ଦେଖନ୍ତୁ ଭିଡ଼ିଓ । ଶେଷରେ ସବୁ ସୀମା ଟପି ଗଲେ ରାଣୀ ପଣ୍ଡା, ପାଣ୍ଡିଆନ ମୋ ସହିତ…….

0

କରୋନା ପାଇଁ ଅନେକ କର୍ମଚାରୀ ଏବଂ ବିଭିନ୍ନ ସଂଗଠନ ର କର୍ମୀ ମାନେ ନିଜର ଜୀବିକା ହରାଇ ସାରିଛନ୍ତି। ସରକାରଙ୍କ ସମ୍ପୂର୍ଣ୍ଣ ଲକ ଡାଉନ ପାଇଁ ଅନେକ ଶ୍ରମିକ ମାନେ ମଧ୍ୟ ବେସାହାରା ପାଲଟି ଯାଇଛନ୍ତି। କାରଣ ଲକ ଡାଉନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସଙ୍ଗଠନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଅନେକ ଏମିତି ଗୋଷ୍ଠି ର କର୍ମୀ ରହିଛନ୍ତି ଯେଉଁମାନେ ଲକ ଡାଉନ ହଟିବା ପରେ ମଧ୍ୟ ଅସହାୟ ହୋଇ ପଡିଛନ୍ତି। କାରଣ ସେମାନଙ୍କ ର କୌଣସି ଆୟର ପନ୍ଥା ନାହିଁ। କୋଭିଡ ନିୟମ ପାଇଁ ସେମାନେ ହାତ କୁ ହାତ ଯଦି ବସିବା ଛଡା ଆଉ କିଛି ଉପାୟ ଭାବି ପାରୁ ନାହାନ୍ତି।

ସେହିପରି ଏକ ଗୋଷ୍ଠି ହେଲେ ଯାତ୍ରା କଳାକାର। ସେମାନେ ପ୍ରାୟ ଆଠ ମାସ ହେବ ଘରେ ଆୟ ଶୂନ୍ୟ ହୋଇ ବସି ରହିଛନ୍ତି। ସରକାର ଅନ୍ୟ ମନରଞ୍ଜନ ବିବିଭାଗ ଗୁଡିକୁ ଖୋଲିବ କୁ ଅନୁମୋତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ଯାତ୍ରା କଳାକାର ମାନଙ୍କୁ ଅଣଦେଖା କରିଛନ୍ତି। ତେବେ ଏହି କାରଣ ପାଇଁ ଆଜି କିଛି ଯାତ୍ରା କଳାକାର ମାନେ ରାଜ ରାସ୍ତା କୁ ଆସି ଏହାର ତୀବ୍ର ପ୍ରତିବାଦ କରିଛନ୍ତି।

ଏହି କଳାକାର ମାନଙ୍କ ମଧ୍ୟରେ ଆଗରେ ଥିଲେ ରାଣୀ ପଣ୍ଡା। ଯିଏକି ଯାତ୍ରା କଳାକାର ମାନଙ୍କ ର ହକ କୁ ନେଇ ଆଜି ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିନ ଆଗରେ ପୋଷ୍ଟର ନେଇ ଧାରଣା ଦେଇଥିଲେ। ତାଙ୍କର କହିବା କଥା ସରକାର ଯଦି କରୋନା ପାଇଁ ଉପନିର୍ବାଚନ ଗୁଡିକରେ ସମସ୍ତ କଟକଣା କୁ ଆଡେଇ ନିର୍ବାଚନ ର ପ୍ରଚାର କରି ପାରିଲେ ତେବେ ଆଜି କଣ ପାଇଁ ଦୀର୍ଘ ଆଠ ମାସ ହେବ ଏପରି ଯାତ୍ରା କଳାକାର ମାନଙ୍କୁ ବେରୋଜଗାର ସଜାଇ ଘରେ ବସାଇ ରଖିଛନ୍ତି।

ସରକାର ଏମିତି କିଛି ଉପାୟ ଏବଂ ଗାଇଡ଼ ଲାଇନ ଜାରି କରନ୍ତୁ ଯାହା ଦ୍ୱାରା ଯାତ୍ରା କଳାକାର ମାନେ ମଧ୍ୟ ନିଜ ଜୀବିକା ବଞ୍ଚାୟ ପାରିବେ। ସେମାନଂକୁ ଏହି କୋଭିଡ ଗାଇଡ଼ ଲାଇନ ଅନୁସାରେ ଆଗାମୀ ଦିନରେ ଯାତ୍ରା କରିବାକୁ ନଦେଲେ ପୁଣି ସେମାନେ ରାଜ ରାସ୍ତା କୁ ବାହାରି ଆସିବେ1।ଆଉ ଏହି ଆନ୍ଦୋଳନ ଆଗକୁ ବଢିବା ସହିତ ସରକାରଙ୍କୁ ସିଧାସଳଖ ବିରୋଧ କରାଯିବାର ଧମକ ଦେଇଛନ୍ତି ଏହି ସଂଗଠନ।

ତେବେ ସବୁଠାରୁ ବଡ଼ କଥା ହେଲା ସରକାର ସମସ୍ତଙ୍କ କଥା ଭାବିବା ଦରକାର। କରୋନା ପାଇଁ ଅନେକ ଏମିତି ଯାତ୍ରା କଳାକାର ନିଜର ପରିବାର ଚଳାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି। ସେମାନଂକୁ କୌଣସି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉ ନାହିଁ। ତାହା ସହିତ ଏହି ଅନୁଷ୍ଠାନ ଗୁଡିକୁ ପ୍ରାୟ ଆଠ ମାସ ହେବ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ରଖା ଯାଇଛି। ତେବେ ସରକାର ଏହି ଯାତ୍ରା କଳାକାର ମାନଙ୍କୁ ଆଖିରେ ରଖି ଖୁବ ଶୀଘ୍ର ଏହି ଯାତ୍ରା ଗୁଡିକୁ ଖୋଲିବାକୁ ଅନୁମୋତି ଦିଅନ୍ତୁ। ତାହା ସହିତ କୋଭିଡ ଗାଇଡ଼ ଲାଇନ ମଧ୍ୟ ଏହା ପାଇଁ ଜାରି କରନ୍ତୁ। ଯାହା ଦ୍ୱାରା ସମସ୍ତେ ସୁରକ୍ଷିତ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।