ଶୀତଦିନେ ଗୁଇଁଠି ଫଟା ହେଉଛି କି ? ଗୁଇଁଠି ଫଟା ର କୁ ଦୁରେଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଘୋରାଇ ଉପଚାର, ୧୦୦% ଗ୍ୟାରେଣ୍ଟି

0

ଶୀତ ଦିନରେ ଅନେକ ସଚେତନତା ଅବଲମ୍ବନ କରିବାକୁ ପଡେ। ଆମକୁ ଏଥିପାଇଁ ଅନେକ ପ୍ରକାର ଉପଚାର ମଧ୍ୟ ଆମ ଶରୀର ର ବିଭିନ୍ନ ଅଙ୍ଗ ପ୍ରତି ବ୍ୟବହାର କରିବାକୁ ହୁଏ। ତେବେ ଏହି ଶୀତ ଦିନରେ ଅନେକଙ୍କ ର ପ୍ରାୟ ଗୋଡ଼ ର ଗୁଇଁଠି ଫାଟି ଥାଏ। ତାହା ସହିତ ଆମର ଓଠ ଶୁଖି ଯିବା ପରି ଅନେକ ସମସ୍ୟା ଆସିଥାଏ। ତେବେ ସବୁଠାରୁ ବଡ଼ ସମସ୍ୟା ହେଲା ଆମର ଗୁଇଁଠି ଫାଟିବା। ଏହା ହେଲେ ଚାଲିବାର କଷ୍ଟ ଅନେକ ହୋଇଥାଏ। ତେବେ ଏହା ପାଇଁ ଆମେ ଅନେକ ସହଜ ଉପଚାର ଆଜି ଆପଣଙ୍କୁ ଜଣାଇ ଦେବୁ। ତାହା ସହିତ ଏହା କେଉଁ କାରଣ ପାଇଁ ହୁଏ ତାହା ମଧ୍ୟ ଜାଣି ରଖିବା ଅତ୍ୟନ୍ତ ଜରୁରୀ ଅଟେ।


ଆମର ଗୁଇଁଠି ଫାଟିବାର କାରଣ ମୁଖ୍ୟତଃ ହେଲା ଶୀତ ଦିନରେ ଜଳୀୟ ଅଂଶ କମ ହେବା। ଏହି ଶୀତ ଦିନରେ ଯେଉଁ ଜାଗାରେ ଜଳୀୟ ଅଂଶ ମିଳେ ତାହା ବାୟୁ ଶୁଷ୍କ କରି ନିଏ। ତେଣୁ ଆମ ଶରୀର ରେ ଜଳୀୟ ଅଂଶ ପରିମାଣ ଅଧିକ ରଖିଲେ ଏହା ହେବ ନାହିଁ। ସେଥିପାଇଁ ଆପଣ ମାନେ ଅଧିକ ମାତ୍ରାରେ ରେ ପାଣି ପିଇବାର ଆବଶ୍ୟକତା ରହିଛି।

ସେହି ପରି ଆପଣ ଯଦି ଶୀତ ଦିନେ ଅଧିକ ଆମିଷ ଜାତୀୟ ଖାଦ୍ୟ ଖାଆନ୍ତି ତେବେ ତାହା ମଧ୍ୟ ଆପଣଙ୍କ ଶରୀର ରେ ଜଳୀୟ ଅଂଶ କୁ କମ କରିଦିଏ। ତେଣୁ ଆପଣ ଶୀତ ଦିନରେ ଯେତେ ପାରିବେ ନିରାମିଷ ଖାଦ୍ୟ ଖାଇବା ଜରୁରୀ ଅଟେ। ଏହା ସହିତ ଆପଣ ସାଧାରଣତଃ ଶରୀର ର ଜଳୀୟ ଅଂଶ ଅଧିକ କରିବାକୁ ସବୁଜ ପନିପରିବା ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। ଯାହା ଦ୍ୱାରା ଆପଣଙ୍କ ଶରୀର ରେ ଏହା ଏକ ଭିଟାମିନ ଆଣି ଆପଣଙ୍କ ଜଳୀୟ ଅଂଶ ଅଧିକ ରଖିବାରେ ସହାୟତା କରିବ।


ତେବେ ଆପଣଙ୍କ ର ଯଦି ଗୁଇଁଠି ଫାଟୁଥାଏ, ତେବେ ଏହି ଉପାୟ ଗୁଡିକୁ ଘରେ ନିହାତି ପ୍ରୟୋଗ କରନ୍ତୁ। ପ୍ରଥମେ ଆପଣ ଯଦି ପାରୁଛନ୍ତି ପ୍ରତିଦିନ ଏକ ଗ୍ରାମ ରୁ କମ ଅର୍ଥାତ ଏକ ଗହମ ଦାନା ପରି ଚୂନ ନେଇ ତାକୁ ଏକ ଗ୍ଲାସ ପାଣିରେ ମିଶାଇ ନିହାତି ପିଅନ୍ତୁ। ଏହା ଆପଣଙ୍କ ଶାରିରୀକ ଜଳୀୟ ଶକ୍ତି ବୁଦ୍ଧି କରିବାରେ ସହାୟକ ହେବ।  ସେହିପରି ଦ୍ୱିତୀୟ ଉପାୟ ଟି ହେଲା ଆପଣ ଏକ ତେଲ ମାଲିସ କରି ପାରିବେ ଏହି ଗୁଇଁଠି ରେ।

ଏହି ତେଲ ପ୍ରସ୍ତୁତି କରିବାକୁ ହେଲେ ଆପଣଙ୍କୁ ପ୍ରଥମେ କିଛି ସୋରିଷ ତେଲ ଆଣିବାକୁ ହେବ। ଏହା ସହିତ ଗନ୍ଧ କର୍ପୂର ଏବଂ କିଛି ମହମ ଆଣି ଏଥିରେ ମିଶାଇ ଦିଅନ୍ତୁ। ଏହି ମିଶ୍ରିତ ତେଲ କୁ ଆପଣ ପ୍ରତିଦିନ ନିଜ ଗୁଇଁଠି ରେ ଲଗାଇ ଦେଖନ୍ତୁ। ଆପଣଙ୍କ ଏହା ସମ୍ପୂର୍ଣ୍ଣ ରୂପେ ଠିକ ହୋଇଯିବ। ଏହା ସହିତ ଆପଣ ଗରମ ପାଣିରେ ଏହାକୁ ଧୋଇବା ସହିତ ଏହି ତେଲ କୁ ମାଲିସ କଲେ ଏହି ଗୁଇଁଠି ଫାଟିବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।