ଭଗବାନଙ୍କ ଉପରେ ଭରଷା କରିବା ଉଚିତ କି ନୁହେଁ ? ଭଗବାନଙ୍କୁ ବିଶ୍ୱାସ କରି ରହିଲେ କଣ ହୁଏ ନିହାତି ଜାଣନ୍ତୁ

0

ମଣିଷ ଅନେକ ସମୟରେ ବିପଦରେ ପଡିଲେ କିଂମ୍ବା ଦୁଃଖରେ ପଡିଲେ ଭଗବାନ ଙ୍କୁ ସ୍ମରଣ କରେ। ତେବେ ମଣିଷ ଏହି ସ୍ୱାର୍ଥପର ଦୁନିଆରେ ଭଗବାନଙ୍କୁ ଭୁଲିଯାଇ ନିଜ ସୁଖ ପଛରେ ଚାଲେ। ଆଉ ଯେତେବେଳେ ତାର ବିପଦ ଆସେ ସେ ପୁଣି ଭଗବାନ ଙ୍କୁ ଡାକେ। ଅନେକ ଲୋକ ଅଛନ୍ତି ଭଗବାନଙ୍କ ଉପସ୍ଥିତି କୁ ସ୍ୱୀକାର କରନ୍ତି ଆଉ ଅନେକ ଅଛନ୍ତି ଯେଉଁମାନେ ନାସ୍ତିକ ଅଟନ୍ତି । ସେମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଆମେ ଭଗବାନ ଙ୍କୁ ବିଶ୍ୱାସ କରିବା ଉଚିତ ନା ନୁହେ? ଏହି ପ୍ରଶ୍ନ ର ଉତ୍ତର ପାଇଁ ଆସନ୍ତୁ ଶୁଣିବ ଏକ କାହାଣୀ। ଯାହା ଦ୍ୱାରା ଏହି ପ୍ରଶ୍ନ ର ଉତ୍ତର ମିଳିଯିବ।

ଭଗବାନ ପ୍ରକୃତ ରେ ଅଛନ୍ତି। କାରଣ ତାଙ୍କ ବିନା ଏ ସଂସାର ଚାଲିବ ନାହିଁ। ସେ ଆମ ଭିତରେ ରହି ଆମର ସମସ୍ତ କାର୍ଯ୍ୟ କୁ ସମ୍ପାଦନ କରନ୍ତି। ତେବେ ଆମେ ଯଦି ଭଗବାନ ଉପରେ ଭରଷା କରୁ ତେବେ ଆମ ଜୀବନରେ ନିହାତି ଭଲ ହେବ। ଆଉ ଏଥିପାଇଁ ଆମକୁ ବିଶ୍ୱାସ ରଖିବାକୁ ହେବ। 

ଦୁଇଜଣ ବ୍ୟବସାୟ ଥାନ୍ତି। ସେମାନଙ୍କର ବ୍ୟବସାୟ ଭଲ ଚାଲିଥାଏ। ସେମାନେ ଅନେକ ଖୁସିରେ ଦିନ କାଟୁଥାନ୍ତି। ପ୍ରଥମ ବ୍ୟକ୍ତି ଙ୍କ କିଛି ଚିନ୍ତା ରେ ରୁହନ୍ତି। କାରଣ ତାଙ୍କର ଅନେକ ସମୟରେ ଲାଭ ଏବଂ କ୍ଷତି ହୁଏ। କିନ୍ତୁ ଦ୍ଵିତୀୟ ବ୍ୟକ୍ତି ଜଣକ ସର୍ବଦା ଖୁସିରେ ରୁହନ୍ତି ଏବଂ ସବୁ ଭଗବାନ ଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି କୁହନ୍ତି। ତେବେ ପ୍ରଥମ ବ୍ୟବସାୟୀ ତାଙ୍କ କଥାରେ ବିରକ୍ତି ହୋଇ ପ୍ରଶ୍ନ କଲେ ଭଗବାନ କଣ ଆସି ତାଙ୍କର ବ୍ୟବସାୟୀ କୁ ପରିଚାଳନା କରୁଛନ୍ତି। କିନ୍ତୁ ଦ୍ୱିତୀୟ ବ୍ୟକ୍ତି ହସି ଦେଇ ଏକ ସୁନ୍ଦର କାହାଣୀ ଟିଏ କହିଲେ।


ଗୋଟିଏ ଜଙ୍ଗଲ ରେ ଜଣେ ସିଂହ ଏବଂ ଆଉ ଜଣେ ମାଙ୍କଡ଼ ମାଦକ ଥିଲେ। ସେମାନେ କିଛି ଦିନ ମଧ୍ୟରେ ଗୋଟିଏ ଗୋଟିଏ ଛୁଆ ଜନ୍ମ ଦେଲେ। ତେବେ ମାଙ୍କଡ଼ ନିଜର ଛୁଆ କୁ କେବେ ଛାଡି ଚାଲି ଯାଏ ନାହିଁ। ସର୍ବଦା ତାର ପେଟ ତଳେ ପିଲାକୁ ନେଇ ଘୁରିବୁଲେ। ଅନ୍ୟ ପକ୍ଷରେ ସିଂହ ତାର ଶିଶୁ କୁ ଛାଡି ଦେଇ ଶୀକାର କରିବାକୁ ଯାଏ। ତେବେ ମାନଡ଼ ଛୁଆ ସର୍ବଦା ତାର ମାଆ ଉପରେ ଭରଷା କରେ।ତାର ମାଆ କୁ ସର୍ବଦା ହାତରେ ଜାବୁଡି ଧରେ। ମାଙ୍କଡ଼ ଶିଶୁର ସର୍ବଦା ଭୟ ରହିଥାଏ କାଳେ ପଡିଯିବନି ତ। କିନ୍ତୁ ସିଂହ ପିଲା କେବେ ବି ଭୟ କରେ ନାହିଁ। ନିଜେ ନିଜକୁ ରାଜା ପୁଅ ପରି ଗଢ଼ିଥାଏ।

ତେବେ ଏହି କାହାଣୀ ରୁ ଶିଖିବା ଦରକାର କି ମାଙ୍କଡ଼ ଛୁଆ ପରି ଭଗବାନଙ୍କ ଉପରେ ଭରଷା କଲେ ସେ ଆପଣଙ୍କୁ କେବେ ବି ନିରାସ କରିବେ ନାହିଁ। ଆପଣଙ୍କୁ କେବେ ତଳେ ପକାଇବେ ନାହିଁ। ଅନ୍ୟ ପକ୍ଷରେ ସିଂହ ଛୁଆ ପରି ହେଲେ ଆପଣଙ୍କୁ ଭଗବାନ ସର୍ବଦା ଏକ ଶକ୍ତି ବନାଇ ଦେବେ। ଯାହା ଦ୍ୱାରା ଆପଣ କେବେ ଦୁର୍ବଳ ହୋଇ ପଡିବେ ନାହିଁ ଭବିଷ୍ୟତ ବିଷୟରେ। ଆପଣଙ୍କ ଭିତରେ ଥିବା ଶକ୍ତି ଆପଣଙ୍କୁ ନିହାତି ଅସୁବିଧାର ସମ୍ମୁଖୀନ ହେବାର ଶକ୍ତି ଏବଂ ସାହସ ଯୋଗାଇ ଦେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।