Solar Eclipse – ଆସନ୍ତା ଜୁନ୍ 10 ତାରିଖ ବୁଧବାର ଅର୍ଥାତ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ 2021 ବର୍ଷର ପ୍ରଥମ ସୂର୍ଯ୍ୟପରାଗ…..

0

ମହାକାଶ ରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର , ଉପଗ୍ରହ, ସୌରଜାଗତିକ ପିଣ୍ଡ ଦ୍ଵାରା ଅନେକ ମହାଜାଗତିକ ଦୃଶ୍ୟ ଘଟିଥାଏ । ସେଥିମଧ୍ୟରୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଅନ୍ୟତମ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖା ରେ ଅବସ୍ଥାନ କଲେ ସୂର୍ଯ୍ୟ ପରାଗ କିମ୍ୱା ଚନ୍ଦ୍ର ଗ୍ରହଣ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭୌଗଳିକ କାରଣ ଜନିତ । ସୁର୍ଯ୍ୟ ପୃଥିବୀ ମଝିରେ ଚନ୍ଦ୍ର ଅବସ୍ଥାନ କଲେ ସୂର୍ଯ୍ୟ ପରାଗ ହୋଇଥାଏ ଏବଂ ଏହା ଅମାବସ୍ୟା ରେ ହିଁ ହୋଇଥାଏ । ତେବେ ଆସନ୍ତା ଜୁନ୍ ୧୦ ତାରିଖ ସାବିତ୍ରୀ ଅମାବାସ୍ୟା ଦିନ ୨୦୨୧ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି ।

ଆସନ୍ତା ଜୁନ୍ ୧୦ ତାରିଖ ମହାକାଶ ରେ ହେଉଥିବା ସୁର୍ଯ୍ୟ ପରାଗ ହେଉଚି ଆଂଶିକ ସୂର୍ଯ୍ୟ ପରାଗ । ଯେଉଁ ପରାଗ କୁ ଆମେ ଖାଲି ଆଖି ରେ ଦେଖିପାରିବା ନାହିଁ ତାହାକୁ ଆଂଶିକ ସୂର୍ଯ୍ୟ ପରାଗ କହୁ । ଅର୍ଥାତ୍ ଏହା ଆମକୁ ଆଂଶିକ ଦୃଶ୍ୟମାନ ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଙ୍କ ମତ ରେ ଆଂଶିକ ସୂର୍ଯ୍ୟ ପରାଗ ର ଶୁତକ କାଳ ଧାର୍ଯ୍ୟ ହୋଇନଥାଏ ।

ସାଧାରଣତଃ ଗ୍ରହଣ ଲାଗିବା ର ତିନି ପ୍ରହର ପୂର୍ବ ରୁ ଅର୍ଥାତ୍ ୬ ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବା ର ଚାରି ପ୍ରହର ପୁର୍ବରୁ ଅର୍ଥାତ୍ ୧୨ ଘଣ୍ଟା ପୂର୍ବ ରୁ ପାକ ନିଷେଧ ହୋଇଥାଏ । ମାତ୍ର ଯେଉଁ ପରାଗ ବା ଗ୍ରହଣ ଆଂଶିକ ଦୃଶ୍ୟମାନ ହୋଇଥାଏ ତା ର କୌଣସି ସୂତକ କାଳ ନଥାଏ । ଏହି ସୂର୍ଯ୍ୟ ପରାଗ ଆସନ୍ତା ୧୦ ତାରିଖ ଦିନ ଦ୍ୱିପ୍ରହର ୧.୪୨ ଘ. ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ ଘ. ପର୍ଯ୍ୟନ୍ତ ମହାକାଶ ରେ ଚାଲିବ । ଅର୍ଥାତ୍ ୫ ଘଣ୍ଟା ପର୍ଯ୍ୟନ୍ତ ଏହି ମହାଜାଗତିକ ଘଟଣା ଦୃଶ୍ୟମାନ ହେବ ।

ଏହା ଭାରତ ରେ ଆଂଶିକ ଦୃଶ୍ୟମାନ ହେବ ଓ ଓଡ଼ିଶା ରେ ଦୃଶ୍ୟମାନ ହେବନାହିଁ । ଗ୍ରହଣ ହେଉ ବା ପରାଗ , ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ଅନେକ ସତର୍କତା ଅବଲମ୍ବନ କରି ରହିବାକୁ ପଡିଥାଏ । କାରଣ ଏହା ର ନକାରାତ୍ମକ ଜ୍ୟୋତି ର ପ୍ରଭାବ ଗର୍ଭବତୀ ମହିଳା ଏବଂ ପିଲା ଉପରେ କୁପ୍ରଭାବ ପକାଏ । ତେଣୁ ଏହି ପରାଗ ଚାଲିଥିବା ସମୟ ରେ ଗର୍ଭବତୀ ମହିଳା କିଛି ବି ଖାଦ୍ୟ ଗ୍ରହଣ ନା କରିବା ପାଇଁ ଜ୍ୟୋତିଷବିଦ୍ ମାନେ ବାରଣ କରିଛନ୍ତି ।

ସେଦିନ ସଂପୂଣ୍ଣ ଭାବେ ଘରେ କବାଟ ଝରକା ବନ୍ଦ କରି ରହିବାକୁ ପରାମର୍ଶ କରିଛନ୍ତି । କଳା ଏଵଂ ନୀଳ ବର୍ଣ୍ଣ ର ବସ୍ତ୍ର ଗର୍ଭବତୀ ମହିଳାମାନଙ୍କୁ ପରିଧାନ କରିବା ପାଇଁ ବାରଣ କରାଯାଇଛି । ପରାଗ ର ୫ ଘଣ୍ଟା ମଧ୍ୟ ରେ ଶୋଇବା ମଧ୍ୟ ବାରଣ ହୋଇଛି । ମୁଣ୍ଡ ପାଖରେ ପାଞ୍ଚଗୋଟି ଗୋଟା ହଳଦୀ ରଖି ଓଁ ନମଃ ଶିବାୟ ମନ୍ତ୍ର ଜପ କରିବାକୁ କହିଛନ୍ତି ଜ୍ୟୋତିଷବିଦ୍ ।

ଜୁନ ୧୦ ତାରିଖ ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତ ରେ ଆଂଶିକ ଦୃଶ୍ୟମାନ ହେବ । କିନ୍ତୁ ଆମେରିକା , ଚାଇନା , ଋଷ, ଗ୍ରୀନଲାଣ୍ଡ ଇତ୍ୟାଦି ଦେଶ ଗୁଡ଼ିକ ରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ ଏବଂ ସେଠାରେ ଅଧିକ ପ୍ରଭାବ ରହିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।