Hair…ମୁଣ୍ଡ ଧୋଇବା ପୂର୍ବରୁ ଲଗାନ୍ତୁ ଏହି ପାଣି ମାତ୍ର 3ଦିନରେ ଚୁଟି ଝଡିିବା ବନ୍ଦ ହେବା ସହିତ କଳା ଏବଂ ଘନ ମଧ୍ୟ ହେବ…..

0

ବର୍ତ୍ତମାନ ର ଏହି ମର୍ଡନ ଜମାନାରେ ସମସ୍ତେ ସୁନ୍ଦର ରୂପ ପାଇଁ ବହୁତ ଇଚ୍ଛୁକ ଅଟନ୍ତି ।ତେବେ ଆପଣ ମାନେ ଜାଣନ୍ତି ସେ ପୁଅ ହେଉ ବା ଝିଅ ସମସ୍ତ ଙ୍କର ସୁନ୍ଦରତା କୁ ତାର ସୁନ୍ଦର କେଶ ହିଁ ପରିପ୍ରକାଶ କରିଥାଏ।କିନ୍ତୁ ବର୍ତ୍ତମାନ ର ଅତ୍ୟଧିକ ରାସାୟନିକ ପଦାର୍ଥ ର ବ୍ୟବହାର ଯୋଗୁଁ ତଥା ଅସନ୍ତୁଳିତ ପରିବେଶ କାରଣ ରୁ ପ୍ରାୟ ସମସ୍ତ ଙ୍କ ପାଖରେ କେଶ ସମସ୍ୟା ତଥା କେଶ ଝଡ଼ିବା, ପତଳା ଓ ଦୁର୍ବଳ ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି।

ଏବଂ ଏହି ସମସ୍ୟା କୁ ତଥା କେଶ ଝଡ଼ିବା କୁ ରୋକିବା ପାଇଁ ଯୁବ ଯୁବତୀ ନନେ ମାର୍କେଟ ରେ ଉପଲବ୍ଧ ଥିବା ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କାରଣ ଆମେ ଆମର କେଶ ଝଡିବାର ସଠିକ କାରଣ ଜାଣିନଥାଉ ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଂକୁ କେଶ ଝଡିବାର କାରଣ ଏବଂ ଏହାକୁ ଭରଣ କରିବାର ଡାକ୍ତରୀ ଉପାୟ ବିଷୟରେ ଜଣେଇବୁ ।

କେଶ ଝଡ଼ିବା ଏବଂ ଦୁର୍ବଳ ହେବାର କାରଣ:-

୧.ଯଦି ଆପଣଙ୍କ ର ପେଟ ସମସ୍ୟା ରହିଥାଏ ତେବେ ଚୁଟି ଝଡ଼ିବା ର ବହୁତ ସମ୍ଭାବନା ରହିଥାଏ। କାରଣ ପେଟ ଖରାପ ରହିବା ଦ୍ବାରା ରକ୍ତ ଖରାପ ହୋଇଥାଏ ଏବଂ ଶରୀରରେ ଏହାର ପରିମାଣ କମ ହୋଇଥାଏ ।ଫଳରେ କେସ ସମସ୍ୟା ଲାଗିରହିଥାଏ।
୨.ଥାଇରଏଡ଼ ସମସ୍ୟା ଥିଲେ ବହୁତ କମ ବୟସ ରୁ ଚୁଟି ଝଡ଼ିଥାଏ ତେଣୁ ଡାକ୍ତର ଙ୍କୁ ପରାମର୍ଶ କରିବା ଉଚିତ। ଶରୀରରେ ରକ୍ତକଣିକା ର ଅଭାବ ଦେଖାଦେଲେ ମଧ୍ୟ କେଶ ଉପୁଡ଼ିଥାଏ।

୩.ଅନେକ ସମୟରେ ଦେଖାଯାଏ କି, ମହିଳା ମାନଙ୍କ ର ସାମ୍ପୁ ଏବଂ ହେୟାର କଣ୍ଡିସନର ଲଗାଇବା ଦ୍ବାରା ମଧ୍ୟ କେଶ ଝଡ଼ିଥାଏ। କାରଣ ସବୁ କସମେଟିକ ଆମକୁ ସୁଟ କରିନଥାଏ।
୪.ଯେଉଁମାନେ ରାତିରେ ଅନିଦ୍ରା ରହିବାର ଅଭ୍ୟାସ ରଖିଥାନ୍ତି ସେମାନ ଙ୍କର ନିଶ୍ଚିତ ଭାବରେ କେଶ ସମସ୍ୟା ତଥା କେଶ ଝଡ଼ିବା , ପତଳା ଓ ଦୁର୍ବଳ ହେବା ପରି ସମସ୍ୟା ଦେଖାଦେଇଥାଏ ।

ଏହାର ଘରୋଇ ଉପଚାର:-

୧.ଡାକ୍ତର ଙ୍କର ସୂଚନା ଅନୁସାରେ,ମାନସିକ ଚାପ ରେ ରହିବା ଦ୍ବାରା କେଶ ସମସ୍ୟା ଦେଖା ଦେଇଥାଏ ।ତେଣୁ ସବୁବେଳେ ଖୁସି ରେ ରହିବା ଭଲ ।ଏବଂ ମାନସିକ ସ୍ତରରେ ଶାନ୍ତ ରହିବା ଉଚିତ।
୨.କେଶ ଜନିତ ସମସ୍ୟା କୁ ଦୂର କରିବା ପାଇଁ, ବାଦାମ , ପାଳଙ୍ଗ ଶାଗ , ସୋୟବିନ ଆଦି ଖାଦ୍ୟ ସେବନ କରିବା ଆବଶ୍ୟକ ।ଏହା ସହ ଆମ ଶରୀରକୁ ଭିଟାମିନ-D ର ଆବଶ୍ୟକତା ରହିଥାଏ ତେଣୁ ପ୍ରତିଦିନ ୧୦-୧୫ ମିନିଟ ସୂର୍ଯ୍ୟ କିରଣ ରେ ରହିବା ଭଲ।
୩.ଏତଦ୍ବ୍ୟତୀତ, ଆପଣ ଏକ ପାତ୍ରରେ ୧ ଚାମଚ ମେଥି କୁ ପାଣିରେ ପକାଇ ଏକ ଦିନ ରଖିଦିଅନ୍ତୁ ।ପର ଦିନ ତାହାକୁ ବାହାର କରି ସେଥିରେ ଅଧା ଚାମଚ ଆଲବେରା ଜେଲ,ଏକ ଚାମଚ ନଡ଼ିଆ ତେଲ ଏବଂ ଏକ ଚାମଚ ଜଡ଼ା ତେଲ ମିଶାଇ ତାହାକୁ ମୁଣ୍ଡ ଧୋଇବା ପୂର୍ବରୁ ୧ ଘଣ୍ଟା ଲଗାଇ ରଖନ୍ତୁ ।ପରେ ଧୋଇନିଅନ୍ତୁ।

ଏହା କରିବା ପରେ ଆପଣ ନିଶ୍ଚିତ ଭାବରେ ଦେଖିବେ କି ଆପଣଙ୍କ ର ସମସ୍ତ ପ୍ରକାର ର କେଶ ଜନିତ ସମସ୍ୟା ଦୂର ହେବା ସହ, କେଶ ଝଡ଼ିବା ବନ୍ଦ ହେବା ସହ , କେଶ ସୁନ୍ଦର, ଘନ ଏବଂ କଳା ସୁନ୍ଦର କେଶ ପାଇପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।