ଯଦି ଆପଣଙ୍କ ପେଟରେ କୃମି ହେଉଛି, ତେବେ ପିଇ ନିଅନ୍ତୁ ଏହି ଗୋଟିଏ ଜିନିଷ, କୃମି ସଫା ହେବ ଗୋଟିଏ ମିନିଟ୍ ରେ

0

ବର୍ତମାନ ସମୟରେ କୃମି ସମସ୍ୟା ପ୍ରାୟ ସମସ୍ତଂକ ପାଖରେ ଦେଖିବାକୁ ମିଳୁଛି । ଏହା ପାଇଁ ଅନେକ ଲୋକ ମାନେ ମଧ୍ୟ ବହୁତ ଅସୁବିଧା ର ସମ୍ମୁଖୀନ ହୋଇ ଥାନ୍ତି। ସେମାନେ ବହୁତ ପ୍ରକାର ର ଘରୋଇ ଉପଚାର କରି ମଧ୍ୟ ସେଥିରେ ସେ ଫଳଟେ ପାଇନଥାନ୍ତି । ଏଠି ପାଇଁ ସେମାନେ ବାଧ୍ୟ ହୋଇ ମେଡ଼ିସିନ ଖାଇଥାନ୍ତି। ତେବେ ଆମେ ଜାଣୁ ଯେ କୃମି ଔଷଧ ରେ ବହୁତ ସାଇଡ଼ ଇଫେସତ ରହିଛି ଯାହା ଫଳ ରେ ଏହା ଆମ ଶରୀର ଉପରେ ଅନେକ ଖରାପ ପ୍ରଭଵ ପକାଇଥାଏ।


କିନ୍ତୁ କୌଣସି ଉପାୟ ନପାଇ ଶେଷରେ ଲୋକ ମାନେ ଔଷଧ ହିଁ ଖାଇଥାନ୍ତି। କାହିଁକି ନା କୃମି ଯୋଗୁ ପେଟରେ ଯନ୍ତ୍ରଣା। ଓ ଶରୀରରେ ଛାଲ ଭଳି ସମସ୍ୟା ଗୁଡିକ ଦେଖା ଦେଇ ଥାଏ। ଯାହା ଫଳରେ ବହୁତ କଷ୍ଟ ଅନୁଭବ ହୋଇଥାଏ। ଅଧିକାଂଶ 18 ବର୍ଷ ରୁ କମ ବୟସର ଲୋକମାନଙ୍କ ଓଆଖରେ ଏହି କୃମି ସମସ୍ୟା ଦେଖା ଦେଇ ଥାଏ। ଅଧିକ ମିଠା ଖାଇବା ଖକି ପାଦରେ ବାହାରେ ବୁଲିବା ଇତ୍ୟାଦି ଏହା ର ପ୍ରମୁଖ ସମସ୍ୟା ଅଟେ। ତେବେ ଆଜି ଆମେ ଜାଣିବା ଏପରି ଏକ ଘରୋଇ ଉପଚାର ବିଷୟରେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ବିନା ମେଡ଼ିସିନ ରେ ଏହି କୃମି ସମସ୍ୟା ରୁ ମୁକ୍ତି ପାଇପାରିବେ।


ଏଥି ପାଇଁ ଆପଣ ପ୍ରଥମେ କିଛି ଅଦା ନିଅନ୍ତୁ। ଅଦା ନେଇ ସାରିବା ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାପରେ ଏହି ଅଦାକୁ ଛୋଟ ଛୋଟ କରି ଭଲ ଭାବରେ କାଟି ଦିଅନ୍ତୁ। ଛୋଟ ଛୋଟ କରିବା ପରେ ଏହାକୁ ଭଲ ଭାବରେ ଚେଞ୍ଚି ଦିଅନ୍ତୁ। ଚେଞ୍ଚିବା ପରେ ଏଥିରେ ଅଧା ଗ୍ଲାସ ପାଣି ମିଶାନ୍ତୁ। ପାଣି ମିଶାଇ ସରିବା ପରେ ଏହାକୁ ଗ୍ୟାସ ଉପରେ ଗରମ କରିବା ପାଇଁ ବସାଇ ଦିଅନ୍ତୁ। ବସାଇ ସାରିବା ପରେ ଏଥିରେ ଆଠ ରୁ 10 ଟି ତୁଳସୀ ପତ୍ର ଭଲ ଭାବରେ ଧୋଇ ଆଣି ପକାନ୍ତୁ। ଏହା ପରେ ଏହି ପାଣି କୁ 10 ମିନିଟ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡି ଦିଅନ୍ତୁ।


10 ମିନିଟ ଫୁଟିବା ପରେ ଆପଣ ଏହାକୁ ବାହାରକୁ କାଢ଼ନ୍ତୁ ଓ ଭଲ ଭାବରେ ଛାଣି ଦିଅନ୍ତି। ଏହା ପରେ ଏଥିରେ ଅଧା ଚାମଚ ହଳଦୀ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଫେଣ୍ଟି ସାରିବା ପରେ ଏହାକୁ ପୁରା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଆପଣଙ୍କ ର କାଢ଼ା ପ୍ରସ୍ତୁତ ହୋଇଯିବ। ଏହା କୁ ଆପଣ ପ୍ରତିଦିନ ସକାଳୁ ଥରେ ପିଅନ୍ତୁ ଦେଖିବେ କୃମି ସମସ୍ୟା ପୁରା ପରି ଦୁର ହୋଇଯିବ। ଏହା ସହ ଏହି ଔଷଧ କୁ ପିଲା ମାନେ ମଧ୍ୟ ବ୍ୟବହାର କରି ପାରିବେ। ଏଥିରେ କୌଣସି ବି ପ୍ରକାର ର ଅସୁବିଧା ନାହିଁ। ତେଣୁ ଏହାକୁ ନିଶ୍ଚିତ ଭାବରେ ଥରେ କରି ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।