ଦେଖନ୍ତୁ ଭିଡିଓ – ସାରା ଓଡିଶାରେ ହାଲଚାଲ ହେବାରେ ଲାଗିଲା ଏହି ମହିଳାଙ୍କ କଥା ଯାହା 1ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି

0

ଓଡ଼ିଶା ସରକାର । ବିଗତ ୨୦ ବର୍ଷ ଧରି ମାନ୍ୟବର ନବୀନ ପଟ୍ଟନାୟକ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାର ତୁଲାଇ ଆସିଛନ୍ତି । କିନ୍ତୁ ଓଡ଼ିଶା ରେ ବିକାଶ ର ପରିମାଣ କେତେ ? ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଅନେକ ନେତା , ମନ୍ତ୍ରୀ ମାନେ ଇଲେକ୍ସନ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି , କିନ୍ତୁ ସେଇ ପ୍ରତିଶ୍ରୁତି କେତେ ପରିମାଣ ରେ କାର୍ଯ୍ୟକ୍ଷମ ହୋଇଥାଏ ।

ବିଗତ କୋଡ଼ିଏ ବର୍ଷ ବିଜୁ ଜନତା ଦଳ ର ଶାସନ କାଳ ରେ ଅନେକ ଆଖିଦୃଶିଆ ଉନ୍ନତି ହୋଇଥିଲେ ମଧ୍ୟ ବିକାଶ ର ବହୁତ ପଛରେ ଆସିଥାଏ ଓଡ଼ିଶା ର କ୍ରମ । ଆଜି ବି ଅନେକ ଗ୍ରାମ ଅଛି ଯେଉଁଠି ଲୋକ ମାନେ ରାତି ହେଲେ ଡିବିରି କିମ୍ୱା ଲଣ୍ଠନ ଜାଳନ୍ତି ।

ବିକାଶ ନାମରେ ସରକାରୀ ବାବୁ ମାନେ କେବଳ ପଇସା ଖାଇଥାନ୍ତି କିନ୍ତୁ ଲୋକ ମାନଙ୍କ ପାଖରେ ତାର ତିଳେ ମାତ୍ର ଚିହ୍ନ ପହଞ୍ଚିନଥାଏ । ଆଜି ମଧ୍ୟ ଓଡ଼ିଶା ର ଅନେକ କୋଣ ଅନୁକୋଣ ରେ ଅନେକ ଗ୍ରାମ, ବସ୍ତି ଅଛି ଯେଉଁଠି ଜଳ ପାଇଁ ସେଠିକାର ବାସିନ୍ଦା ମାନଙ୍କୁ ଗୋଟେ ମାତ୍ର ନଳକୂପ କିମ୍ୱା କୂଅ ସାହାରା ରେ ଲମ୍ବା ଲାଇନ୍ କରି ଛିଡା ହୋଇ ରହିବାକୁ ପଡୁଛି । ଅନେକ ଗ୍ରାମ କୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇନାହିଁ ।

ବିଜୁ ପକ୍କା ଘର ଯୋଜନା ରେ କେବଳ ସରକାରୀ ଅଫିସର ମାନେ ଲୋକ ଙ୍କୁ ଭଣ୍ଡେଇ ଚାଲିଛନ୍ତି କିନ୍ତୁ ସେମାନଙ୍କୁ ଏଯାଏ ବି ସେଇ ଚାଳ ଛପର କୁଡିଆ ରେ ଦିନ କାଟିବାକୁ ପଡ଼ୁଛି । କିନ୍ତୁ ସେଥିପ୍ରତି ସରକାର ଙ୍କ କୌଣସି ଚିନ୍ତା ମଧ୍ୟ ନାହିଁ । ଏମିତି ଏକ ଗ୍ରାମ ର ଭିଡିଓ ବର୍ତ୍ତମାନ ଲୋକ ଲୋଚନ କୁ ଆସିଛି ଯେଉଁଠି ଗୋଟେ ଗ୍ରାମ ର ଝିଅ ଟିଏ ଓଟିଭି ଗଣମାଧ୍ୟମ ର ପ୍ରତିନିଧି ଙ୍କ ସାମ୍ନା ରେ ନିଜ ଗ୍ରାମ ର ଅବସ୍ଥା କୁ ବଖାଣିଛନ୍ତି । ନବୀନ ସରକାର ଙ୍କ ବିକାଶ ର ଅନ୍ୟ ଏକ ନମୁନା ପଦାକୁ ଆସିଛି ।

