ହେ ଭଗବାନ ସାମ୍ନାକୁ ଆସିଲା ଏକ ଗୁରୁତ୍ୱପୂର୍ଣ୍ଣ ଖବର, ସୁନା ଦର ଏଭଳି ବଢିପାରେ କେବେବି ଭାବିନଥିବେ

0

ନାରୀ ମାନଙ୍କ ର କୌଣସି ଜିନିଷ ପ୍ରତି ଦୁର୍ବଳତା ଥାଉ ନ ଥାଉ ଗହଣା ପ୍ରତି ସବୁ ନାରୀ ମାନଙ୍କ ର ଦୁର୍ବଳତା ରହିଥାଏ। ନାରୀ ମାନେ ମଧ୍ୟ ଯେତେ ସଜବାଜ ହୋଇଗଲେ ବି ଯଦି ଗହଣା ନ ପିନ୍ଧି ଥାଆନ୍ତି, ତାହାହେଲେ ସେମାନଙ୍କ ର ସୁନ୍ଦରତା ଆଧା ଅଧା ଲାଗିଥାଏ। ସବୁ ନାରୀ ମାନେ ଗହଣା ପିନ୍ଧିବା ପାଇଁ ଅନେକ ପସନ୍ଦ କରିଥାନ୍ତି। ସୁନା ର ଗହଣା ପିନ୍ଧିବା ପାଇଁ ନାରୀ ହେଉ କିମ୍ବା ପୁରୁଷ ଏମିତିକି ପିଲା ଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ ଥାଆନ୍ତି।


ଆମ ଦେଶ ରେ ବର୍ଷ ସାରା ସବୁବେଳେ ପୂଜା ପୂର୍ବ ଲାଗିରହିଥାଏ। ସେଥିପାଇଁ ଲୋକ ମାନେ ସୁନା ରୂପା ର ଅଳଙ୍କାର ସବୁ ଘର କୁ ଆଣନ୍ତି,କିନ୍ତୁ ଆଜି ଯେଉଁ ପରି ଭାବରେ ସୁନା ଏବଂ ରୂପା ଦର ଆକାଶ ଛୁଆଁ ହେଲାଣି ଲୋକ ମାନେ ଆଉ ସୁନା ରୂପା କିଣିବାକୁ ସାହସ କରୁନାହାନ୍ତି। ଏହି କିଛି ଦିନ ତଳେ ଖବର ଆସିଥିଲା ଦେଶରେ ଏବେ ପୂଜା ସିଜିନ୍ ଥିବାରୁ ମୋଦି ସରକାର ସୁନା ଦର ହ୍ରାସ କରିଦେବେ,କିନ୍ତୁ ଏବେ ସୁନା ଦର ପୁଣି ଥରେ ବଢି ଯାଇଛି। ତେବେ ଦର କେତେ ବଢିଛି ଏବଂ ଆଗକୁ କଣ ହେବ।

ଏହି କିଛି ଦିନ ତଳେ ସୁନା ଦର 60 ହଜାର ରେ ପହଞ୍ଚି ଯାଇଥିଲା। ଏହାପରେ ଦେଶରେ ପୂଜାର ମାହୋଲ୍ ଥିବାରୁ ସୁନା ର ଦର ରେ ହ୍ରାସ ଅଣା ଯାଇଥିଲା। ଏବେ କିନ୍ତୁ କିଛି ଦିନ ର ବ୍ୟବଧାନ ପରେ ପୁଣି ଥରେ ସୁନା ଦର ରେ ବୃଦ୍ଧି ଦେଖିବାକୁ ମିଳିଛି। ଡମେଷ୍ଟିକ୍ ଫ୍ୟୁଚର ମାର୍କେଟ୍ ର ମଲ୍ଟି କମିଡିଟି ଏକ୍ସଚେନ୍ଜ ରେ ଏହି ବୃଦ୍ଧି ଦେଖିବାକୁ ମିଳିଛି।

ବୁଧବାର ଏମ୍ସିଏକ୍ସ ରେ କାରବାର 0.2 ପ୍ରତିଶତ ବୃଦ୍ଧି ପାଇଛି। ସୁନା ପ୍ରତି 10 ଗ୍ରାମ କୁ 51 ହଜାର 47 ଟଙ୍କା ରେ ପହଞ୍ଚିଥିଲା। ସେହିପରି ରୂପା ଦର ସେହିପରି ରୂପା ଦର 0.6 ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ କୁ 63 ହଜାର 505 ଟଙ୍କା ରେ ପହଞ୍ଚି ଥିଲା। ଗୁଡ୍ ରିଟନ୍ସ ର ଏକ ରିପୋର୍ଟ ଅନୁସାରେ ଆଜି 24 କ୍ୟାରେଟ୍ ର ସୁନା ପ୍ରତି 10 ଗ୍ରାମ୍ କୁ 50 ହଜାର 650 ଟଙ୍କା ଥିବା ବେଳେ ରୂପା ଦର ପ୍ରତି କିଲୋ କୁ 63 ହଜାର 500 ଟଙ୍କା ରହିଛି।


ବିଶେଷଜ୍ଞ ମାନଙ୍କ ର କଯିବା ଅନୁଯାୟୀ ଏବେ ଫେଷ୍ଟିଭ୍ ସିଜିନ୍ ଥିବାରୁ ସୁନା ରୂପା ଦର ରେ ବୃଦ୍ଧି ଦେଖିବାକୁ ମିଳିଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ବା ନଭେମ୍ବର ମାସ ର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଗକୁ ଦିପାବଳୀ ଆସୁଛି ଏହି ସମୟ ରେ ସୁନା ଦର ବଢି ଶୀର୍ଷ ରେ ପହଁଞ୍ଚିବ ବୋଲି ମଧ୍ୟ କୁହାଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।