ସାବିତ୍ରୀ ଅମାବାସ୍ୟାରେ ଲାଗିବ ସୂର୍ଯ୍ୟ ପରାଗ, ଜାଣନ୍ତୁ ବିବାହିତା ନାରୀ ମାନେ କେଉଁ ସମୟରେ କରିବେ ପୂଜା

0

ଆମ ଭାରତ ନିଜର ସଂସ୍କୃତି , ପରମ୍ପରା ତଥା ପୂଜା ପର୍ଵ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ମାତ୍ର ଭାରତର ସମସ୍ତ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଏହି ସବୁ ପର୍ବପର୍ବାଣି ତଥା ପୂଜାର୍ଚ୍ଚନା ପାଇଁ ଓଡ଼ିଆ ହେଉଛି ପ୍ରମୁଖ ରାଜ୍ୟ ଅଟେ । ଆମର ପବିତ୍ର ଗ୍ରନ୍ଥ ରେ ମଧ୍ୟ ଲେଖାଯାଇଛି ଯେ ଆମ ଓଡିଶାରେ ୧୨ ମାସରେ ୧୩ ଟି ପର୍ବ ପାଳନ କରାଯାଇଥାଏ।

ତେବେ ଆମେ ସଂସ୍କୃତି ଅନୁଯାୟୀ, ଜଣେ ବିବାହିତ ମହିଳା ମାନେ ସବୁ ପର୍ବପର୍ବାଣି ର ମୁଖ୍ୟ କର୍ମସୂତ୍ର ହୋଇଥାନ୍ତି ।ତେବେ ଏହି ପର୍ବ ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଅନ୍ୟତମ ଅଟେ। ଯାହାକି ଜ୍ୟାଷ୍ଟ ମାସର ଅମାବାସ୍ୟା ରେ ପାଳନ କରାଯାଏ। ତେବେ ଚଳିତ ବର୍ଷ ଏହି ସାବିତ୍ରୀ ଅମାବାସ୍ୟା ଜୁନ ୧୦ ତାରିଖ ଗୁରୁବାର ଦିନ ପଡିଛି।

ତେବେ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ,ସାବିତ୍ରୀ ଅମାବାସ୍ୟା ଟି ବିବାହିତ ମହିଳା ମାନେ ପାଳନ କରିଥାନ୍ତି। ମହିଳା ମାନେ ଏହି ଦିନରେ ନିଜ ସ୍ୱାମୀ ଙ୍କର ଆୟୁଷ ବୃଦ୍ଧି ପାଇଁ ଯମ ରାଜା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହି ପର୍ବ ଟି ପ୍ରତ୍ୟେକ ବର୍ଷ ଜ୍ୟଷ୍ଠ ମାସର ଅମାବାସ୍ୟା ରେ ପାଳନ କରାଯାଏ। ଯେଉଁ ଥିରେ ବିବାହିତ ମହିଳା ମାନେ, ନୂଆ ଶାଢ଼ୀ , ଶଙ୍ଖା , ଅଳତା ଏବଂ ସୁନ୍ଦର ଆଣି ନିଜର ବ୍ରତ ରଖିଥାନ୍ତି ସ୍ୱାମୀ ଙ୍କ ପାଇଁ।

ତେବେ କିନ୍ତୁ ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ରେ କିଛି ଭିନ୍ନ ହେବାକୁ ଯାଉଛି, କାରଣ ଏହି ଦିନ ଅର୍ଥାତ ୧୦ ଜୁନ ରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ସୂଚନା ଅନୁସାରେ, ଏହି ସୂର୍ଯ୍ୟ ପରାଗ ଗୁରୁବାର ଦିନ ୧ ଘଟିକା ୪୨ ମିନିଟ ରେ ଲାଗିବ ଏବଂ ସନ୍ଧ୍ୟା ୬ ଟା ୪୨ ମିନିଟ ରେ ଛାଡିବ ।

ତେବେ ଆମର ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ଲାଗିବା ର ୧୨ ଘଣ୍ଟା ପୂର୍ବରୁ ସୁତକ ସମୟ ଆରମ୍ଭ ହୋଇଥାଏ । ଏହି ସୁତକ ସମୟରେ କୌଣସି ଶୁଭ କାର୍ଯ୍ୟ , ପୂଜା ପାଠ କିମ୍ବା ରୋଷେଇ ଆଦି କରାଯାଏ ନାହିଁ ସବୁକିଛି ବନ୍ଦ ରହିଥାଏ। ଏପରି କି ମନ୍ଦିର ର ଦ୍ୱାର ମଧ୍ୟ ଖୋଲା ଯାଏ ନାହିଁ , ବନ୍ଦ ରହିଥାଏ।

ତେବେ ଆପଣ ସମସ୍ତ ଙ୍କର ମନରେ ଏକ ପ୍ରଶ୍ନ ଆସୁଥିବ କି , ଯଦି ସୁତକ ସମୟ ର ୧୨ ଘଣ୍ଟା ପୂର୍ବରୁ କୌଣସି ପୂଜାର୍ଚ୍ଚନା ତଥା ଶୁଭ କାର୍ଯ୍ୟ କରାଯାଏ ନାହିଁ। ତେବେ ସାବିତ୍ରୀ ବ୍ରତରେ ମହିଳା ମାନେ କେତେବେଳେ ପୂଜା କରିବେ ଏବଂ କିପରି। ତେବେ ଆମେ ଆପଣଂକୁ କହିରଖୁଚୁ ଯେ, ସୂର୍ଯ୍ୟ ପରାଗ ୩ ପ୍ରକାରର ହୋଇଥାଏ।

ଚକିତ ଗୁରୁବାର ରେ ଲାଗୁଥିବା ସୂର୍ଯ୍ୟ ପରାଗ ଟି ଆଂଶିକ ସୂର୍ଯ୍ୟ ପରାଗ ଅଟେ ।ଯେଉଁଥିରେ କୌଣସି ସୁତକ ସମୟ ଗ୍ରହଣ କରାଯାଏ ନାହିଁ। ତେଣୁ ବିନା କୌଣସି ଦିଗ୍ଧ ରେ ଆପଣ ମାନେ ଯେ କୌଣସି ବି ସମୟ ରେ କରିପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।