ଓଡ଼ିଶା ରେ ବାହାରିଲା ବଡ଼ ନିଯୁକ୍ତି ପ୍ରାଥମିକ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବହୁତ ବଡ଼ ସୁଯୋଗ ଜାଣନ୍ତୁ କଣ କଣ ଦରକାର

0

ପ୍ରାଥମିକ ଶିକ୍ଷକ ହେବାକୁ ଇଚ୍ଛା ଥିଲେ ଏହା ନିହାତି ଜାଣିବା ଦରକାର। ଯେଉଁ ମାନେ ପ୍ରାଇମେରୀ ଶିକ୍ଷକ ହେବା ପାଇଁ ଆଶାୟୀ ଅଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ତାହା ସହିତ ଯେଉଁ ମାନେ ମଧ୍ୟ ଅଣ ଶିକ୍ଷକ ନିଯୁକ୍ତି ପାଇବା ପାଇଁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଏକଁ ସୁବର୍ଣ୍ଣ ସୁଯୋଗ। କାରଣ ଏହି ପଦବୀ ଗୁଡିକ ରେ ନିଯୁକ୍ତି ହେବାକୁ ହେଲେ ଆପଣଂକୁ ମାତ୍ର ମେଟ୍ରିକ ପାସ ହୋଇଥିବା ଦରକାର। ସେହିପରି ଆପଣ ମାନେ ଏହି ଚାକିରୀ ରେ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଆପଣ ଯଦି ମେଟ୍ରିକ କିମ୍ବା ତା ଠାରୁ ଅଧିକ ପଢ଼ିଛନ୍ତି ତେବେ ଆପଣ ଏଥିପାଇଁ ଯୋଗ୍ୟ ଅଟନ୍ତି। ତେବେ ଆସନ୍ତୁ ଜାଣିନେବା ଏଥିରେ କେଉଁ କେଉଁ ପୋଷ୍ଟ ଖାଲି ରହିଛି।


ଏହି ପଦବୀରେ ଶିକ୍ଷା ଗତ ଯୋଗ୍ୟତା ହେଲା ;-
ଆପଣ ଯେ କୌଣସି ଓଡିଶା ଅଧିନ ରେ ଥିବା ବୋର୍ଡ ରୁ ପାସ କରିଥିବା ଦରକାର। ଏହା ସହିତ ଯେଉଁମାନେ ମଧ୍ୟ +2 ପାସ କରିଛନ୍ତି ସେମାନେ ମଧ୍ୟ ଏହି ଖାଲି ଥିବା ପଦବୀରେ ଆବେଦନ କରି ପାରିବେ। ଆଉ ଯେଉଁମାନେ + 3 ପାସ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏଥିରେ ରହିଛି କିଛି ପଦବୀ।

ଏହି ପଦବୀରେ କେତେ ରହିଛି ସାଲାରୀ;-
ଏହି ପଦବୀ ଗୁଡିକରେ ମାସିକ ଦରମା ରଖା ଯାଇଛି ୯୦୦୦ ଟଙ୍କା ତାହା ସହିତ ଅନ୍ୟାନ୍ୟ ଅନୁଷ୍ଠାନର ସହାୟତା । ତେବେ ଏହି ପଦବୀ ରେ ଯେଉଁମାନେ ଚୟନ ହେବେ ସେମାନେ ଏହାର ଲାଭ ନେଇ ପରିବେ।


ଚାକିରୀ ର ଲୋକେସନ ;-
ଏହି ପଦବୀ ସାଧାରଣତଃ କଟକ ଜିଲ୍ଲାରେ ରହିଛି। କାରଣ କଟକ ଜିଲ୍ଲାର ଥିବା ଫ୍ରିଡ଼ମ ଇଣ୍ଟର୍ନେସନଲ ସ୍କୁଲ ରେ ଏହି ପଦବୀ ଗୁଡିକୁ ପୂରଣ କରାଯିବ। ତେଣୁ ଆପଣ ଓଡ଼ିଶା ର ଯେକୌଣସି ଜିଲ୍ଲାର ପାର୍ଥି ହୋଇଥିଲେ ମଧ୍ୟ ଆବେଦନ କରି ପାରିବେ।

ଚୟନ ପ୍ରକ୍ରିୟା ଏବଂ ସାକ୍ଷାତକାର ତାରିଖ;-
ଏଥିରେ ଆପଣଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। କାରଣ ଆପଣଙ୍କୁ ଏମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚୟନ କରିବେ। ଆପଣଙ୍କୁ ଏହି ସାକ୍ଷାତକାର ରେ ଯିବାକୁ ହେଲେ ୮ ନଭେମ୍ବର ଦିନ ଆପଣଙ୍କୁ ଏହି ସ୍କୁଲ ରେ ଯାଇ ପହଞ୍ଚିବାକୁ ହେବ। ଏହି ସାକ୍ଷାତକାର ରେ ଆପଣଙ୍କୁ ପ୍ରାୟ ଦିନ ୯ ଟା ପୂର୍ବରୁ ଯାଇ ଉପସ୍ଥିତ ହେବାକୁ ପଡ଼ିବ। ଉଭୟ ମହିଳା ଏବଂ ପୁରୁଷ ମାନେ ଯାଇ ଏଥିରେ ଅଂଶ ଗ୍ରହଣ କରି ପାରିବେ। ତେବେ ଆପଣଂକୁ ଏହି ତାରିଖ ଦିନ ଏହି ସମୟ ପୂର୍ବରୁ ଯାଇ ଉପସ୍ଥିତ ଦେବାକୁ ପଡିବ।


ଅଣ-ଶିକ୍ଷକ ପଦବୀ ଗୁଡିକ ହେଲା;-
ଆକାଉଣ୍ଟ, ପ୍ରୋ-ଫିମେଲ ଏବଂ ହାଉସ କିପିଙ୍ଗ , ଏବଂ ମେଟ୍ରିକ ପାସ , +2,+3 ପାସ କରିଥିବା ଆବଶ୍ୟକ ରହିଛି। ତେବେ। ଶିକ୍ଷକ ପଦବୀ ରେ PRT ଏବଂ TGT ପୋଷ୍ଟ ମଧ୍ୟ ସେହିଭଳି ଖାଲି ରହିଛି ବିଭିନ୍ନ ବିଷୟରେ। ତେବେ ଶୀଘ୍ର ଏହାକୁ ଏହି ଅଫିସିଆଲ ୱେବସାଇଟ ରେ ଯାଇ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।