ଘଟଣା ଟି ହେଉଛି କଟକ ଜିଲ୍ଲା ର ଟାଙ୍ଗୀ ଚୌଦ୍ବାର ପଞ୍ଚାୟତ ସେମିତି ର ବଦକୁସୁନପୂର୍ ଗ୍ରାମ ର । ସେଇ ଗ୍ରାମ ରେ ବାସିନ୍ଦା ହେଉଛନ୍ତି ସୁମିତ୍ରା । ସେଠିକାର ବାସିନ୍ଦା ପ୍ରତିଦିନ ମୁଲ ଲାଗି ଜଙ୍ଗଲ ରୁ କାଠ ସଂଗ୍ରହ କରି ନିଜ ପରିବାର ପୋଷଣ କରିଥାନ୍ତି । କିନ୍ତୁ ଦିନେ ସେ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ଦେଖି ନିଜ ଗ୍ରାମ ର ବିକାଶ ର ନମୁନା କହିଛନ୍ତି ଯାହା କି କିଛି କ୍ଷଣ ମଧ୍ୟ ରେ ଯାଇ ତୃତୀୟ ମହଲା ରେ ପହଞ୍ଚିଛି।

ରାତି ରେ ସେ ଭିଡିଓ ଟି ଏମିତି ଭାଇରାଲ ହୋଇଛି, ସକାଳେ ସମସ୍ତ ସରକାରୀ ବାବୁ ଆସି ଗ୍ରାମ ରେ ହାଜିର୍ ହୋଇଛନ୍ତି । ବିଡିଓ, ଜେଇ ଓ ପଞ୍ଚାୟତ କର୍ମଚାରୀ ଙ୍କ ଠୁ ଆରମ୍ଭ କରି ବ୍ଲକ୍ ସ୍ତରୀୟ କର୍ମଚାରୀ ଆସି ପହଞ୍ଚିଛନ୍ତି ସେଇ ଗ୍ରାମ ରେ ସୁମିତ୍ରାଙ୍କ କହିବା ଅନୁସାରେ ସେଇ ଗାଆଁ ରେ ଗୋଟି ମାତ୍ର ନଳକୂପ କୁ ଦୁଇଶହ ପରିବାର ବ୍ୟବହାର କରିଥାନ୍ତି ।

ଓଡ଼ିଶା ର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହିସାବ ରେ ନବୀନ ପଟ୍ଟନାୟକଙ୍କ କୌଣସି ବିକାଶ ଏଯାଏ ତାଙ୍କ ଗ୍ରାମ ରେ ପହଞ୍ଚି ନାହିଁ ତାଙ୍କ ଅନୁସାରେ । ସେ ଆହୁରି ମଧ୍ୟ କହିଛନ୍ତି କି ଇଲେକ୍ସନ ସମୟ ରେ ମନ୍ତ୍ରୀ, ନେତା ଆସି ବହୁ ପ୍ରତିଜ୍ଞା କରିଯାନ୍ତି, କିନ୍ତୁ ଜିତିଲା ପରେ ଆଉ କାହାରି ପାଦଧୂଳି ପଡେନାହିଁ । କିନ୍ତୁ ତାଙ୍କ କଥା ଏମିତି ସରକାର ଙ୍କ ପାଖରେ ପହଞ୍ଚିଛି କି ପରଦିନ ସକାଳେ ସମସ୍ତ ବାବୁ ଓ ସରକାରୀ କର୍ମଚାରୀ ଆସି ନଳକୂପ ଖନନ ଓ ପାଇଖାନା ରେ ନନ୍ଦ ବସାଇବା ପାଇଁ ସମସ୍ତ ପଦକ୍ଷପ ଆରମ୍ଭ କରିସାରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।