Dr. Usha B.R – ଛୁଆ ପିଲା ହେଉନି କି ? ଜାଣନ୍ତୁ କ’ଣ କରିବେ ଯାହାଦ୍ବାରା ଆପଣ ଗର୍ଭବତୀ ହୋଇପାରିବେ

0

ମା ଗୋଟିଏ ଏପରି ନା ଯାହାର ବର୍ଣ୍ଣନା କେବେବି ସମ୍ଭବ ନୁହେଁ ।ଆମ ସମାଜ ର ଉନ୍ନତି ଅବନତି , ଭଲ ମନ୍ଦ ସବୁ ଗୋଟିଏ ମା ଉପରେ ହିଁ ନିର୍ଭର କରିଥାଏ। ଖାଲି ଏତିକି ନୁହେଁ ବରଂ ଏହା ଗୋଟିଏ ନାରୀ ଜୀଵନ ର ଉଦେଶ୍ୟ ଅଟେ। କିନ୍ତୁ କାହାକୁ ଏହା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ ତ କାହାକୁ ଅନେକ ତପସ୍ୟା କରିବାକୁ ପଡିଥାଏ। ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।

କିନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଜଣେଇବୁ ଯେ, ଆପଣ ଚେଷ୍ଟା କଲା ପରେ ମଧ୍ୟ ଗର୍ଭବତୀ ହୋଇପାରୁ ନାହାନ୍ତି କଣ ପାଇଁ ଏବଂ କଣ କରିବା ଦ୍ୱାରା ଆପଣ ଶୀଘ୍ର ଗର୍ଭବତୀ ହୋଇପାରିବେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ।
୧.ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମା ହେବାରୁ ବଂଚିତ ରହୁଥିଲେ ପ୍ରଥମେ ନିଜର ଥାଇରଏଡ଼ ପରୀକ୍ଷା କରନ୍ତୁ ।କାରଣ ବହୁତ କେସ ରେ ଦେଖିବାକୁ ମିଳିଛି ଯେ, ଥାଇରଏଡ଼ ଯୋଗୁଁ ଗର୍ଭାଶୟ ରେ ଡିମ୍ବ ସୃଷ୍ଟି ହୋଇନଥାଏ।
୨.ଦିତୀୟ ରେ, ଉଭୟ ସ୍ୱାମୀ ସ୍ତ୍ରୀ ନିଜର ଡାଇବେଟିସ ଚେକଅପ କରନ୍ତୁ । କାରଣ ଉଭୟ ଙ୍କ ମଧ୍ୟରେ କାହାର ବି ଏହା ଥିଲେ ଗର୍ଭବତୀ ହେବା କଷ୍ଟ ସାଧ୍ୟ ଅଟେ।

୩.ମହିଳା ମାନଙ୍କ ର ଓଜନ ଅତିଧିକ କିମ୍ବା ଅତିକମ ହେବା ଦ୍ବାରା ମଧ୍ୟ ଗର୍ଭାଶୟ ରେ ପିଲାଟି ରହିବାକୁ ସକ୍ଷମ ହୋଇନଥାଏ। ଏହାକୁ POSC ରୋଗ ବୋଲି ମଧ୍ୟ କୁହାଯାଏ। ତେଣୁ ନିଜ ଶରୀରର ଓଜନ ନିୟନ୍ତ୍ରଣ ରେ ରଖିବା ଭଲ।
୪.ବହୁତ କେସ ରେ ଦେଖାଯାଏ କି, ପୁରୁଷ ମାନଙ୍କ ର ସ୍ପର୍ମ ଦୁର୍ବଳ ହେବା ଦ୍ବାରା ତାଙ୍କ ଦ୍ୱାରା ମହିଳା ମାନେ ଗର୍ଭଧାରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ ।ସାଧାରଣତଃ ଯେଉଁ ପୁରୁଷ ମାନେ ଆନିଦ୍ରା ରହିବା ଦ୍ବାରା ବା ଅଧିକ ତାପମାତ୍ରା ର ସ୍ଥାନରେ ରହିବା ଦ୍ବାରା ସ୍ପର୍ମ ଦୁର୍ବଳ ହୋଇଥାଏ।


୫.ସହାବସ୍ଥାନ ର ସମୟ ଠିକ ହୋଇନଥିଲେ ମଧ୍ୟ ଗର୍ଭବତୀ ହେବା ସମ୍ଭବ ହୋଇନଥାଏ ।ତେଣୁ ଉଚିତ ସମୟରେ ନିଜର ସ୍ତ୍ରୀ ଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ଯାହାକି ଆପଣଂକୁ ମା ହେବାରେ ସାହଯ୍ୟ କରିବ।

୬.ଉଭୟ ପୁରୁଷ ଏବଂ ସ୍ତ୍ରୀ ଙ୍କର ଓଜନ ସର୍ବଦା ନିୟନ୍ତ୍ରଣ ରେ ରହିବା ଆବଶ୍ୟକ ଅତ୍ୟଧିକ ଓଜନ କାରଣ ରୁ କିମ୍ବା ବହୁତ କମ ଓଜନ ହେବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ପାଇଥାଏ।
୭.ଗର୍ଭବତୀ ହେବାକୁ ଚାହୁଁଥିଲି, ଏହାକୁ ଚେଷ୍ଟା କରିବା ର ୩ ମାସ ପୁର୍ବରୁ ଗର୍ଭ ନିରୋଧକ ବଟିକା ସେବନ କରିବା ବନ୍ଦ କରନ୍ତୁ।

୮.ନିଶା ଦ୍ରବ୍ୟ ସେବନ କରିବା ଦ୍ବାରା ଉଭୟ ପୁରୁଷ ଏବଂ ମହିଳା ମାନେ ଗର୍ଭଧାରଣ କ୍ଷମତା ହ୍ରାସ ପାଇଥାଏ।ତେଣୁ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ।
୯.ଗର୍ଭବତୀ ହେବାକୁ ଚାହୁଁଥିଲେ, ମହିଳା ମାନେ ନିଜର ପିରିୟଡ୍ସ ର ୧୧ ଦିନ ପରେ ୫ ଦିନ ଲଗାତାର ସେକ୍ସ କରନ୍ତୁ ଗର୍ଭବତୀ ହୋଇପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।