ଆସନ୍ତୁ ଜାଣିବା କିଛି ମଜାଳିଆ ପ୍ରଶ୍ନ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମ ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା। ତେବେ ଅନେକ ଛୋଟ ଛୋଟ କଥା ରହିଛି, ଯାହା ଜାଣିବା ନିହାତି ଆବଶ୍ୟକ।ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ କି କେବେ ଶୁଣି ନଥିବେ।

୧) ଗୋଟିଏ ଗୁମ୍ଫା ରେ ବତିସି ଚୋର ଦିନ ରେ କରନ୍ତି କାମ , ରାତି ହେଲେ ସିଏ ଆରାମ ନିଏ କୁହ ଏବେ ତାଙ୍କ ନାମ ?
ଉତ୍ତର:- ଦାନ୍ତ

୨) ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ , କୁହ ଏବେ ସିଏ କିଏ ?
ଉତ୍ତର:-ତାରା


୩) ବାପା ଙ୍କର ଭଉଣୀ ସିଏ ଜେଜେ ଙ୍କର ଝିଅ , ବଉ ର ନଣନ୍ଦ ହବ କିଏ ସିଏ କୁହ ?
ଉତ୍ତର :- ପିଉସୀ

୪)ବାଛୁରୀ ହକ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ , କହିଲ ଦେଖି ଭାବି କି ଦରବ ଇଏ ?
ଉତ୍ତର :- କ୍ଷୀର

୫)ବାହାରେ ସବୁଜ ଭିତରେ ଲାଲ, ଲତାରେ ଫଳେ ସେ ଫଳ ଟି ଗୋଲ ,କଟା ହେଲେ ହୁଏ ଖାଇ, ଖରା ଦିନେ ସିଏ ଯାହା କୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ ?
ଉତ୍ତର :- ତରଭୁଜ


୬) ମତେ କଟା ଯାଏ ମତେ ଛେଚା ଯାଏ ମତେ ଭାରି ବାଧେ ହେଲେ ମୋତେ କଟୁ ଥିବା ଲୋକ ଲୁହ ଜାରି କାନ୍ଦେ ?
ଉତ୍ତର:- ପିଆଜ

୭)ସବୁଜ ବେଣ୍ଟ କୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜ୍ଵହର୍ ପରି ପାଣି ପାଣି ବୋଲି ଚିଲାଏ ମଣିଷ ସତେଜ ଜୀବନ ଯାଏ ବାହାରି ?
ଉତ୍ତର:-ନାଲି ଲଙ୍କା

୭) ଖରା ଦେଖି କି ମୁ ଆସି ଥାଏ , ଛାଇ ଦେଖିକି ମୁ ଲୁଚି ଯାଏ , ପବନ ଛୁଇଁ ଲେ ମୋତେ ମୁ ଲାଜେ ଲାଜେ ମାରି ଯାଏ ?
ଉତ୍ତର:-ଝାଳ

୮) ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମା ପେଟ ରେ ଝିଅଟି ଗୋରୀ କହ ଇଏ କି ଗଣିତ ?
ଉତ୍ତର:- ନଡ଼ିଆ


୧୦)ନାକ ରେ ଯଦି ଥରେ ମୁ ଚଢ଼ୀ ଯିବି କାନ ଧରି ତୋତେ ମୁ ପଢାଇବି ?
ଉତ୍ତର :-ଚଷମା

୧୧) ଆ ହାତ ରୁ ତା ହାତ ହୁଏ ସେ ବହୁତ ଯା ହାତ ରେ ରହିଲା ସେ ମଜବୁତ୍ ?
ଉତ୍ତର:-ଟଙ୍କା

୧୨) କବାଟ ପଡିଲେ ଦିନ ଟି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର :- ଆଖି ପତା

୧୩)ସକାଳ ସଂଜ ରେ ଲାଲ ଗୁଲୁ ଗୁଲୁ ଖରାବେଳେ ଚାହିଁ ହୁଏ ନା , ରାତି ରେ ହେଲେ ସିଏ କେଣେ ଲୁଚି ଯାଏ ଯେତେ ଖୋଜିଲେ ବି ପାଏନା ?
ଉତ୍ତର:- ସୂର୍ଯ୍ୟ


୧୪)ପାଟିରୁ ଖସିଲେ ମା ର ଦୋଷ ପେଟ ରୁ ଖସିଲେ ପିଲାର ଦୋଷ ?
ଉତ୍ତର:- ବିଲେଇ ଓ ମାଙ୍କଡ଼

୧୫)ମୋ ପାଖ କୁ ଛୋଟ ବଡ଼ ସବୁ ଆସିଥାଏ ଛୋଟ ଛୋଟ ଖସି ଯାଏ , ବଡ଼ ଫସି ଯାଏ ?
ଉତ୍ତର:-ଚାଲୁଣି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।