ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ ଠକେଇ ଅନଲାଇନ ଇଂଜେକ୍ସନ ଏକାଉଣ୍ଟରୁ 48 ହଜାର ଗାଏବ କେମିତି ହେଲା ଜାଣିଲେ ଆବାକ୍ ହୋଇଯିବେ

0

ବର୍ତ୍ତମାନ ଚାରିଆଡ଼େ କେବଳ ଠକେଇ ଆଉ ଠକେଇ । ଲୋକ ମାନଙ୍କୁ ଠକେଇ ସେମାନଙ୍କ ଠୁ ଟଙ୍କା ପଇସା ଲୁଟୁଛନ୍ତି ଠକ ଗୋଷ୍ଠୀ । କିଏ ସାମ୍ନା ରେ ଠକୁଚି ତ ଆଉ କିଏ ଡିଜିଟାଲ ଉପାୟ ରେ ଠକୁଚି । କିନ୍ତୁ ବର୍ତ୍ତମାନ ଆମ ଦେଶ ରେ ସବୁ ଠାରୁ ଚିନ୍ତା ର ଘଟଣା ହେଉଛି ସାଇବର କ୍ରାଇମ । ଦିନ କୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍ ।

ଅନଲାଇନ୍ ରେ ଠକେଇ ପଇସା ଲୁଟିନେଉଛନ୍ତି ଠକ ଗୋଷ୍ଠୀ । ଆଜି କାଲି ମୋବାଇଲ୍ ର ବ୍ୟବହାର ଯେତେ ବଢୁଛି ଡିଜିଟାଲ କ୍ରାଇମ୍ ମଧ୍ୟ ସେତେ ବଢୁଛି । ପୋଲିସ ମଧ୍ୟ ଏ ଦିଗ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ତେଣୁ ଏପରି ଠକାମୀ ର ଶିକାର ସାଧାରଣ ଜନତା ହୋଇଚାଲିଛନ୍ତି । ସେହିପରି ଠକାମୀ ର ଶିକାର ହୋଇଛନ୍ତି ଜଣେ ରୋଗୀ ଙ୍କ ସମ୍ପର୍କୀୟ ।

ଏପରି ଏକ ଠକାମୀ ର ରାକେଟ ଚାଲିଛି ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ । ସୂଚନା ରହିଛି ଯେ ଜଗତସିଂପୁର ଜିଲ୍ଲା ର ଅଜୟ ଭୂୟାଁ ବ୍ଲାକ ଫଙ୍ଗସ୍ ରେ ଆକ୍ରାନ୍ତ ଥିଲେ । ତେବେ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏକ ଇଞ୍ଜେକ୍ସନ ର ଦରକାର ପଡ଼ିବାରୁ ସେଠାକାର ଏକ ନର୍ସ ରୋଗୀ ଙ୍କ ସମ୍ପର୍କୀୟଙ୍କୁ କହିଥିଲେ ଯେ ସେହି ଇଞ୍ଜେକସନ ଟି ଅନଲାଇନ୍ ରେ ଉପଲବ୍ଧ ହେଉଚି । ତା ପରେ ଏକ ଲିଙ୍କ୍ ଦେଇଥିଲେ ତାଙ୍କ ସମ୍ପର୍କୀୟଙ୍କୁ ।

ମୋବାଇଲ୍ ରେ ସେହି ଲିଙ୍କ୍ ଟି ଓପନ୍ କରି ଅର୍ଡର୍ କରିବାକୁ କହିଥିଲେ । ତା ପରେ ସେହି ଲିଙ୍କ୍ ଟି ଓପନ୍ କରିବା ଫଳରେ ୪୮,୦୦୦ ଟଙ୍କା ର ଲୁଟ ରେ ଶିକାର ହୋଇଥିଲେ ପରିବାର ବର୍ଗ । ଏହିପରି ଅନଲାଇନ୍ ଠକେଇ ର ଶିକାର ହୋଇଛନ୍ତି ରୋଗୀ ଙ୍କ ପରିବାର ଲୋକ । କଥା ଉଠୁଛି ଯେ ଏମ୍ସ ହେଉଛି କେନ୍ଦ୍ର ସରକାର ଙ୍କ ଦ୍ଵାରା ଚାଳିତ ଏକ ହସ୍ପିଟାଲ୍ ।

ସେଠାରେ ରେ ଏପରି ରୋଗୀ ଙ୍କୁ ଠକି ପଇସା ଲୁଟିବା କିପରି ହୋଇପାରୁଛି । ତେବେ ଏ ନେଇ ରୋଗୀ ଅଜୟ ଭୂୟାଁ ଙ୍କ ପତ୍ନୀ ଗଣମାଧ୍ୟମ କୁ ଜଣାଇଛନ୍ତି । ତେବେ ଏହା ଏକ ସାଇବର୍ ଠକେଇ ବୋଲି କୁହାଯାଏ । ଏପରି ସାଇବର କ୍ରାଇମ୍ ଦିନ କୁ ଦିନ ବଢ଼ିଚାଲିଛି ସାରା ଭାରତ ରେ । କିନ୍ତୁ ସାଇବର କ୍ରାଇମ ବ୍ରାଞ୍ଚ ଥାନା କାହିଁକି ଏପର୍ଯ୍ୟନ୍ତ ଚୁପ୍ ତାହା ଜଣାପଡ଼ିନାହିଁ ।

ତେବେ ଏ ନେଇ ପୋଲିସ ରେ ମଧ୍ୟ କଂପ୍ଲେନ୍ ହୋଇଛି । ପୋଲିସ ମଧ୍ୟ ତଦନ୍ତ ଚଳାଇଛି । କିନ୍ତୁ ଯଦି କେନ୍ଦ୍ର ସରକାର ଙ୍କ ହସ୍ପିଟାଲ୍ ରେ ଲୋକ ମାନେ ଏପରି ଲୁଟ୍ ଓ ଠକାମୀ ର ଶିକାର ହେବେ ତାହେଲେ ପ୍ରାଇଭେଟ୍ ହସ୍ପିଟାଲ୍ ରେ ରୋଗୀ କେତେ ସୁରକ୍ଷିତ ତାହା ଏକ ଚିନ୍ତା ର ବିଷୟ ।

ତେବେ ଦିନ କୁ ଦିନ ଏପରି ଅନଲାଇନ୍ ଠକେଇ ଙ୍କ ଲୁଟ୍ ବଢ଼ିଚାଲିଛି । ସାଇବର କ୍ରାଇମ୍ ବ୍ରାଞ୍ଚ ମଧ୍ୟ ଇନଭେଷ୍ଟିଗେସନ ଚଳାଇଛି । ତେବେ ଚୋର ଠକ ଙ୍କୁ ଧରିବା ପାଇଁ କେତେ ଦୂର ସେମାନେ ସଫଳ ହୋଇଛନ୍ତି ତାହା ଦେଖିବାକୁ ବାକି ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।