ollywood news- ଦେଖନ୍ତୁ ବିବାହର ଏତେ ଦିନ ପରେ ବାପ ଘରକୁ ବୁଲିବାକୁ ଆସି କେମିତି ଭଉଣୀଙ୍କ ସହ ମିଶି ମଜାମସ୍ତି କରୁଛନ୍ତି….

0

ତେବେ ବନ୍ଧୁଗଣ ଓଲିଉଡ଼ ର ସବୁ ଠାରୁ ହିଟ୍ ଯୋଡ଼ି ହେଉଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏହି ଯୋଡ଼ି ର କମାଲ କୁ ଆମେ ମାନେ ସମସ୍ତେ ବହୁତ ଥର ପରଦା ଉପରେ ଦେଖିଛେ। ଦୁଇଜଣ ଯାକ ଆମ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟରିଆଲ ର ଏକ ସଫଳ ଏବଂ ବହୁତ ପରିଚିତ ଚେହେରା। ଦୁଇ ଜଣଙ୍କ ସାଙ୍ଗରେ କିଛି ସିନେମା ଯେମିତିକି ୨୦୦୮ ରେ ପ୍ରଥମ ଥର ପାଇଁ ମୁଁ ସପନ ର ସୌଦାଗର ଫିଲ୍ମ ରେ ଏକାଠି ଆସିଥିଲେ ସବ୍ୟ – ଅର୍ଚ୍ଚିତା।

ଏହାପରେ ମୋତେ ଆଣିଦେଲ ଲକ୍ଷେ ଫଗୁଣ, ପାଗଳ କରିଛି ପାଉଁଜି ତୋର, କେଉଁ ଦୁନିଆ ରୁ ଆସିଲ ବନ୍ଧୁ, ଆଦି ସବୁ ସିନେମା ରେ ସବ୍ୟ ଅର୍ଚ୍ଚିତା ଯୋଡ଼ି ଦେଖିବାକୁ ମିଳିଥିଲା।

ତେବେ ତୋର ମୋର ଯୋଡ଼ି ସୁନ୍ଦର ସିନେମା ଟିକୁ ବେଶି ଦର୍ଶକ ପସନ୍ଦ କରିଥିଲେ, ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିଲା। ଓଲିଉଡ଼କୁ ଏପରି ବହୁତ ହିଟ୍ ସିନେମା ଦେଉ ଦେଉ ସେମାନେ ନିକଟତର ହୋଇ ଏତେ ବର୍ଷ ପରେ ସର୍ବ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବେଳ ଅନ୍ ସ୍କ୍ରିନ୍ ନୁହଁ ସତ ଲାଇଫରେ ମଧ୍ୟ ଏହି ଯୋଡ଼ି ହିଟ୍ ଏବଂ ଲୋକ ମାନେ ଏହି ସଫଳ ଯୋଡ଼ିକୁ ବେଶ ଭଲ ମଧ୍ୟ ପାଆନ୍ତି। ଏବେ ଏହି ରିଲ୍ ଲାଇଫ ଯୋଡ଼ି ରିଅଲ ଲାଇଫରେ ପରସ୍ପରର ହାତ ଧରିଛନ୍ତି।

ତେବେ ନିକଟ ଅତୀତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ହିଟ୍ ଯୋଡି ସବ୍ୟ ଆଉ ଅର୍ଚ୍ଚିତା। ଗତ ମାର୍ଚ୍ଚ ମାସ ୧ ତାରିଖ ଦିନ ରାଜସ୍ଥାନର ଉଦୟପୁର ସହରର ଏକ ବିଳାସମୟ ପ୍ୟାଲେସ୍ ରେ ଡେଷ୍ଟିନେସନ୍ ବିବାହ କରିଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି। ଗୋଟେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ନିଜର ବିବାହର ନିମନ୍ତ୍ରଣ ପତ୍ରକୁ ସବ୍ୟ ଓ ଅର୍ଚ୍ଚିତା ଉଭୟ ସୋସିଆଲ ମିଡ଼ିଆ ଦ୍ଵାରା ପୋଷ୍ଟ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାରା ଓଡ଼ିଶାବାସୀଙ୍କ ଭଲ ପାଇବା ମଧ୍ୟ କାମନା କରିଥିଲେ।

ତେବେ ରାଜସ୍ଥାନର ଏହି ବିଳାସ ପୂର୍ଣ୍ଣ ସ୍ଥାନରେ ବୈଦିକ ରୀତି ନୀତିରେ ବିବାହ କରିଛନ୍ତି ଏହି ଯୋଡ଼ି। ତେବେ ବିବାହ ସରିବା ପରେ ରାଜସ୍ଥାନରୁ ଫେରିଥିଲେ ସବ୍ୟ ଓ ଅର୍ଚ୍ଚିତା। ଏବଂ ଓଡ଼ିଶା ରେ ମଧ୍ୟ ଗୋଟେ ଭୋଜିର ଆୟୋଜନ କରି ସିନେମା ଜଗତର ସମସ୍ତ କଳାକାର ତଥା ବଡ଼ ବଡ଼ ନେତା ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ।ତେବେ କିଛି ଦିନ ପୂର୍ବରୁ ଜୁନ ୧୪ ତାରିଖରେ ଗଲା ଓଡ଼ିଶାର ଏକ ମୁଖ୍ୟ ପର୍ବ ରଜ ପର୍ବ।

ଯାହାକି ବିଶେଷ କରି ମହିଳା ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏହି ଉତ୍ସବ ନାରିତ୍ଵକୁ ସମ୍ମାନ ଦେଇ ପାଳନ କରାଯାଇଥାଏ। ରଜରେ ଝିଅ ମାନେ ନୂଆ ଲୁଗା ପିନ୍ଧି ସଜବାଜ ହୋଇ ଦୋଳି ଖେଳିଥାନ୍ତି ଓ ଖୁବ୍ ସାରା ମସ୍ତି କରିଥାନ୍ତି। ତେବେ ସେହିପରି ଏହି ଏହି ରଜ ପର୍ବ କୁ ଆମ ଚୁଲବୁଲି ନାୟିକା ଅର୍ଚ୍ଚିତା ମଧ୍ୟ ତାଙ୍କର ଦୁଇ ଭଉଣୀ ଅର୍ପିତା ସାହୁ ଏବଂ ଅନନ୍ୟା ଦାଶଙ୍କ ସହିତ ନାଚି ଗାଇ ବେଶ୍ ଖୁସି ମଜାରେ ପାଳନ କରିଛନ୍ତି। ଏବଂ ତାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଛାଡିଥିଲେ ଯାହାକି ବର୍ତ୍ତମାନ ସମୟରେ ବହୁତ ଭାଇରାଲ୍ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।