ହ୍ୟୁମାନ ସାଗର ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ଦେଖିନଥିବେ ଆସନ୍ତୁ ଜାଣିବା ତାଙ୍କ ଫ୍ୟାମେଲି ସମ୍ପର୍କରେ

0

ଆମ ମାନଙ୍କ ର ସମସ୍ତଙ୍କ ର କିଛି ନା କିଛି ଜିନିଷ ପ୍ରତି ରୂଚି ନିଶ୍ଚିତ ଭାବେ ଥାଏ। ତେବେ ଅନେକ ଜଣ ଲକ୍ଷ୍ୟ ରଖିଥାନ୍ତି ତାଙ୍କ ର ସେହି ରୂଚି ଦ୍ୱାରା ଆଗକୁ ବଢିବା ପାଇଁ ନିଜର କ୍ୟାରିୟର ଗଢିବା ପାଇଁ। ତେବେ ଆମ ସମସ୍ତଙ୍କର ଅନେକ ଜିନିଷ ପ୍ରତି ରୂଚି ଥାଏ ଯେମିତି କି ଗୀତ ଗାଇବା ହେଉ, ନାଚିବା ହେଉ, ଆର୍ଟ କରିବା ହେଉ, ଅଭିନୟ ପ୍ରତି ହେଉ ଏମିତି ଅନେକ କିଛି। ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ଅନେକ ଅଭିନେତା, ଅଭିନେତ୍ରୀ, ସିଙ୍ଗର୍ ଏବଂ ଡ୍ୟାନ୍ସର୍ ଅଛନ୍ତି ଯେଉଁମାନେ କି ନିଜର ରୂଚି କୁ ନେଇ ନିଜର ଭବିଷ୍ୟତ ଗଢିସାରିଲେଣି। ଏପରି ବହୁତ ଜଣ ଅଛନ୍ତି ଯେଉଁମାନେ କି ଯେଉଁମାନେ ବହୁତ ଅଳ୍ପ ଦିନରେ ହିଁ ନିଜର ଚମତ୍କାର ପ୍ରତିଭା ପାଇଁ ଓଡିଶା ବାସୀ ମାନଙ୍କ ପାଖରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି ଏବଂ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି।


ତେବେ ଆମ ମାନଙ୍କୁ ସମସ୍ତ ଙ୍କୁ ନିଶ୍ଚିତ ଭାବେ ଗୀତ ଶୁଣିବାକୁ ଭଲ ଲାଗୁଥିବ। ଗୀତ ହେଉଛି ଏକ ଏପରି ଜିନିଷ ଯିଏ କି ଆମ ମାନଙ୍କୁ ଆମର ଯେକୌଣସି ସମୟ ରେ ଖୁସି ଦେଇଥାଏ। ଗୋଟିଏ ଲୋକ ଯେତେବେଳେ ବହୁତ ଖୁସି ଥାଏ ସେତେବେଳେ ସେ ଗୀତ ଶୁଣି ନିଜର ଖୁସି କୁ ଦ୍ବିଗୁଣିତ କରିଥାଏ। ଆଉ ଏକ ଲୋକ ଯେତେବେଳେ ବହୁତ ଦୁଃଖିତ ଥାଏ ଏବଂ ନିଜର ଦୁଃଖ କାହା ସହ ବାଣ୍ଟିପାରିନଥାଏ ସେତେବେଳେ ବି ସେ ଏକା ବସି ଗୀତ ଶୁଣି ନିଜେ ନିଜର ମନକୁ ବୁଝାଇଥାଏ। ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ଜଣେ ସିଙ୍ଗର୍ ଅଛନ୍ତି ଯାହାଙ୍କ ସ୍ୱର ଲୋକ ମାନଙ୍କୁ ବହୁତ ଭଲଲାଗିଥାଏ। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ।


ତେବେ ଏହି ସିଙ୍ଗର୍ ଜଣକ ବହୁତ ଅଳ୍ପ ଦିନ ରେ ହିଁ ନିଜର ଅତ୍ଯନ୍ତ ସୁନ୍ଦର ସ୍ୱର ପାଇଁ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ। ତେବେ ସେହି ସିଙ୍ଗର୍ ଜଣକ ହେଉଛନ୍ତି ହ୍ୟୁମନ୍ ସାଗର। ହ୍ୟୁମନ୍ ସାଗର ଓଡିଶା ର ଜଣେ ବହୁତ ଫେମସ୍ ସିଙ୍ଗର୍। ତାଙ୍କ ର ଫ୍ୟାମିଲି ଦେଖିବାକୁ ଗଲେ, ସେ ତାଙ୍କ ବାପା, ମାଆ, ସ୍ତ୍ରୀ ଏବଂ ନିଜର ଏକ ମାତ୍ର ଝିଅ ସହ ବଲାଙ୍ଗୀର ରେ ରହୁଛନ୍ତି। ତାଙ୍କର ଘର ବଲାଙ୍ଗୀର ସହର ର ଟିଟିଲାଗଡ ରେ ସେ ତାଙ୍କ ନିଜ ଘରେ ହିଁ ରହୁଛନ୍ତି, ବର୍ତ୍ତମାନ ହ୍ୟୁମନ୍ ସାଗର ଙ୍କ ବୟସ ହେଉଛି 30 ବର୍ଷ। ତାଙ୍କ ବାପା ଅଲ୍ ଇଣ୍ଡିଆ ରେଡ଼ିଓ ରେ ନିର୍ଦେଶନା ଦେଉଥିଲେ। ହ୍ୟୁମନ୍ ଙ୍କ ମାଆ ଜଣେ ଗାୟିକା ଥିଲେ।ସେ ଡାକ୍ତରି ପାଠ ପଢିଥିଲେ କିନ୍ତୁ ନିଜର ଗୀତ ପାଇଁ ସେ ଡାକ୍ତରୀ ପାଠ କୁ ଅଧା ରୁ ଛାଡି ଦେଇଥିଲେ।


ତାଙ୍କର ଛୋଟ ବେଳୁ ହିଁ ଗୀତ ପ୍ରତି ବହୁତ ଆଗ୍ରହ ଥିଲା। ସେଥିପାଇଁ ସେ ତୃତୀୟ ଶ୍ରେଣୀ ରୁ ହିଁ ସବୁ ଗୀତ କମ୍ପଡିସନ୍ ରେ ଭାଗ ନେଉଥିଲେ ଏବଂ ଉଇନର୍ ମଧ୍ୟ ହେଉଥିଲେ। ଏହାପରେ ସେ ତରଙ୍ଗର ଭଏସ୍ ଅଫ୍ ଓଡିଶାର ସିଜିନ୍ 2 ରେ ଅଂଶ ଗ୍ରହଣ କରିଥିଲେ। ଏବଂ ଜିତିଥିଲେ ମଧ୍ୟ। ଏହା ପରେ ସେ ଅନେକ ଗୀତ ଗାଉଛନ୍ତି ଏବଂ ତାଙ୍କର ଗୀତ ସବୁ ସୁପରହିଟ୍ ମଧ୍ୟ ହେଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।