Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

0

ମହିଳା ମାନଙ୍କ ର ପ୍ରତି ମାସ ରେ ଥରେ ମାସିକ ଋତୁସ୍ରାବ ହେବା କଥା ତ ଆପଣ ମାନେ ଜାଣିଥିବେ ନିଶ୍ଚିତ। ତେବେ ଏହି ମାସିକ ଋତୁସ୍ରାବ ବା ପିରିୟଡ଼ ହେବା ଜଣେ ମହିଳାଙ୍କ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ। ତେବେ ଆପଣ ମାନେ ଦେଖିଥିବେ କି ଅନେକ ସମୟରେ ଆମର ପିରିୟଡ୍ସ ହେବାର ଅନିୟମିତତା ଦେଖାଯାଇଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ କେଉଁ ସବୁ କାରଣ ରୁ ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖାଯାଇଥାଏ। ଏବଂ କଣ ସବୁ ଘରୋଇ ଉପାୟ କରିବା ଦ୍ବାରା ଆପଣଙ୍କ ପିରିୟଡ୍ସ ରେ ଅନିୟମିତତା ଦେଖାଯିବ ନାହିଁ।
ତେବେ ବର୍ତ୍ତମାନ ମହିଳା ମାନଙ୍କ ର ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖାହେବା ଏବଂ ପିରିୟଡ୍ସ ସମୟରେ ପେଟ ରେ ଯନ୍ତ୍ରଣା ଅନୁଭବ କରିବା ପ୍ରାୟ ସମସ୍ତ ଙ୍କ ପାଖରେ ଦେଖାଯାଉଛି। ତେବେ ଏହିସବୁ ପଛରେ ଅନେକ କାରଣ ରହିଛି ଯେପରି କି ଶରୀରର ଓଜନ ଆବଶ୍ୟକ ଠାରୁ ଅଧିକ ହେବା , ଚିନ୍ତା ଗ୍ରସ୍ତ ରହିବା କାରଣ ରୁ ତଥା ଶରୀରରେ ଥାଇରଏଡ଼ ସମସ୍ୟା ରହିବା କାରଣ ରୁ ପିରିୟଡ୍ସ ନିୟମିତ ଭାବରେ ହୋଇନଥାଏ ।ତେବେ ଆମେ ଆଜି ଏହି ପୋଷ୍ଟ ମାଧ୍ୟମରେ ଆପଣଂକୁ କେତେକ ରିମେଡି ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣଙ୍କ ର ଏହି ସମସ୍ୟା ରହିବ ନାହିଁ।

ପିରିୟଡ୍ସ ନିୟମିତ ହେବା ପାଇଁ କଣ କରିବେ:-

ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ଦୁଇ ଟି ଉପାୟ ବିଷୟରେ ଜଣେଇବୁ ।ସେଥି ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ଉପାୟ କୁ ଗ୍ରହଣ କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଉପାୟ ବିଷୟରେ ।

ପ୍ରଥମ ରିମେଡି:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଂକୁ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି ତଥା:-
୧.ଜିରା ଏବଂ ୨.ଗୂଡ଼
ବର୍ତ୍ତମାନ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦୁଇ ଗ୍ଲାସ ପାଣିଲେ ଏକ ଚାମଚ ଜିରା ପକାଇ ତାହାକୁ ଭଲ ଭାବରେ ଫୁଟାନ୍ତୁ ଅତିକମ ରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ।ପରେ ଏଥିରେ ଏକ ଚାମଚ ଗୂଡ଼ ମିଶାଇ ଦିଅନ୍ତୁ ଏବଂ ଭଲ ଭାବରେ ମିଶିବା ପରେ ଏକ ପାତ୍ରକୁ ବାହାର କରିନିଅନ୍ତୁ। ବର୍ତ୍ତମାନ ଆମର ପ୍ରଥମ ରିମେଡି ଟି ପ୍ରସ୍ତୁତ ହୋଇସାରିଛି ।

ଦ୍ଵିତୀୟ ରିମେଡି:-

ଦ୍ଵିତୀୟ ରିମେଡି ଟି ପ୍ରସ୍ତୁତ କରିବା ପାଇଁ ଆପଣ କେବଳ ଗୋଟା ଧନିଆ ବ୍ୟବହାର କରନ୍ତୁ। ପୂର୍ବ ପରି ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନେଇ ସେଥିରେ ଧନିଆ କୁ ପକାଇ ଭଲଭାବରେ ଫୁଟନ୍ତୁ ।ଏବଂ ଏହାକୁ ୧୦/୧୨ ମିନିଟ ଫୁଟେଇବା ପରେ ବାହାର କରିନିଅନ୍ତୁ। ବର୍ତ୍ତମାନ ଆମର ଦ୍ୱିତୀୟ ରିମେଡି ମଧ୍ୟ ପ୍ରସ୍ତୁତ ହୋଇଯାଇଛି।

ଏହାର ବ୍ୟବହାର କିପରି କରିବେ:-

ଏହି ରିମେଡି ମଧ୍ୟରୁ ଆପଣ ଯେକୌଣସି ଗୋଟିଏ କୁ ଗ୍ରହଣ କରିବେ। ଏବଂ ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ରେ ଏହି ଜଳ ଏକ ଗ୍ଲାସ ସେବନ କରନ୍ତୁ। ଦେଖିବେ କେବଳ ଗୋଟିଏ ମାସ ଏପରି କରିବା ପରେ ଆଉ କେବେବି ଆପଣଙ୍କ ର ପିରିୟଡ୍ସ ରେ ଅନିୟମିତତା କିମ୍ବା ପେଟ ଯନ୍ତ୍ରଣା ହେବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।