ଦେଖନ୍ତୁ ଭିଡ଼ିଓ । ଅଭିନେତ୍ରୀ ବର୍ଷାଙ୍କ ମାଆ ‘ ଲକ୍ଷ୍ମୀ ‘ ଙ୍କ ପୂଜା ପାଳନର ଭିଡିଓ, କଣ ସତରେ ବର୍ଷା ଏବଂ ଅନୁଭବ…..

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି । ସେହିପରି ଆମ ଓଡିଶାର ଜଣେ ଅଭିନେତ୍ରୀ ସବୁବେଳେ ନିଜର ଗୁଣଗାରିମା ମାଧ୍ୟମରେ ଲୋକମାନଙ୍କୁ କିଛି ନା କିଛି ଭିଡ଼ିଓ ନେଇଆସନ୍ତି ତାଙ୍କର ୟୁ ଟ୍ୟବ ଚେନାଲ ମାଧ୍ୟମରେ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଓଲିଉଡ କଳାକାର ଙ୍କର ଅନ୍ୟ ଏକ ମହାନତା ବିଷୟରେ ଜାଣେଇବୁ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଓଲିଉଡ ସିନେମା ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ଙ୍କୁ ଓଲିଉଡ ର କୁଇନ ବୋଲି ସମ୍ବଧନ କରାଯାଇଥାଏ । କାରଣ ବର୍ଷା ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମଧୁର ଏବଂ ମୋନମୋହିତ ।ତେବେ ଲୋକମାନଙ୍କୁ ଓଲିଉଡ ଫିଲ୍ମ ମଧ୍ୟରେ କହିବା ମାତ୍ରକେ ଲୋକମାନେ ପ୍ରଥମେ ବର୍ଷା ପ୍ରିୟାଦର୍ଶନୀ ଙ୍କ ନାମ ନେଇଥାନ୍ତି। ତେବେ ନିଜର କଳାକାର ଦୁନିଆଁ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବର୍ଷା ନିଜର ନମ୍ରତା ଏବଂ ସମାଜ ସେବା ପାଇଁ ମଧ୍ୟ ଓଡ଼ିଶା ରେ ଖୁବ ପ୍ରସିଦ୍ଧ । ତେବେ ଖାଲି ଏତିକି ନୁହେଁ ବରଂ ଗୋଟିଏ ଓଡ଼ିଆ ଘର ର ବହୁ ଭାବରେ ମଧ୍ୟ ସେ ଅତି ପ୍ରସିଦ୍ଧ ଯାହାକି ତାଙ୍କର ବେଶ ପୋଷାକ ଏବଂ ବ୍ୟବହାର ରୁ ଜଣାଯାଇଥାଏ ।

ଉଲେଖଯୋଗ୍ୟ ଯେ , ଆମେ ଆଜି ଆପଣଙ୍କୁ କୁଇନ ବର୍ଷା ଙ୍କର ଲକ୍ଷ୍ମୀ ପୂଜା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ସେ ନିଜର ୟୁ ଟ୍ୟବ ଚେନାଲ ରେ ସେୟାର କରିଛନ୍ତି । ତେବେ ସେ ଚଳିତ ବର୍ଷ ଲକ୍ଷ୍ମୀ ପୂଜାରେ ମା ଲକ୍ଷ୍ମୀ ଙ୍କୁ ଏକ ଓଡ଼ିଆ ଘରର ବହୁ ପରି ପୂଜାର୍ଚ୍ଚନା କରୁଥିବାର ଜଣାପଡିଛି ।ତେବେ ଆମ ଓଡିଶା ର ସଂସ୍କୃତି ଅନୁସାରେ ସେ ପ୍ରଥମେ ଅରୁଆ ଚାଉଳ ଚିତା ରେ ଝଟି ପକେଇଥିଲେ ଏବଂ ସାତ ରଙ୍ଗ ର ସମାହାର ରେ ମା ଲକ୍ଷ୍ମୀ ଠାକୁରାଣୀ ଙ୍କ ନାମରେ ଏକ ସୁନ୍ଦର ରଂଗଲି ମଧ୍ୟ ପିକେଇଥିଲେ । ଗୋଟିଏ ଓଡ଼ିଆ ଘରର ବହୁ ହିସାବରେ ସେ ଧୂପ , ଦୀପ , ଗନ୍ଧା ,ପୁଷ୍ପ ଦେଇ ମା ଲକ୍ଷ୍ମୀ ଠାକୁରାଣୀ ଙ୍କର ପୂଜା କରିଥିଲେ ।

ଖାଲି ଏତିକି ନୁହେଁ ବରଂ ମା ଲକ୍ଷ୍ମୀ ଙ୍କର ପୂଜାର୍ଚ୍ଚନା କରିବା ସମୟ ରେ ସେ ଠାକୁରାଣୀଙ୍କ ଉଦେଶ୍ୟ ରେ ଏକ ଧଳା ଏବଂ ନାଲି ରଙ୍ଗର ଶାଢୀ ପିନ୍ଦିଥିଲେ । ଏବଂ ଭଗବାନ ଓ ଭକ୍ତ ଙ୍କର ଅପୂର୍ବ ମିଳନ କରିବା ପରି ସେ ପୁରା ଭକ୍ତି ଏବଂ ଧ୍ୟାନ ରେ ମା ଲକ୍ଷ୍ମୀ ଙ୍କର ପୂଜା କରିଛନ୍ତି । ପୂଜା କରିବା ପରେ ସେ ମା ଲକ୍ଷ୍ମୀ ଙ୍କର ସିନ୍ଦୁର କୁ ମଧ୍ୟ ନିଜର ମସ୍ତକ ରେ ଲଗେଇଥିଲେ ।ଏହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।