ସକାଳୁ ଉଠି କରନ୍ତୁ ଏହି କାମ, ସ୍କିନ ରହିବ ସଦା ଉଜ୍ଵଳ ଓ ସୁନ୍ଦର- Dr. Arjun Das ଥରେ ନିଶ୍ଚିତ ଟ୍ରାଏ କରି ଦେଖନ୍ତୁ ,ଫଳ ନିଜେ ଜାଣି ପାରିବେ…..

0

ସବୁ ଲୋକଙ୍କର ନିଜ ର ଶରୀର ପ୍ରତି ଟିକେ ଦୃଷ୍ଟି ସବୁବେଳେ ଥାଏ,କେଉଁପରି ଭାବେ ନିଜର ସ୍କିନ୍ କୁ ଟିକେ ଗ୍ଲୋ କରିବ, କେଉଁ ପରି ଭାବରେ ସ୍କିନ୍ ରେ ଟି କେଉଁପରି ଟିକେ ସୁନ୍ଦର ଦେଖାଯିବ। ଯିଏ ଯେତେ ସୁନ୍ଦର ହେଲେ ମଧ୍ୟ ସବୁବେଳେ ଆଉ ଟିକେ ସୁନ୍ଦର ହବା ପାଇଁ ଇଚ୍ଛା ଥାଏ। ସେଥିପାଇଁ ଅନେକ ଲୋକ କେତେକ ଘରୋଇ ନୁଷ୍କା ଆପଣେଇଥାନ୍ତି, ଆଜି କାଲି ତ ଆଉ ଲୋକ ମାନେ ଘରୋଇ ଜିନିଷ ଆପଣେଉ ନାହାଁନ୍ତି, ସମସ୍ତେ କେମିକାଲ୍ ଜିନିଷ ସବୁ ୟୁଜ୍ କରୁଛନ୍ତି ଯାହା ଦ୍ୱାରା କି ଆମ ସ୍କିନ୍ ବେଶୀ ଖରାପ ହେଉଛି। ତେବେ ଆମେ ମାନେ କିଛି ବି ୟୁଜ୍ ନକରି କିଛି ଛୋଟ ଛୋଟ କାମ କରିଲେ ଆମ ସ୍କିନ୍ ଗ୍ଲୋ କରିବ।


ଅନେକ ଜଣ ଙ୍କ ର ଅଭ୍ୟାସ ଥାଏ କି ସେମାନେ ସକାଳୁ ଉଠି ସାବୁନ୍ କିମ୍ବା ଫେସୱାସ୍ ରେ ମୁହଁ କୁ ୱାସ୍ କରିଥାନ୍ତି, କିନ୍ତୁ ସକାଳୁ ଫେସୱାସ୍ କିମ୍ବା ସାବୁନ୍ ରେ ମୁହଁ ଧୋଇବା ଅନୁଚିତ୍। ସକାଳୁ କେବଳ ଥଣ୍ଡା ପାଣି ରେ ହିଁ ମୁହଁ କୁ ଧୁଅନ୍ତୁ, ଏହା ଆପଣ ମାନଙ୍କ ମୁହଁ ର ବ୍ଲଡ୍ ର ଫ୍ଲୋ କୁ ସ୍ଲୋ ଡାଉନ କରିଥାଏ, ଏଥିରେ ଆପଣଙ୍କ ମୁହଁ ରେ ଥିବା ଟକସିନ୍ ସବୁ ବହୁତ ସହଜ ରେ ବାହାରି ଯାଇଥାଏ। ଆଉ ଏକ କଥା ହେଉଛି ଏହା ଆମ ମୁହଁ ରେ ଜମା କସମେଟିକ୍ କୁ ବାହାର କରିଦେଇଥାଏ। ଥଣ୍ଡା ପାଣି ସ୍କିନ୍ ର ସେଲ୍ କୁ ରିଜ୍ୟୁଭିନେଟ୍ କରିଥାଏ। ସ୍କିନ୍ ର ଏକ୍ସଟ୍ରା ଅଏଲ୍ ପ୍ରଡକ୍ସନ କୁ କଣ୍ଟୋଲ୍ କରିଥାଏ।

ଉପଚାର ପଦ୍ଧତି:-
*ସକାଳୁ ଉଠି 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଆମେ ସକାଳୁ ଉଠି କିଛି ନା କିଛି ପାଣି ପିଇଥାଉ। କିଛି ପାଣି ମାନେ ଲେମ୍ବୁ ପାଣି, ମହୁ ପାଣି, ଜୀରା ପାଣି କିଛି ବି ପାଣି ପିଇପାରିବା। ଏହା କୁ ପିଇବା ଦ୍ୱାରା ଏଗୁଡିକ ଆମ ସ୍କିନ୍ କୁ ସୁସ୍ଥ ରଖିଥାଏ।

*ଯଦି ଆପଣ ମାନେ ସୁଯୋଗ ପାଉଛନ୍ତି ତେବେ ସକାଳୁ ଉଠି ଫଳ ଜୁସ୍ ଏବଂ ନଡିଆ ପାଣି ମଧ୍ୟ ପିଅନ୍ତୁ। ସକାଳ ର ଆରମ୍ଭ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଶରୀର କୁ ହାଇଡ୍ରେଟ୍ କରିବା ପାଇଁ। ଶରୀରରେ ଯେତେ ଅଧିକ ମାତ୍ରାରେ ଜଳୀୟ ଅଂଶ ରହିବ ସେତେ ଅଧିକ ମାତ୍ରାରେ ଶରୀର ହାଇଡ୍ରେଟ୍ ହେବ। ଯେତେବେଳେ ହାଇଡ୍ରେଟ୍ ର ମାତ୍ରା ବଢିଯିବ ସେତେବେଳେ ସ୍କିନ୍ ଗ୍ଲୋ କରିବା ଆରମ୍ଭ ହୋଇଯିବ।

*ସକାଳୁ ଉଠି ମୁହଁ କୁ ଥଣ୍ଡା ପାଣିରେ ଧୋଇସାରିବା ପରେ ମୁହଁ ରେ କିଛି ଲଗାନ୍ତୁ ନାହିଁ ଏବଂ 2 ଘଣ୍ଟା ପର୍ଯ୍ୟନ୍ତ ସ୍କିନ୍ କୁ ସେହିପରି ଛାଡି ଦିଅନ୍ତୁ। ବହୁତ ଜଣ ଅଛନ୍ତି ମୁହଁ ଧୋଇବା ପରେ ମୁହଁ ରେ ମସ୍ଚରାଇଜର୍ ଏବଂ ସନ୍ସ୍ କ୍ରିମ୍ ଲଗାଇଥାନ୍ତି। ଏପରି କରନ୍ତୁ ନାହିଁ ମୁହଁ କୁ ଦୁଇ ଘଣ୍ଟା ପାଇଁ ସେହିପରି ଛାଡିଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।