କରୋନା ସମୟରେ ପୁଣି ବାହାରିଛି ଓଡିଶାରେ R.I. ଏବଂ Amin ନିମନ୍ତେ ନିଯୁକ୍ତି ସୁଯୋଗ ! ସବୁ ଜିଲ୍ଲାର ପାର୍ଥୀ ଆବେଦନ କରିପାରିବେ ?

0

ଓଡ଼ିଶା ସରକାର ଙ୍କ ତରଫରୁ ପୁଣି ଥରେ ଆସିଛି ଆଉ ଏକ ବଡ଼ ଭେକେନ୍ସି। ଯଦି ଆପଣ କୌଣସି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ଼ ସୁଯୋଗ। ଏହି ପଦବୀ ଗୁଡିକରେ ଖୁବ ଶୀଘ୍ର ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରୀ ସୂଚନା ଅନୁସାରେ ଏହି ପଦବୀ ଗୁଡିକ ଦୁଇ ପ୍ରକାର ରହିଛି। ଗୋଟିଏ ହେଲା RI ଏବଂ ଅନ୍ୟ ପଦବୀ ଗୁଡିକ ହେଲା Amin। ତେବେ ଏହି ପଦବୀ ଗୁଡିକୁ ଓଡ଼ିଶାର ଯେଉଁ କୌଣସି ଜିଲ୍ଲା ବାସୀ ଆବେଦନ କରି ପାରିବେ।

ଏହି ପଦବୀ ଗୁଡିକ ପୂରଣ ପାଇଁ ଆବଶ୍ୟକ ଥିବା ଶିକ୍ଷାଗତ ଯୋଗ୍ୟତା ଏବଂ କେତେ ପଦବୀ ତାହା ସହିତ କେତେ ବେତନ ମାସିକ ମିଳିବ ତାର ସବୁ ଖବର ଆସନ୍ତୁ ଜାଣିବା। ଦେଖନ୍ତୁ ଓଡ଼ିଶାର କରୋନା ସମୟରେ ସରକାର ଆଗାମୀ ଦୁଇ ବର୍ଷ କୌଣସି ପଦବୀ ନ ବାହାରିବାର ସୂଚନା ଦେଇଥିଲେ ମଧ୍ୟ ଏବେ ଆବଶ୍ୟକତା ଅନୁସାରେ ଏଗୁଡ଼ିକୁ ପୂରଣ କରିବା ନିହାତି ଆବଶ୍ୟକ ହୋଇ ପଡିଛି। ତେବେ ପଦବୀ ଗୁଡିକର ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।

ପଦବୀ ଗୁଡିକର ନାମ ହେଉଛି ;-
RI ଏବଂ Amin ପଦବୀ ନିମନ୍ତେ ଉକ୍ତ ଖାଲି ପଦବୀ ଗୁଡିକୁ ପୂରଣ କରାଯିବ। ତେବେ ଏହି ପଦବୀ ମାନଙ୍କର ସଂଖ୍ୟା ଯଥା କ୍ରମେ ରହିଛି RI ରେ ପଦବୀ ସଂଖ୍ୟା ୫ ଟି। Amin ରେ ମଧ୍ୟ ସେହିଭଳି ଖାଲି ଥିବା ସଂଖ୍ୟା ୫।


ମାସିକ ଦରମା ରହିଛି ;-
ଏହି ପଦବୀ ଗୁଡିକରେ ଆପଣଙ୍କୁ ମାସିକ ପ୍ରାୟ ୧୯୦୦୦ ଟଙ୍କା ଦରମା ଦିଆ ଯିବ। ଏହା ସହିତ ଆରମ୍ଭରେ ଆପଣଙ୍କୁ ସରକାରୀ ନିୟମ ଅନୁସାରେ ଥିବା ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ।

ଏହି ପଦବୀ ଗୁଡିକର ଆବେଦନ କରିବାର ଶେଷ ତାରିଖ;-
ଉକ୍ତ ପଦବୀ ନିମନ୍ତେ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ୨୦/୧୧/୨୦୨୦ ସୁଦ୍ଧା ଆବେଦନ କରି ପାରିବେ। ତେବେ ଏହି ପଦବୀ ଗୁଡିକୁ ଆବେଦନ କରିବାର ଉପାୟ ହେଲା ଅଫଲାଇନ ମୋଡ଼। ଏହି ପଦବୀ ଗୁଡିକୁ ଆବେଦନ କରିବାକୁ ହେଲେ ଆପଣଙ୍କୁ ପୋଷ୍ଟାଲ ରେ ଆବେଦନ କରିବାକୁ ହେବ।


କେଉଁ ସ୍ଥାନରେ ଆପଣଙ୍କୁ ନିଯୁକ୍ତି ଦିଆଯିବ;-
ଏହି ପଦବୀ ଗୁଡିକୁ କେବଳ କୋରାପୁଟ ଜିଲ୍ଲାରେ ଖାଲି ରହିଛି। ତେଣୁ ଏହି ସ୍ଥାନରେ କେବଳ ଆପଣ ଆବେଦନ କରିପାରିବେ।

ଆବେଦନ କରିବାର ବୟସ ସୀମା;-
ଏହି ପଦବୀ ଗୁଡିକ ରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ସର୍ବାଧିକ ୫୦ ବର୍ଷ ହୋଇଥିବା ଦରକାର। ଏହି ବୟସ ରୁ ଅଧିକ ହେବା ଅନୁଚିତ।ଯୋଗ୍ୟତା କଣ ରହିଛି ଏହି ପଦବୀ ପାଇଁ;-
ଆପଣଙ୍କୁ ଏହି ପଦବୀ ରେ ନିଯୁକ୍ତି ପାଇବାକୁ ହେଲେ ଆପଣଂକୁ ନିହାତି RI ଏବଂ Amin ଭାବେ ଅବସର ଗ୍ରହଣ କରିଥିବା ଦରକାର। ଅର୍ଥାତ ଆପଣଙ୍କର ଏହି ପଦବୀ ଗୁଡିକରେ ପୂର୍ବରୁ ଅନୁଭୂତି ଥିଲେ ହିଁ ଆପଣ ଆବେଦନ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।