Pregnancy Tips – ହୋଇଯାଅନ୍ତୁ ସତର୍କ ଏହି ସଂକେତରୁ ଜାଣନ୍ତୁ ଗର୍ଭସ୍ଥ ଶିଶୁ ସୁସ୍ଥ ନୁହେଁ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ ।କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଗୋଟିଏ ଶିଶୁକୁ ନିଜ ଗର୍ଭରେ ଧରି ଜନ୍ମ ଦେବା ଏତେ ସହଜ କଥା ନୁହେଁ।

ତା ପାଇଁ ଗୋଟିଏ ମା କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ ଏବଂ ତା ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଥାଏ କି ତା ଗର୍ଭରେ ବଢୁଥିବା ପିଲାଟି ସୁସ୍ଥ ଅଛି କି ନାହିଁ। ତେବେ ବନ୍ଧୁଗଣ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ କେତେକ ସଂକେତ ବିଷୟରେ ଜଣେଇବୁ ଯାହା ଦ୍ବାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ପିଲା ସୁସ୍ଥ ଅଛି କି ଅସୁସ୍ଥ ।ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ କଣ ବୋଲି ।

୧.ପିଲାର ଗତିବିଧି:-
ମା ପେଟରେ ପିଲାର ମୁଭମେଣ୍ଟ କୁ ଦେଖି ଆମେ ଜାଣିପାରିଥାଉ କି ପିଲାଟି ସୁସ୍ଥ ଅଛି ବୋଲି।ଯଦି ଗର୍ଭବତୀ ହେବାର ୧୬ ସପ୍ତାହ ବେଳକୁ ପିଲା ପେଟ ମଧ୍ୟରେ ଗତିବିଧି ଠିକ ଭାବରେ କରୁନାହିଁ ।ତେବେ ପିଲା ସୁସ୍ଥ ନୁହେଁ କିଛି ସମସ୍ୟା ରହିଛି ।ତେଣୁ ଆପଣ ଡାକ୍ତର ଙ୍କର ପରାମର୍ଶ ନିଅନ୍ତୁ।

୨.ପେଟର ଆକାର:-
ଗର୍ଭବତୀ ହେବା ପରେ ପ୍ରାୟ ୨ ମାସ ପର ଠାରୁ ମା ର ପେଟର ଆକାର ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ପିଲାର ଓମ ମା କୁ ଅନୁଭବ ହୋଇଥାଏ ।ଯଦି ଏହା ଠିକ ସମୟରେ ହେଉନାହିଁ ତେବେ କିଛି ସମସ୍ୟା ରହିଛି।

୩.ଓଜନ ବୃଦ୍ଧି:-
ଗର୍ଭବତୀ ଅବସ୍ଥାରେ ମହିଳା ଙ୍କର ଶରୀରର ଓଜନ ଏକ ପରିମାଣ ରେ ବୃଦ୍ଧି ହୋଇଥାଏ। ଯଦି ଏହା ହେଉନାହିଁ ବା ଆପଣଙ୍କ ଶରୀରର ଓଜନ ରେ କୌଣସି ପରିବର୍ତ୍ତନ ହେଉନାହିଁ ତେବେ ଡାକ୍ତର ଙ୍କୁ ଦେଖନ୍ତୁ ।

୪.ପିଲାର ହୃଦସ୍ପନ୍ଦନ:-
ପ୍ରାୟ ଗର୍ଭଧାରଣ ର ୫ ମାସ ପର ଠାରୁ ପିଲା ର ହୃଦସ୍ପନ୍ଦନ ୧ ମିନିଟ ରେ ୧୧୦ -୧୬୦ ଥର ହୋଇଥାଏ ।ଯଦି ଏଥିରେ ପରିବର୍ତ୍ତନ ହେଉଛି ତେବେ ଏହା ସମସ୍ୟା ଜନକ ଅଟେ।

୫.ପିଲାର ନିଶ୍ୱାସ ପ୍ରଶ୍ୱାସ ଅନୁଭବ:-
ଯଦି ଆପଣ ଗର୍ଭରେ ଥିବା ପିଲାର ନିଶ୍ଵାସ ପ୍ରଶ୍ୱାସ ନେବା ବିଷୟରେ ଜାଣିପାରୁଛନ୍ତି ତେବେ ପିଲା ସୁସ୍ଥ ଅଛି କିନ୍ତୁ ଯଦି ଏହା ଆପଣ ଅନୁଭବ କରୁନାହାନ୍ତି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ।

୬.ପେଟରେ ଯନ୍ତ୍ରଣା ହେବା:-
ଗର୍ଭାବସ୍ଥାରେ ମା ପେଟରେ ଯନ୍ତ୍ରଣା ହେବା କିମ୍ବା ବ୍ଳଡିଂ ହେବା ପିଲାର ଅସୁସ୍ଥତା କୁ ସୂଚାଇ ଥାଏ ।ତେଣୁ ଏହା ହେଲେ ନିଶ୍ଚିତ ଡାକ୍ତର ଙ୍କୁ ଦେଖାକରନ୍ତୁ।

୭.ଜ୍ୱର ହେବା :-
ଗର୍ଭବତୀ ମହିଳାଙ୍କୁ ଜର ହେବା ସାଧାରଣ କଥା ନୁହେଁ। ତେଣୁ ଯନ୍ତ୍ର ରେ ରୁହନ୍ତୁ ଏବଂ ଜର ହେଲେ ମେଡ଼ିସିନ ନେବା ପୂର୍ବରୁ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।