ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ମା “କାଳିଜାଇ” ପୀଠ ର ମହାତ୍ମୀୟତା ବିଷୟରେ ଜାଣିଲେ ଅବାକ୍ ହୋଇଯିବେ

0

ଆପଣ ମାନେ ଅନେକ ଗୁଡିଏ ପବିତ୍ର ସ୍ଥାନ କୁ ପିକନିକ କିମ୍ବା ଆପଣ ନିଜେ ଅପଣଙ୍କ ଘର ଲୋକଙ୍କ ସହ ବୁଲିବାକୁ ଯାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଏମିତି ଏକ ସ୍ଥାନ ଯାହା ଏକ ଐତିହାସିକ ସ୍ଥାନ । ଓଡ଼ିଶା ହ୍ରଦର ଏକ ଛୋଟ ଦ୍ୱୀପ ରେ ଏହା ଅବସ୍ତିତ ଯାହାର ନାମ ହେଉଛି କାଳିଜାଇ

ନୀଳ ଚଦର ରେ ଆବୃତ୍ତ ଥିବା ଏହି ପବିତ୍ର ସ୍ଥାନ ଓଡିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ବେଶ ଜଣାଶୁଣା । ଏବଂ ସେହି ପର୍ଯ୍ୟଟନ ସ୍ଥଳୀ ଟି ହେଉଛି ମା କାଳିଜାଇ ପୀଠ ।ତେବେ ଆସନ୍ତୁ ଏହି ପୀଠ ର ମାହାତ୍ମ୍ୟ ଏବଂ ଇତିହାସ ବିଷୟରେ ଜାଣିବା ।
ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ ଏହି ଦୀପରେ ମା କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ମକର ସଂକ୍ରାନ୍ତି ରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଥାଏ । ଜାନୁଆରୀ ମାସ ରେ ପଡୁଥିବ ମକର ମେଳା ଏଠାକାର ଏକ ଲୋକ ପ୍ରିୟ ପର୍ଵ ।

ଏହି ପର୍ଵ ରେ ଅଖ ପାଖ ଅଂଚଳରେ ହଜାର ହଜାର ଲୋକ ମାନଙ୍କ ର ସମାଗମ ହୋଇଥାଏ । କିମ୍ବଦନ୍ତୀ ଅନୁସାରେ ମା କଳି ଓ ଯାଇ ମା ଙ୍କର ଦୁଇ ପୃଥକ ପୃଥକ ରୂପ । ମା କାଲି ହିନ୍ଦୁ ଧର୍ମର ପ୍ରତ୍ୟଷ୍ଠ ଅଧିଷ୍ଠାତ୍ରୀ ହୋଇଥିବା ବେଳେ ମା ଯାଇ ଙ୍କର ଅନ୍ୟ ଏକ ଇତିହାସ ରହିଛି ।
ତେବେ କିମ୍ବଦନ୍ତୀ ରହିଛି ଯେ, ସ୍ଥାନୀୟ ଅଞ୍ଚଳରେ ଜଣେ ଝିଅ ଥିଲା ଜାଇ ଯିଏକି କୌଣସି ସମୟରେ ଚିଲିକାର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦୀପ ପାଣିକୁଡ଼ କୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖିନ ହୋଇଥିଲା । ଝଡ ର ପ୍ରଭାବ ଅତି କ୍ଷିପ୍ର ଥିବାରୁ ନାଆ ଟି ସେହି ଗଣ୍ଡ ରେ ବୁଡିଯାଇ ଥିଲା ।

ପରେ ଯାଇର ପିତା ଓ ନାବିକ ଉଭୟ ବଂଚି ଯାଇଥିଲେ ମାତ୍ର ଯାଇର କୌଣସି ଠିକଣା ମିଳି ନ ଥିଲା । ଶୁଣିବାକୁ ମିଳିଛି ଏହି ଘଟଣାର କିଛି ଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକ ମନେ ଜାଇ ର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧୀରେ ଧୀରେ ତାଂକୁ ମା କାଳିଜାଇ ର ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ।

ଐତିହାସିକ ତଥ୍ୟ ଅନୁସାରେ ମା କାଲିଯାଇ ଙ୍କର ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦ ର ରାଜା ଶ୍ରୀ ଜଗନ୍ନାଥ ମାନସିଂ ଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ଏହା ପର ଠାରୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇଁ ଆସୁଛନ୍ତି । ଲକ୍ଷ ଲକ୍ଷ ଲୋକ ଚିଲିକାର ହ୍ରଦ ରେ ନିଜ ଜୀବିକା ନିର୍ବାହ ପାଈଁ ନିର୍ଭର କରିଥାନ୍ତି । ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଗଣ୍ଡ ମଧ୍ଯ କୁ ଯିବାକୁ ପଡ଼ିଥାଏ । ବିଶ୍ୱାସ ଅଛି ଯେ ସେହି ମତ୍ସ୍ୟ ଜୀବୀମାନଙ୍କୁ ମା କଳୁଯାଇ ବିଭିନ୍ନ ସମୟରେ ବିଭିନ୍ନ ଝଡ ରୁ ରକ୍ଷା କରିଥାନ୍ତି । ତେଣୁ ଚିଲିକାର ମତ୍ସ୍ୟ ଯିବି ମନେ ତାଙ୍କୁ ଇଷ୍ଟ ଦେବୀ ରୂପେ ପୂଜା କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।