6 ବର୍ଷର ପିଲାଟିକୁ ଡାକ୍ତର କରିଦେଲେ ମୃ-ତ ଘୋଷିତ, କାନ୍ଦି କାନ୍ଦି ମା ଡାକୁଥିଲା, ଉଠେ ମୋ ଛୁଆ, ଓ ତାପରେ ହେଲା ଏମିତି ଚମତ୍କାର ସଂସାରରେ ଘଟି ନଥିବ

0

ଜୀବନ ଓ ମରଣ ତାହା ଭାଗବାନ ଙ୍କ ଦାନ । ଯଦି ଭଗବାନ ଙ୍କ କୃପା ରହି ଥାଏ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଏ। ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି। ଅନେକ ବିଚିତ୍ର ଦ ଦୃଶ୍ୟ ଦେଖିବାକୁ ମିଳୁଛି ଧରା ପୃଷ୍ଠ ରେ। ତେବେ ଜଣେ ମୃତ୍ୟୁ ବୋଲି ଜଣା ପଡ଼ିବା ପରେ ହଠାତ୍ ମୃତ ଟି ଚିତ୍କାର କରିବା ଖବର ଆଗରୁ ଶୁଣିଥିବେ।

ଆଜି ସେହିପରି ଏକ ଖବର ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ଘଟଣା ଟି ବାହାଦୁର ଗଡ ର ଅଟେ। ମାତ୍ର ୭ ବର୍ଷ ର ବାଳକ ମୃତ ବୋଲି ଘୋଷଣା କରିବା ପରେ ଏଭଳି କିଛି ଘଟଣା ଘଟିଲା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ।

କୁହାଯାଏ ଯାହାକୁ ରଖିବେ ଅନନ୍ତ ତାକୁ କିଏ ବା ମାରି ପାରିବ। ବାଳକ ଟି ର ନାମ ହେଉଛି କୁନାଲ। କୁନାଲ କୁ ମାତ୍ର ୭ ବର୍ଷ।ହରିୟାନର ବାହାଦୁରଗଡର କିଲ୍ଲା ମହଲାରେ ରୁହନ୍ତି। ପିତା ଙ୍କ ନାମ ହିତେଶ। ପିତା ହିତେଶ କପଡା ଦୋକାନ କରନ୍ତି। କିଛି ଦିନ ପୂର୍ବରୁ କୁନାଲ ଙ୍କୁ ଅସୁସ୍ଥ ଅନୁଭବ ହୋଇ ଥିଲା। ଘର ଲୋକେ ଡାକ୍ତରଖାନା କୁ ନେଇ ଯାଇଥିଲେ। ଟେଷ୍ଟ ପରେ କୁନାଲ ଟାଇଫଏଡ ରେ ପଡିତ ଅଛନ୍ତି ବୋଲି ଜଣା ପଡ଼ିଥିଲା।

କୁନାଲ କୁ ହସ୍ପିଟାଲ୍ ରେ ଏଡମିସନ୍ କରା ଯାଇଥିଲା। କିଛି ଦିନ ପରେ କୁନାଲ ଙ୍କ ଶରୀର ସୁସ୍ଥ ହୋଇ ନ ଥିଲା କିମ୍ବା ଶରୀର ରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଭଲ ହେବା ବଦଳ ରେ ସ୍ବାସ୍ଥ୍ୟ ଅଧିକ ବିଗିଡି ଯାଇଥିଲା। ଫଳରେ ତାଙ୍କୁ ଦିଲ୍ଲୀ ହସ୍ପିଟାଲ୍ କୁ ଅଣା ଯାଇଥିଲା। ମାତ୍ର ଦିଲ୍ଲୀ ହସ୍ପିଟାଲ୍ ରେ ଏଡମିସନ୍ ହେବା ସତ୍ବେ କୁନାଲ ର ଶ୍ୱାସ କ୍ରିୟା ବନ୍ଦ ହୋଇ ଯାଇଥିଲା। ସେଥି ପାଇଁ ତାଙ୍କୁ ମୃତ ଭାବି ଘର ଲୋକେ ହସ୍ପିଟାଲ୍ ରୁ ନେଇ ଆସିଥିଲେ।

ଘର ଲୋକ ପିଲା ର ମୃତ୍ୟୁ କୁ ସ୍ବୀକାର ନ କରି କାନ୍ଦୁଥିଲେ। ପୁଅ ଆଉ ଥରେ ବଞ୍ଚି ଯାଉ ବୋଲି ମା କାନ୍ଦି କାନ୍ଦି ପ୍ରାର୍ଥନା କରିଥିଲେ। ଠିକ୍ ସେହି ସମୟ ରେ କୁନାଲ ଙ୍କୁ ପେକ୍ କରା ଯାଇଥିବା ବେଗ ରୁ ଶବ୍ଦ ଆସିଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପିତା ହିତେଶ ହଠାତ୍ ଶବ୍ଦ ଶୁଣି କୁନାଲ ଙ୍କୁ ସେଥିରୁ ବାହାର କରି ପାଟି ବାଟେ ନିଃଶ୍ୱାସ ଦେବାକୁ ଲାଗିଲେ ଓ ସ୍ଥାନୀୟ ଲୋକ ଛାତି ରେ ଶକ୍ତି ପ୍ରୟୋଗ କରିଲେ।

ସାଙ୍ଗେ ସାଙ୍ଗ ନିଃଶ୍ୱାସ ଚାଲିବା ଆରମ୍ଭ ହୋଇଥିଲା। ଫଳରେ ତାକୁ ପୁଣି ଥରେ ହସ୍ପିଟାଲ୍ କୁ ନେଇଯାଇଥିଲେ। କିଛି ଦିନ ପରେ ସମ୍ପୂର୍ଣ ସୁସ୍ଥ ହୋଇ କୁନାଲ ଘରକୁ ଫେରିଛନ୍ତି। ନାତି ର ଫେରିବା ପରେ ଜେଜେ ବିଜୟ ଶର୍ମା କହିଛନ୍ତି ଯେ ବିଜୟ ଶର୍ମା କହିଛନ୍ତି ଯେ ପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦରୁ ତାଙ୍କ ନାତି ଫେରି ଆସିଛି । ଏହା ସହ ଭଗବାନଙ୍କର କେଉଁ ଭଳି ଲୀଳା ରହିଛି ଯାହା ପାଇଁ ଆଜି ସେ ନିଜ ନାତିକୁ ହରେଇ ମଧ୍ୟ ପୁଣି ଫେରି ପାଇଛନ୍ତି । କୁନାଲଙ୍କ ଜେଜେ ଆହୁରି କହିଛନ୍ତି ଯେ ଯଦି ତାଙ୍କ ସ୍ତ୍ରୀ ନିଜ ନାତିକୁ ଦେଖିବା ପାଇଁ ଜିଦି କରି ନ ଥାନ୍ତେ ତେବେ ହୁଏ ତ ସେ ଘରକୁ ଆସିନଥାନ୍ତା କି ଆଜି ବଞ୍ଚି ନ ଥାନ୍ତା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।