Dr. Bhabani Shankar Mohapatra – ୨୦୨୧ ରେ ସୂର୍ଯ୍ୟ ପରାଗ ସମୟରେ ହେବାକୁ ଥିବା ଗ୍ରହଣର କଣ କଣ ସବୁ ପ୍ରଭାବ ରହିବ

0

ଜୟ ଜଗନ୍ନାଥ ବନ୍ଧୁଗଣ। ଆପଣମାନେ ଜାଣିବାକୁ ପାଇଥିବେ ଏହି ୨୦୨୧ ବର୍ଷ ରେ ଆସନ୍ତା ଜୁନ ମାସ ୧୦ ଦିନାଙ୍କରେ ଆଷାଢ଼ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ସଂଗଠିତ ହେବାକୁ ଯାଉ ଅଛି। ଆପଣ ମାନଙ୍କ ମନରେ କୌତୁହଳ ଥିବ ଆଶା ଆଶଙ୍କା ମଧ୍ୟ ଥିବ ଯେ ଏହି ସୂର୍ଯ୍ୟ ପରାଗ ସମସ୍ତଙ୍କ ରାଶି ଉପରେ ତଥା ସମଗ୍ର ଭାରତ ବର୍ଷ ଉପରେ, ବିଶ୍ଵ ଉପରେ ତା ସହିତ ଆମ ରାଜ୍ୟ ଓଡ଼ିଶା ଉପରେ କଣ ପ୍ରଭାବ ପକାଇବା ଏବଂ କିଭଳି ଫଳ ପ୍ରଦାନ କରିବ।

ପରାଗ ର ଗ୍ରହଣ ଥିବା ବେଳେ ସତର୍କ ସମୟ କଣ? ପରାଗ କେଉଁ ସମୟରେ ଲାଗିବ? ଏହି ସମ୍ପର୍କିତ ବିଭିନ୍ନ ପ୍ରକାର ପ୍ରଶ୍ନ ଥିବ ଏବଂ ଏହାର ଉତ୍ତର ଜାଣିବା ପାଇଁ ମଧ୍ୟ ଆପଣ ମାନଙ୍କ ମନରେ ଆଗ୍ରହ ଥିବ ଉତ୍କଣ୍ଠା ଥିବ। ତେବେ ପଠକାଗଣ ଆପଣ ମାନଙ୍କୁ ଏହି ଭଳି ପରାଗ ସମ୍ପର୍କିତ ଓ ଅନ୍ୟାନ୍ୟ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ସମସ୍ତ ତଥ୍ୟାବଳୀ କୁ ପୁଙ୍ଖାନୁପୁଙ୍ଖ ଭାବରେ ଜଣେଇବା ପାଇଁ ଆମେ ସେ ବିଷୟରେ ଜ୍ଞାନୀ ତଥା ବିଶେଷଜ୍ଞ ଭବାନୀ ଶଙ୍କର ମହାପାତ୍ର ଙ୍କ ପରାମର୍ଶ ପ୍ରଦାନ କରିବୁ।

ତେବେ ଏହି ୨୦୨୧ ବର୍ଷ ଜୁନ ମାସ ୧୦ ତାରିଖ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ଅନୁଷ୍ଠିତ ହେବାକୁ ଯାଉଅଛି। ଏହା ଗୁରୁବାର ଦିନ ପଡୁଛି। ଗ୍ରହଣ ସ୍ପର୍ଶ ସମୟ ଯଦି ଆମେ ଦେଖିବାକୁ ଯିବା ତାହେଲେ ୧୦ ଜୁନ ୨୦୨୧ ଗୁରୁବାର ଦିବା ୧୦ ଘଣ୍ଟା ୩୮ ମିନିଟ୍ ୧୭ ସେକେଣ୍ଡରେ ପୁରୀକୁ ପରାଗ ସ୍ପର୍ଶ କରିବ। ଗ୍ରହଣର ମଧ୍ୟକାଳ ମଧ୍ୟାହ୍ନ ବା ଦିବା ୧୨ ଘଣ୍ଟା ୨୬ ମିନିଟ୍ ୯ ସେକେଣ୍ଡରେ ରହିବ ଏବଂ ଗ୍ରହଣର ସମାପ୍ତି ଅପରାହ୍ନ ୨ ଘଣ୍ଟା ୯ ମିନିଟ୍ ୩୮ ସେକେଣ୍ଡରେ ରହିବ।

