ଜୁନ୍‌ ୩୦ ସୁଦ୍ଧା କରାଇ ନିଅନ୍ତୁ ଏହି କାମ, ନଚେତ୍‌ ବ୍ୟାଙ୍କରୁ ଆପଣ ଟଙ୍କା ଉଠାଇପାରିବେ ନାହିଁ କି ଟଙ୍କା କାହାକୁ ପଠାଇ ପାରିବେ ନାହିଁ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ତେବେ ବନ୍ଧୁଗଣ ଆମ ଦେଶରେ ଅର୍ଥନୀତି ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଏବଂ ସୁଚାର ରୂପେ ତୁଲେଇବା ପାଇଁ ବ୍ୟାଙ୍କ୍ ମାନ ଗଠନ ହୋଇଅଛି। ତେବେ ଲୋକ ମାନେ ନିଶ୍ଚିନ୍ତ ରେ ବ୍ୟାଙ୍କରେ ନିଜର ପଇସା ପତ୍ର ଗହଣା ଆଦି ସୁରକ୍ଷିତ ରଖିଥାନ୍ତି। ଘରେ ଘରେ ପ୍ରାୟ ସମସ୍ତ ଲୋକ ବ୍ୟାଙ୍କ୍ ଉପରେ ନିର୍ଭରଶୀଳ। ଋଣ ନେବା ପାଇଁ ହେଉ କିମ୍ବା ପଇସା ରଖିବା ପାଇଁ ହେଉ ସବୁ ସମ୍ଭବ। କିନ୍ତୁ ଏହି ବ୍ୟାଙ୍କ୍ ଗୁଡ଼ିକୁ ଚଳେଇବା ପାଇଁ ବିଭିନ୍ନ ବ୍ୟବସ୍ଥା ମାନ ରହିଛି।

ଦେଶରେ ବିଭିନ୍ନ ବ୍ୟାଙ୍କ ସେବା ଅଛି ସରକାରୀ ଏବଂ ବେସରକାରୀ ସ୍ତରରେ ଯଥା ଏସ.ବି.ଆଇ, ଆର୍.ବି.ଆଇ, ପଞ୍ଜାବ ବ୍ୟାଙ୍କ୍, ଆଦି। ତେବେ ସମସ୍ତ ବ୍ୟାଙ୍କ ଠାରୁ ଏସ.ବି.ଆଇ ବ୍ୟାଙ୍କ୍ ଉଚ୍ଚରେ ରହିଛି। ତେବେ ଅର୍ଥନୀତି କିପରି ସୁରୁଖୁରରେ ଚାଲିବ ସେଥିପାଇଁ ନିୟମ ବ୍ୟବସ୍ଥା କୁ କଡାକଡି କରି ଏସ.ବି.ଆଇ ଦ୍ଵାରା କିଛି କଟକଣା ଜାରି କରାଯାଇଛି। ସେପରି କିଛି ନୂଆ ନିୟମ ପାଇଁ ଯାହାକୁ ଟୁଇଟ୍ କରି ଘୋଷଣା କଲା ଏସ.ବି.ଆଇ ବ୍ୟାଙ୍କ୍।
ତେବେ ବନ୍ଧୁଗଣ ଆପଣ ଏସ.ବି.ଆଇ ବ୍ୟାଙ୍କରେ ନିଜର ଆକାଉଣ୍ଟ୍ ରଖିଛନ୍ତି କି? ତେବେ ଯଦି ହଁ, ଏହି ସୂଚନା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ। ନଚେତ୍ ଆପଣଙ୍କ ଆକାଉଣ୍ଟ୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇପାରେ। ବ୍ୟାଙ୍କ୍ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆପଣ ଯଦି ଏହି ଜୁନ ମାସ ୩୦ ତାରିଖ ସୁଦ୍ଧା ଆପଣଙ୍କ ପାନ୍ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ ନ କରାଇବେ ତେବେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଇନକମ୍ ଟାକ୍ସ ଡିପାର୍ଟମେଣ୍ଟ ପାନ୍ ସହ ଆଧାରର ଲିଙ୍କ୍ କରେଇବାର ଶେଷ ତାରିଖ ଜୁନ ୩୦ ଧାର୍ଯ୍ୟ କରିଛି। ଯଦି ଆପଣ ଏହି ସମୟ ଭିତରେ ନିଜ ପାନ୍ କାର୍ଡ ସହ ଆଧାର କାର୍ଡ ସଂଯୋଗ ନ କରାନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ଅସିଦ୍ଧ ହୋଇଯିବ ଅର୍ଥାତ୍ ଆପଣଙ୍କ ପାଖରେ ଥିବା ପାନ୍ କାର୍ଡ କୌଣସି କାମ ଦେବ ନାହିଁ। ତେବେ କେବଳ ଏତିକି ନୁହଁ ବରଂ ଆୟକର ଆଇନ୍ ହିସାବରେ ଆପଣଙ୍କ ଉପରେ ଏକ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବ।
ଏସବୁ ଟୁଇଟ୍ କରି ଗ୍ରାହକ ଙ୍କୁ ସୂଚନା ଦେବା ପାଇଁ ଏସ.ବି.ଆଇ ବ୍ୟାଙ୍କ୍ କହିଛି କି ଆମେ ଆମର ସମସ୍ତ ଗ୍ରାହକଙ୍କୁ ଜାଣାଇଛୁ କି ବିଚ୍ଛିନ୍ନ ଭାବରେ ବ୍ୟାଙ୍କ୍ ର ସେବା ପାଇବା ପାଇଁ ଆଧାର କାର୍ଡ ସହ ପାନ୍ କାର୍ଡ ର ଲିଙ୍କ୍ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସମୟ ଭିତରେ ଅର୍ଥାତ୍ ୩୦ ଭିତରେ ନିଶ୍ଚିତ କରନ୍ତୁ। ଯାହାକି ବାଧ୍ୟତାମୂଳକ ଅଟେ। ଆଧାର ସହ ପାନ୍ ର ଲିଙ୍କ୍ ହୋଇଛି କି ନାହିଁ ଏ ସମ୍ବନ୍ଦୀୟ ସମସ୍ତ ତଥ୍ୟ ଇନକମ୍ ଟାକ୍ସ ଡିପାର୍ଟମେଣ୍ଟ ର ୱେବସାଇଟ କୁ ଯାଇ ଆଧାର କାର୍ଡ ର ନମ୍ବର ଏବଂ ପାନ୍ କାର୍ଡ ନମ୍ବର ଦେଇ ଜାଣି ପାରିବେ।
ତାପରେ କରିବା ର ସମସ୍ତ ପ୍ରଣାଳୀ ସେଠାରେ ଉପଲବ୍ଧ ଅଛି। ତେବେ ନିଷ୍କ୍ରିୟ ହୋଇ ଯାଇଥିବା ପାନ୍ କାର୍ଡ ନମ୍ବରକୁ ଅାକ୍ଟିଭ୍ କରିବା ପାଇଁ ଆପଣଙ୍କୁ ମେସେଜ ବକ୍ସକୁ ଯାଇ ୧୨ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ଲେଖନ୍ତୁ ଏହା ପରେ ସ୍ପେସ ଦେଇ ୧୦ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ୫୬୭୬୭୮ କିମ୍ବା ୫୬୧୬୧୬ ନମ୍ବର କୁ ଏସ ଏମ ଏସ କରାଇ ଦିଅନ୍ତୁ ଏହା ଅାକ୍ଟିଭ୍ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।