୭୮ ବର୍ଷ ର ବୁଦ୍ଧ ବିବାହ କଲେ ୧୭ ବର୍ଷ ବୟସର ଯୁବତୀ ଙ୍କୁ ବିବାହର 22 ଦିନ ପରେ ହେଲା ଛାଡପତ୍ର କାରଣ ଜାଣିଲେ ବିଶ୍ବାସ କରି ପାରିବେନି

0

ପୂର୍ଵ କାଳରେ ରାଜା ଏବଂ ମହାରାଜା ମାନେ ଅନେକ ପତ୍ନୀ ଙ୍କୁ ବିବାହ କରୁଥିଲେ। ସେମାନେ ଦୁଇଟି କାରଣ ପାଇଁ ବିବାହ କରି ଥାନ୍ତି। ଗୋଟିଏ କାରଣ ହେଲା ରାଜା ମାନେ ଯେତେବେଳେ କୌଣସି ରାଜ୍ୟ କୁ ବିଜୟ କରୁଥିଲେ ସେତେବେଳେ ସେହି ରାଜ୍ୟ ର ଥିବା ରାଜାଙ୍କର ହେଉ ବା ରାଜ କନ୍ୟା ମାନଙ୍କୁ ବିବାହ କରୁଥିଲେ। ଆଉ ଦ୍ୱିତୀୟ କାରଣ ଟି ହେଲା ସେମାନେ ନିଜର ପୁତ୍ର ପ୍ରାପ୍ତି ପାଇଁ ଅନେକ ରାଜ କନ୍ୟା ମାନଙ୍କୁ ବିବାହ କରୁଥିଲେ। ତେବେ ରାଜା ବୃଦ୍ଧ ସମୟରେ ମଧ୍ୟ ରାଜ କନ୍ୟା ମାନଙ୍କୁ ବିବାହ କରୁଥିଲେ।


କିନ୍ତୁ ବର୍ତ୍ତମାନ ସମୟରେ ଯଦି ଏପରି ହୁଏ ଅର୍ଥାତ ବର ଏବଂ କନ୍ୟା ଙ୍କ ବୟସ ର ଫରକ ହେଉଛି ୬୧ ବର୍ଷ ତେବେ ଆଧୁନିକ ଯୁଗ ର ମଣିଷ ବୁଦ୍ଧିମାନ ହେବାର ଉପାୟ କେଉଁଠି ରହିଲା। ଏ ସବୁ କହିବାର କାରଣ ହେଉଛି ଏମିତି ଏକ ଆଶ୍ଚର୍ଯ୍ୟ କର ଘଟଣା ଘଟିଛି ଇଣ୍ଡୋନେସିଆ ରେ। ଜଣେ ୭୮ ବୟସ ର ବୁଦ୍ଧ ବିବାହ କରିଛନ୍ତି ଜଣେ ୧୭ ବୟସ ର ମହିଳାଙ୍କୁ। ଏହି ଘଟଣା କୁ ନେଇ ଏବେ ବିଶ୍ୱ ରେ ଚର୍ଚ୍ଚା ପାଲଟି ଯାଇଛି।

ଆମେ ଦେଖୁଛି କି ଆମ ସମାଜ ରେ ଅନେକ ଯୁବକ ପ୍ରେମ କରି ବିବାହ କରୁଛନ୍ତି। ସେମାନେ ନିଜ କ୍ଲାସମେଣ୍ଟ ଥିବା ମହିଳା ମାନଙ୍କୁ ବିବାହ କରିଥାନ୍ତି। ତେବେ ଏମିତି ମଧ୍ୟ ହୁଏ କି ଆମ ସମାଜ ରେ ବର ଏବଂ କନ୍ୟା ଙ୍କ ମଧ୍ୟରେ ବୟସ ର ତାରତମ୍ୟ ଅଳ୍ପ କେତେ ବର୍ଷ ର ଫରକ ରହି ଥାଏ। ମାତ୍ର ଏପରି ଘଟିବା ନିହାତି ଏକ ଆଶ୍ଚର୍ଯ୍ୟ କର ଘଟଣା। ତେଣୁ ଇଣ୍ଡୋନେସିଆର ଏପରି ବର ଏବଂ କନ୍ୟା ଙ୍କ ର ବିବାହ କୁ ନେଇ ସାରା ଅଞ୍ଚଳ ରେ ଆଲୋଚନା ସାଜିଛି ଏହି ଘଟଣା।


ତେବେ ସେହି ବର ର ନାମ ହେଉଛି ସରାମ ଏବଂ କନ୍ୟା ର ନାମ ହେଉଛି ନୋନି। ଏମାନଙ୍କ ବିବାହ ହେବାର ଶୈଳୀ କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଚର୍ଚ୍ଚା ଚାଲିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହି ବିବାହ କୁ ମାତ୍ର ୨୨ ଦିନରେ ବର ଛାଡ଼ପତ୍ର ପାଇଁ କୋର୍ଟ ରେ ଆବେଦନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା କନ୍ୟା ତାଙ୍କୁ ଛାଡପତ୍ର ପାଇଁ ଆବେଦନ କରି ନାହାନ୍ତି। ବର ନିଜେ ପତ୍ନୀ ଙ୍କୁ ଛାଡିବା ପାଇଁ ଛାଡ଼ପତ୍ର ଆବେଦନ କରିଛନ୍ତି। ଏପରି କରିବାର କାରଣ ହେଲା କନ୍ୟା ବିବାହ ପରେ ଗର୍ଭବତୀ ଥିବାର ଜଣା ପଡ଼ିଛି। ତେଣୁ ତାଙ୍କ ଚରିତ୍ର କୁ ସନ୍ଦେହ କରି ବର ନିଜେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି।

ତାହା ସହିତ ଇଣ୍ଡୋନେସିଆ ର ପ୍ରଥା ଅନୁସାରେ ପୁଅ ତରଫରୁ ବିବାହ ପାଇଁ ଝିଅ ପକ୍ଷ କୁ କିଛି ଟଙ୍କା ଏବଂ ଉପହାର ଦିଆ ଯାଇଥାଏ। ତେଣୁ ଏବେ ଝିଅ ଘର ପାଇଁ ଏହା ବୋଝ ସାଜି ଯାଇଛି। ସେମାନେ ନେଇଥିବା ସବୁ ଟଙ୍କା ଫେରିବାକୁ ପଡିବ। ତେଣୁ ଏହି ବିବାହ ମାତ୍ର ୨୨ ଦିନ ମଧ୍ୟରେ ସମାପ୍ତ ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।