ବଡ ଖବର ! ମୃତ୍ୟୁ ବରଣ କରିଥିବା କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କର ପରିବାର ଏବଂ ସମ୍ପତ୍ତି ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

0

କରୋନା ଯୋଗୁ ସାରା ରାଜ୍ୟ ତଥା ଭାରତ ବର୍ଷରେ ହା ହା କାର ସୃଷ୍ଟି ହୋଇଛି।ସବୁ ସ୍ଥାନରେ ଏକ ଭୟଙ୍କର ଆତଙ୍କ ଦେଖିବାକୁ ମିଳୁଛି।ଏହି କରୋନା ମହାମାରୀ ଯୋଗୁ ବହୁ ଅମୂଲ୍ୟ ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲାଣି।ଏଭଳି ପରିସ୍ଥିତିରେ ବହୁ ଲୋକ ବେସାହାରା ହୋଇଗଲେଣି।ସମାଜରେ ଚଳିବା ପାଇଁ ମଣିଷ ବହୁ ସଂଘର୍ଷମୟ ଜୀବନ ଯାପନ ଅତିବାହିତ କରିଚାଲିଛି।

ତେବେ ଏଭଳି ସଙ୍କଟମୟ ପରିସ୍ଥିତିରେ ଓଡ଼ିଆ କଳାକାର ଜଗତରେ ଏକ ଦୁଃଖର ମାହଲ ସୃଷ୍ଟି ହୋଇଛି। କରୋନା ଆରମ୍ଭ ପାଖରୁ ଆମେ ବହୁ କଳାକାର ମାନଙ୍କୁ ହରାଇ ସାରିଲୁଣି।ଆଜି ମଧ୍ୟ ଓଡ଼ିଆ ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର ଚିରଦିନ ପାଇଁ ଆମକୁ ଛାଡ଼ି ଚାଲିଯାଇଛନ୍ତି।ସମୟର ଡୋରୀରେ ଆମେ ସମସ୍ତେ ବନ୍ଧା।କେତେବେଳେ କଣ ଘଟିବ ଏହା କେହିବି ଜାଣିନାହାନ୍ତି।
ତେବେ ଗତ କାଲି ରାତିରେ ଏହି ମହାନ୍ କଣ୍ଠଶିଳ୍ପୀ କରୋନା ଚିକିତ୍ସିତ ହେଉଥିବା ସମୟରେ ଦେହାନ୍ତ ଘଟିଛି।ସେ ଜଣେ ପ୍ଲେ ବେକ ସିଙ୍ଗର ଭାବେ ବହୁ ସଙ୍ଗୀତ ଗାଇ ଲୋକଙ୍କ ମନକୁ କିଣିପାରିଛନ୍ତି।ତେବେ ଆସନ୍ତୁ ଜାଣିବା ତପୁ ମିଶ୍ରଙ୍କ ଜୀବନୀ ତଥା ପରିବାର ବିଷୟରେ କିଛି କଥା।ସେ ନିଜର କ୍ୟାରିଅର ଏହି ସଙ୍ଗୀତ ଦୁନିଆ ରୁ ଆରମ୍ଭ କରିଥିଲେ।ସେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର କୁଳନନ୍ଦନ ଫିଲ୍ମରେ ଗୀତ ଗାଇଥିଲେ।

ଯାହାକି ତାଙ୍କ ସ୍ୱର ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ସେ ଏଭଳି ଏ ଯୁଗର କୃଷ୍ଣ ସୁଦାମା,ମାତୃଶକ୍ତି,ଯେ ପାଞ୍ଚେ ପରମନ୍ଦ,ଚକୋଲେଟ, ଆଇ ଲଭ୍ ୟୁ ଭଳି ସୁପରହିଟ ଫିଲ୍ମରେ ନିଜର କଣ୍ଠ ଦାନ କରି ସମଗ୍ର ରାଜ୍ୟବାସୀଙ୍କୁ ବିମୋହିତ କରିଥିଲେ।ତେବେ ତପୁ ମିଶ୍ର ୨୦୧୮ ମସିହାରେ ଦୀପକ ପୂଜାରୀ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଦୀର୍ଘ ୪ ବର୍ଷର ପ୍ରେମ ପରେ ସେମାନେ ଦୁହେଁ ଦୁହିଁଙ୍କୁ ଜୀବନସାଥି ରୂପେ ବଛିଥିଲେ।
ତପୁ ଙ୍କ ପରିବାର କହିଲେ ବାପା ମା ଦୁଇ ଭଉଣୀ।ଦୀପ୍ତି ରେଖା ଏବଂ ଦୀପ୍ତି ଶିଖା ଦୁଇ ଭଉଣୀ ଜଣେ ସିଙ୍ଗର ଅଟନ୍ତି ଅନ୍ୟ ଜଣେ କୌଣସି କମ୍ପାନୀରେ ମ୍ୟାନେଜର ଭାବେ ଚାକିରି କରିଛନ୍ତି।ତପୁ ଙ୍କ ବାପା ହେଉଛନ୍ତି କ୍ଷେତ୍ର ମୋହନ ମିଶ୍ର ଓ ମା ହେଉଛନ୍ତି ଚାରୁଲତା ମିଶ୍ର।ତପୁ କଟକ ସହରରେ ୧୧ ଜାନୁଆରି ରେ ଜନ୍ମ ଗ୍ରହଣ କରିଥିଲେ।କିନ୍ତୁ କରୋନା ସହ ସଂଘର୍ଷ କରୁ କରୁ ଆଜି ଜୀବନ ପଥରେ ସେ ହାରିଯାଇଛନ୍ତି।

ତାଙ୍କର ଶରୀରରେ ଅମ୍ଳଜାନ ସ୍ତର ବହୁ ନିମ୍ନ ସ୍ତରରେ ପହଞ୍ଚିଥିବା ତାଙ୍କର ଏମିତି ଅକାଳ ବିୟୋଗ ଘଟିଛି।ଓଡ଼ିଆ ଜଗତରେ ତଥା ରାଜ୍ୟବାସୀ ଙ୍କ ମନରେ ଶୋକ ର ଛାୟା ଖେଳିଯାଇଛି।ତପୁ ଙ୍କ ଏଭଳି ଘଟଣାରେ ସମସ୍ତେ ମର୍ମହିତ।ଚିରଦିନ ପାଇଁ ତପୁ ଙ୍କ କଣ୍ଠର ସ୍ୱର ଆଉ ଶୁଣିବାକୁ ମିଳିବନି।ତାଙ୍କର ଆତ୍ମା ସତ୍ ଗତି ପ୍ରାପ୍ତ ହେଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।