ସାଧାରଣତଃ ସୂର୍ଯ୍ୟ ପରାଗକୁ ତିନି ଗୋଟି ଭାଗରେ ଆମେ ବିଭକ୍ତ କରିଥାଉ। ଯଥା ପୂର୍ଣ୍ଣ ସୂର୍ଯ୍ୟ ପରାଗ, ଆଂଶିକ ସୂର୍ଯପରାଗ ଏବଂ ଉପଛାୟା ସୂର୍ଯ୍ୟ ପରାଗ। ବିଜ୍ଞାନ ଅନୁସାରେ ଯେତେବେଳେ ଚନ୍ଦ୍ରମା ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରି ଗୋଟିଏ ସରାଳରେଖାରେ ରୁହନ୍ତି ସେତେବେଳେ ଚନ୍ଦ୍ରମାଙ୍କ ଯେଉଁ ଅଂଶ ସୂର୍ଯ୍ୟଙ୍କ ଉପରେ ଯେତିକି ଯାଗା ପ୍ରଭାବିତ କରେ ସେଇ ଅଂଶରେ ଆମେ ସୂର୍ଯ୍ୟଙ୍କୁ ଦେଖି ପାରି ନଥାଉ। ସେଇଟା ଆମେ କହୁ ସୂର୍ଯ୍ୟ ପରାଗ ହେଲା ବୋଲି।

ତେବେ ଆସନ୍ତା ଜୁନ ୧୦ ରେ ଯେଉଁ ସୂର୍ଯ୍ୟପରାଗ ସଂଯୋଜିତ ହେବାକୁ ଯାଉଛି ତାହା ସମ୍ପୂର୍ଣ ଏସିଆ ମହାଦେଶରେ ଦେଖିବାକୁ ପାଇବା। ଭାରତବର୍ଷରେ ସମୂର୍ଣ୍ଣ ମାତ୍ରାରେ ଏହା ଦୃଶ୍ୟମାନ ହେବ। ଓଡ଼ିଶା ଉପରେ ମଧ୍ୟ ପୂର୍ଣ୍ଣ ପ୍ରଭାବ ରହିଛି। ଭାରତ ସହିତ ଦକ୍ଷିଣ ଚାଇନା, ତାଇୱାନ, ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ, ଭଳି ଦେଶ ମାନଙ୍କରେ ସୂର୍ଯ୍ୟପରାଗ ପ୍ରଭାବ ସମ୍ପୂର୍ଣ ରହିବ।

ପରାଗ ପରେ କିଛି ନା କିଛି ଅଘଟଣ ଘଟେ। ଯେପରି ୨୦୧୯ ପରେ କରୋନା ଭାଇରସ ପୃଥିବୀ ପକ୍ଷରେ ଦେଖାଗଲା। ତେବେ ସୂର୍ଯ୍ୟପରାଗ ସମୟରେ ୧୧ ଘଣ୍ଟା ପୂର୍ବରୁ ଦେବନୀତି ଏବଂ ପାକ ତ୍ୟାଗ କରିଥାଉ। ପୂଜା ଅର୍ଚ୍ଚନାରୁ ଦୂରେଇ ରହିଥାଉ। ତେବେ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳା ମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।
ବୈଜ୍ଞାନିକ ମତ ଅନୁସାରେ ଏହା ମଧ୍ୟ ଯୁକ୍ତିଯୁକ୍ତ। କାରଣ ସୂର୍ଯ୍ୟପରାଗ ସମୟରେ ଏକ ପ୍ରକାର ଜୀବାଣୁ ସୃଷ୍ଟି ହୁଏ ଯାହାକି ଖାଦ୍ୟ ମାଧୟମରେ ପେଟକୁ ଗଲେ ଶରୀରକୁ କ୍ଷତି ଗ୍ରସ୍ତ କରିଥାଏ। ସେ ପାଇଁ ଖାଇବା ଏବଂ ବାହାରକୁ ଯିବା ବର୍ଜନୀୟ। ଚନ୍ଦ୍ର ଶୁଦ୍ଧି ରହୁଥିବାରୁ ମେଷ, ବୃଷ, ସିଂହ, ଧନୁ ଏବଂ ମକର ରାଶିରେ ବ୍ୟକ୍ତି ବିଶେଷଙ୍କ ଉପରେ କୌଣସି ପ୍ରଭାବ ନାହିଁ। କିନ୍ତୁ ମିଥୁନ ରାଶିର ବ୍ୟକ୍ତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।