଘରକୁ ଫେରିଆସାନ୍ତୁ । ମନେ ରଖିବେ ଯେ ଆପଣ ଦୀପ ଟୀକୁ ରଖିବା ପରେ ଆଉ ପଛକୁ ଦେଖିବେ ନାହିଁ ।


୩.ଏହି ନବରାତ୍ରୀ ସମୟରେ ଆପଣ ଯେକୋୖଣସି ଏକ ଦୋକାନକୁ ଯାଇ ସେଥରୁ ୨ ଟି କଉଡ଼ି ଆଣନ୍ତୁ ଏବଂ ନବରାତ୍ରୀ ର କେଉଁ ବି ଦିନରେ ଏହି କଉଡିକୁ ଆପଣଙ୍କ ପୂଜା ଘରେ ରଖି ଏହାକୁ ଧୂପ , ଦୀପ ଏବଂ ଚାଉଳ ଦେଇ ପୂଜା କରନ୍ତୁ । ଏବଂ ନବରାତ୍ରୀ ସରିବା ପରେ ସେହି କଉଡିକୁ ନିଜ ପାଖରେ ରଖନ୍ତୁ ।ଏହା ଆପଣଙ୍କର ସମସ୍ତ ସମସ୍ୟା ସମାଧାନ କରିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।