Jyotish Shastra – (ରଜ ପର୍ବ) କାହିଁକି ପାଳନ କରାଯାଏ ଜାଣି ରଖନ୍ତୁ ଏହି Secret କଥା

0

ଓଡ଼ିଶାରେ ସାଧାରଣତଃ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। କଳା,ସଂସ୍କୃତି, ତଥା ପର୍ବପର୍ବାଣୀ ର ରାଜ୍ୟ ହେଉଛି ଓଡ଼ିଶା।ସମସ୍ତ ପର୍ବ ମାନଙ୍କ ମଧ୍ୟରୁ ରଜ ପର୍ବ ଓଡ଼ିଶାରେ ବହୁ ନିଆରା ଭାବରେ ପାଳନ କରାଯାଇଥାଏ।ତେବେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରଜ ମଧ୍ୟ ଏକ କୃଷି ଭିତ୍ତିକ ପର୍ବ ବୋଲି ମାନ୍ୟତା ରହିଛି।ଏହି ପର୍ବଟି ମୁଖ୍ୟତଃ ଚାରିଦିନ ଧରି ପାଳନ କରାଯାଇଥାଏ।

ଏହି ପର୍ବଟି ମୁଖ୍ୟତଃ ଝିଅ ବୋହୂ ମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ।ତେବେ ଆସନ୍ତୁ ଜାଣିବା ରଜ ସମନ୍ଧୀୟ କେତକ ରୋଚକ କଥା।ରଜପର୍ବ କୁ ନେଇ ଏକ ପୌରାଣିକ ମାନ୍ୟତା ରହିଛି। ସାଧାରଣତଃ ଝିଅ ବୋହୂ ମାନେ ପ୍ରତି ମାସରେ ମାସିକ ଧର୍ମ ପାଳନ କରିଥାନ୍ତି।ଏହା ହେଉଛି ପ୍ରକୃତିର ନିୟମ।ତେବେ ଠିକ୍ ସେହିପରି ରଜପର୍ବର ଏହି ୪ ଦିନ ମାତା ବସୁମତୀ ଙ୍କ ମାସିକ ଧର୍ମ ବୋଲି କୁହାଯାଇଥାଏ।
ରଜପର୍ବର ଆମର ସର୍ଵଂ ସହା ପୃଥିବୀ ମାତା ବସୁମତୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ। ମାତା ବସୁମତୀ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ପତ୍ନୀ।ଯେଉଁ ଧରିତ୍ରୀ ମା ଆମକୁ ବର୍ଷ ସାରା ଖାଦ୍ୟ ଶସ୍ୟ ଯୋଗାଇଥାଏ ତାଙ୍କ ପୂଜାର୍ଚ୍ଚନା ଲାଗି ଏହି ପର୍ବ ପାଳିତ ହୋଇଥାଏ। ରଜ ଶବ୍ଦଟି ର ଅର୍ଥ ହେଉଛି ମାସିକ ଧର୍ମ।ପ୍ରଥମ ଦିନ ହେଉଛି ପହିଲି ରଜ,ଦ୍ଵିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି,ତୃତୀୟ ଦିନ ହେଉଛି ବାସୀ ରଜ,ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ।

ଆଉ ପହିଲି ରଜ ର ପୂର୍ବଦିନକୁ ସଜବାଜ ବୋଲି କୁହାଯାଇଥାଏ।ପ୍ରଥମ ତିନି ଦିନ ଝିଅ ମାନେ ବେଶ୍ ଆନନ୍ଦ ଉଲ୍ଲାସରେ ରେ ରଜ ପାଳନ କରିଥାନ୍ତି।ଏହି ତିନି ଦିନ ବସୁମତୀ ଙ୍କୁ ଉପରେ କୌଣସି କାର୍ଯ୍ୟ କରାଯାଇନଥାଏ। ମାସିକ ଧର୍ମ ଅନୁସାରେ ଚତୁର୍ଥ ଦିନ ବସୁମତୀ ମାଙ୍କୁ ଗାଧୋଇ ଶିଳ ଆଦିକୁ ପୂଜା ଅର୍ଚ୍ଚନା କରାଯାଇଥାଏ।
ଓଡ଼ିଶାର ପ୍ରାନ୍ତରରେ ସବୁଠି ଏହି ପର୍ବ ପାଳନ କରାଯାଉଥିବା ବେଳେ କଟକ,ବାଲେଶ୍ଵର,ପୁରୀ ଆଦି ସ୍ଥାନରେ ବହୁ ଆଡ଼ମ୍ବରରେ ରଜ ପାଳନ କରାଯାଏ ବୋଲି ମାନ୍ୟତା ରହିଛି।ଓଡ଼ିଶାରେ ଘରେ ଘରେ ଝିଅ ବୋହୂ ମାନେ ରଜ ଦୋଳି ଖେଳିଥାନ୍ତି,ସଜବାଜ ହୋଇଥାନ୍ତି,ବସୁମତୀ ଉପରେ ଖାଲି ପଦରେ ନ ଚାଲି କଦଳୀ ପଟୁଆ ପିନ୍ଧିଥାନ୍ତି।ଏବଂ ସବୁଠୁ ବଡ଼ କଥା ହେଉଛି ପିଠା ପଣା ରେ ମହକ ରେ ଓଡ଼ିଶା ମହକିତ ହୋଇଥାଏ।
ଏହି ପର୍ବରେ ଝିଅ ବହୁ ମାନଙ୍କୁ ଘର କାର୍ଯ୍ୟରୁ ନିବୃତ ମିଳିଥାଏ।ସେହିପରି ପୁଅ ପିଲାମାନେ କବାଡି ଖେଳରେ ନିୟୋଜିତ ହୋଇଥାନ୍ତି।ଚାରି ଦିନ ଗଲା ପରେ ପୁଣି ପଞ୍ଚମ ଦିନ ଚାଷୀ ଭାଇମାନେ କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି।ସବୁ ପର୍ବ ମଧ୍ୟରୁ ରଜ ପର୍ବର ପାଳନ ବିଧି କିଛି ନିଆରା।ଯାହାକି ଓଡ଼ିଶାର ପୂର ପଲ୍ଲୀରେ ଏହାକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।