ସରକାରଙ୍କ ବଡ ଘୋଷଣା ! ରାଜ୍ୟରେ ପୁଣି ବଢିଲା ଲକ୍ ଡାଉନ୍ ଅବଧି,ଆସନ୍ତୁ ଜାଣିବା କଟଣ ଖୋଲିବ ଆଉ କଣ ବନ୍ଦ୍ ରହିବ

0

ଆପଣମାନେ ପ୍ରାୟତଃ ଜାଣିଥିବେ ଯେ ବର୍ତ୍ତମାନ କରୋନା ଯୋଗୁ ଦେଶ ରାଜ୍ୟର ପରିସ୍ଥିତି ବହୁ ଜଟିଳ।ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବହୁ ନିମ୍ନ ସ୍ତରରେ ଆସି ପହଞ୍ଚିଲାଣି। ତେବେ ଏସବୁ ପରିସ୍ଥିତି ମଧ୍ୟରେ ଦେଶରେ ସାମାନ୍ୟ ଆଶ୍ୱସ୍ତି ଜନକ ପରିସ୍ଥିତି ଦେଖିବାକୁ ମିଳିଥିବାବେଳେ ରାଜ୍ୟରେ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି।ତେବେ ଏ ସଙ୍କଟକୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ଏକମାତ୍ର ଉପାୟ।

ତେଣୁ ଗତ ବର୍ଷ ଦେଶରେ ତାଲାବନ୍ଦ ଲକ୍ ଡାଉନ୍ ଭଳି ବ୍ୟବସ୍ଥା ଯୋଗୁ ଦେଶର ଆର୍ଥିକ ଭାରସାମ୍ୟ ବହୁ ସ୍ବଛନ୍ଦ ହୋଇପଡ଼ଇଥିଲ।ତେବେ ଚଳିତ ବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ରାଜ୍ୟର କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ ନିଜ ରାଜ୍ୟ ଉପରେ ଲକ୍ ଡାଉନ୍ ସଟ୍ ଡାଉନ୍ ଆଦି କରିପାରିବେ ବୋଲି ନିୟମ ଜାରି କରିଥିଲେ।

ତେବେ କେତକ ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟାକୁ ଦୃଷ୍ଟି ରେ ରଖି ମେ ମାସ ୫ ତାରିଖ ରୁ ଲକ୍ ଡାଉନ୍ କରାଯାଇଥିଲା।ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ମେ ୫ ରୁ ୧୯ ପର୍ଯ୍ୟନ୍ତ ପ୍ରଥମେ ଲକ୍ ଡାଉନ୍ ଜାରି କରାଯାଇଥିଲା।ପରେ ଏହା ଆଉ ସପ୍ତାହ ବୃଦ୍ଧି ହୋଇଥିଲା।ବର୍ତ୍ତମାନ ଜନ ସାଧାରଣ ଙ୍କ ମନରେ ଲକ୍ ଡାଉନ୍ ଅବଧିକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି।

ଏଭଳି ପରିସ୍ଥିତିରେ ଆଶ୍ୱସ୍ତି କର ସୂଚନା ସରକାରଙ୍କ ପକ୍ଷରୁ ଶୁଣାଣି ହୋଇଛି।ଜୁନ ୧୬ ପରେ ରାଜ୍ୟରେ ଆଂଶିକ ଲକ୍ ଡାଉନ୍ ଜାରି ରହିବ।ପୂର୍ବରୁ ଯେଉଁ ତାଲାବନ୍ଦ କଟକଣା ଥିଲା ତାହା ସରକାର କହଳ କରିଛନ୍ତି।ତେବେ ରାଜ୍ୟରେ ସଂକ୍ରମଣ ହାର କୁ ଲକ୍ଷ୍ୟ କରି ୩୦ ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।୧୭ ଜୁନ୍ ରୁ ୧ ଜୁଲାଇ ସକାଳ ୫ ପର୍ଯ୍ୟନ୍ତ ଜାରି ରହିବା ଏହି ଆଂଶିକ ଲକ୍ ଡାଉନ୍।

ପୂର୍ବପରି ସାରା ରାଜ୍ୟରେ ସପ୍ତାହ ନ୍ତ ସଟ୍ ଡାଉନ୍ ଏବଂ ନାଇଟ କର୍ଫ୍ୟୁ ଜାରି ରହିବ।ସଂକ୍ରମଣ ହାର କୁ ଲକ୍ଷ୍ୟ କରି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଜିଲ୍ଲା ଗୁଡ଼ିକୁ ଏ- କେଟଗୋରୀ ରେ ରଖାଯାଇଛି।ଏହି ଏ କ୍ୟାଟଗୋରୀ ଜିଲ୍ଲାଗୁଡିକରେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ।

ଏତତବ୍ୟତୀତ ଉପକୂଳ ଜିଲ୍ଲା ତଥା ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକୁ କେଟୋଗୋରି ବି ରେ ଭାଗ କରାଯାଇଛି।ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ‘ ବି ‘ କେଟଗିରୀ ଜିଲ୍ଲା ଗୁଡ଼ିକରେ ସକାଳ ୬ ରୁ ଦିନ ୧.୦୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।ତେବେ ଆସନ୍ତୁ ଜାଣିବା କଣ ଖୋଲିବ ଆଉ କଣ ବନ୍ଦ୍ ରହିବ।

ସଂକ୍ରମଣକୁ ରୋକିବା ସଙ୍ଗେ ସଙ୍ଗେ ରାଜ୍ୟର ଆର୍ଥିକ ହାରକୁ ସୁଦୃଢ କରିବା ପାଇଁ ସରକାର ଅନେକ କଟକଣା କୁ କୋହଳ କରିଛନ୍ତି।ଦୁଗ୍ଧ ଚାଷୀଙ୍କୁ ଆଖିରେ ରଖି ସମସ୍ତ ମିଠା ଦୋକାନ ଖୋଲା ରହିବା।ଏଥିସହ ପେଟ୍ରୋଲ ପମ୍ପ,ବ୍ୟାଙ୍କ୍,ଔଷଧ ଦୋକାନ, ଇଲେକ୍ଟ୍ରିାଲ ଦୋକାନ ,କୃଷି ଦୋକାନ ଆଦି ଖୋଲା ରହିବ ।ଏହା ବ୍ୟତୀତ ସରକାର ବେସରକାରୀ ଅନୁଷ୍ଠାନର ୫୦% ଲୋକଙ୍କୁ ନେଇ କାର୍ଯ୍ୟ ଚାଲିବା।

ଅନ୍ୟପକ୍ଷେ ସପିଙ୍ଗ ମଲ,ସିନେମା, ସ୍ଵମିଙ୍ଗ୍ ପୂଲ୍, ସେଲୁନ,ସ୍ପା ଆଦି ବନ୍ଦ୍ ରହିବ।ଶିକ୍ଷାନୁଷ୍ଠାନ ତଥା କୋଚିଙ୍ଗ ସେଣ୍ଟର୍ ସବୁ ବନ୍ଦ୍ ରହିବ।ପୂର୍ବ ଭଳି ଶନିବାର,ରବିବାର ସଟ୍ ଡାଉନ୍ ସହ ନାଇଟ କର୍ଫ୍ୟୁ ବଳ ବତ୍ତର ରହିବ।ପୂର୍ବ ଭଳି ଟୀକା କାରଣ ତଥା ସ୍ବାସ୍ଥ୍ୟ ସେବା ସବୁ ଖୋଲା ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।