Breaking news : ପୁଣି ୧୬ ଦିନ ତାଲାବନ୍ଦ ଓଡିଶା । ଜୁନ୍ ୧୭ ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ୩ ଜିଲ୍ଲାରେ କଟକଣା କୋହଳ ।

0

ଆମେ ସମସ୍ତେ କରୋନା ମହାମାରୀ ବିଷୟ ରେ ବହୁତ୍ ଭଲ ଭାବରେ ଜାଣିଛୁ ଯାହା ଏବେ ସମସ୍ତ ଲୋକ ଙ୍କୁ ନାକେଦମ୍ କରିବାରେ ଲାଗିଛି ।ବର୍ତ୍ତମାନ ସାରା ବିଶ୍ଵ କରୋନା ମହାମାରୀ ରେ ଉବୁଡୁବୁ ହେଉଛି । ଭାରତ ର ସମସ୍ତ ରାଜ୍ୟ ରେ ବର୍ତ୍ତମାନ ଲକଡାଉନ୍ ଓ ସଟଡାଉନ୍ ଚାଲିଛି । ଦେଶର ଆର୍ଥିକ ପରିସ୍ଥିତି ତେଣୁ ବହୁତ୍ କଠିନ ଅବସ୍ଥା ରେ । କୋରନା ମହାମାରୀ ରେ ଏବେ ମୃତ୍ୟୁ ସଂଖ୍ୟା ଓ ଆକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି

ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି । ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତଙ୍କ ପଦ ରେ ବେଢ଼ି ପକାଇଦେଇଛି । ସାରା ଭାରତ ରେ ଲୋକ ଏତେ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ଯେ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ । ସରକାର ମଧ୍ୟ କରୋନା ସଚେତନତା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।


ତେଣୁ ଏବେ ଲକ୍ ଡାଉନ୍ ର ଦ୍ଵିତୀୟ ଲହର ଚାଲିଥିବା ବେଳେ ପୁଣି ଥରେ ଏହି ଦ୍ଵିତୀୟ ପର୍ଯ୍ୟାୟ ର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଆସନ୍ତା ଜୁନ ୧ ତାରିଖ ସୁଦ୍ଧା ଉଠି ଯିବା ର ଥିଲେ ହେଲେ ପୁଣି ସରକାର ଏହି ଲକ୍ ଡାଉନ୍ ବ୍ୟବସ୍ଥା କୁ ଚାଲୁ ରଖିବା ପାଇଁ ଚାହୁଁଥିଲେ ସରକାର ଙ୍କ କହିବା ଅନୁସାରେ ଆଗକୁ ସବିତ୍ରିବ୍ରତ ଓ ରଜ ସଂକ୍ରାନ୍ତି ଥିବା ବେଳେ ବଜାର ବହୁତ୍ ଭିଡ଼ ହେବ ନେଇ ସନ୍ଦେହ କରା ହେଇଚି।ସଂକ୍ରମିତ କମିବାରେ ଲାଗିଛି ହେଲେ ପୋଜଟିଭ ୫ ପ୍ରତିଶତ ବଢିବା କୁ ନେଇ ସନ୍ଦେହ ହୋଇଚି।ତେଣୁ ସରକାର ୧୭ ଯାଏଁ ବଢାଇଲେ ଲକ୍ ଡାଉନ୍।ଏହା ଜୁନ୍ ୧୭ ସକାଳ ୫ ଟା ଯାଏଁ ବଳବତ୍ତର ରହିବ ।

ଏବେ ମାତ୍ର ୩ ଟି ଜିଲ୍ଲା ରେ ଲକ୍ ଡାଉନ୍ କୋହଳ ହୋଇଚି । କୋଭିଡ୍ ପାଇଁ ଦିଲ୍ଲୀ,ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକ ବହୁ ଆକ୍ରାନ୍ତ ହୋଇଛନ୍ତି।ଆଗକୁ କିଛି ଦିନ ଲକ୍ ଡାଉନ୍ ବ୍ୟବସ୍ଥା ବଳବତ୍ତର ରହିଲେ କିଛି ଟା ଫାଇଦା ହୋଇପାରେ ବୋଲି ସରକାର କହିଛନ୍ତି ।ଯାହା ପାଇଁ ସରକାର ଲକ୍ ଡାଉନ୍ ବ୍ୟବସ୍ଥା ସହିତ ପ୍ରତିଦିନ ସକାଳ ୫ ଟାରୁ ଦିନ ୧ ଯାଏଁ ସବୁ କିଛି ଖାଦ୍ୟ କ୍ରୟ ଦୋକାନ ସବୁ ଖୋଲା ରହିବ।

ନୂଆପଡ଼ା ,ଗଜପତି ଓ ସୁନ୍ଦରଗଡ଼ ରେ ଲକ୍ ଡାଉନ୍ କୋହଳ ହୋଇଚି।ସରକାର ମଧ୍ୟ କୋରନା ତୃତୀୟ ଲହରୀ ପାଇଁ ବହୁତ୍ ଗୁଡ଼ିକ ସରଞ୍ଜାମ ଯୋଗାଡ଼ କରିବାକୁ ଲାଗିଛନ୍ତି।ଏହା ସହିତ ସପ୍ତହନ୍ତ ସଟ୍ ଡାଉନ୍ ଭି ଜାରି ରହିବା ନେଇ ସରକାର କହିଛନ୍ତି।ଏବେ ୨୫ ଜଣ ବ୍ୟକ୍ତି ବ୍ଲାକ ଫୋଙ୍ଗସ୍ ରେ ଆକ୍ରାନ୍ତ ହେବା ପରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୁ ହୋଇଚି ତା ପୁଣି ସେମାନଙ୍କର ଅନ୍ୟ ରୋଗ ର ଆକ୍ରାନ୍ତ ଯୋଗୁଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।