ଜାଣନ୍ତୁ ଅଭିନେତ୍ରୀ ଶିବାନୀ ଙ୍କ ଜୀବନ ର କିଛି ଅଜଣା କଥା ଯାହା କେହି ବି ଜାଣି ନାହାଁନ୍ତି କିଛି ଅକୁହା କଥା

0

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ ବଡ ବଡ ସୁପରଷ୍ଟାର ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ଜଗତରେ ବହୁତ ସଫଳତା ତଥା ଲୋକ ମାନଙ୍କ ଠାରୁ ଢେର୍ ସାରା ଭଲପାଇବା ସାଉଁଟି ସାରିଲେଣି।ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଛୋଟ ବେଳୁ ହିଁ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ଆସିଛନ୍ତି। ସେମାନଙ୍କୁ ଲୋକ ମାନେ ଛୋଟ ବେଳରୁ ହିଁ ଭଲପାଇବା ଦେଇ ଆସିଛନ୍ତି। ଆଜିର ଫିଲ୍ମ ଦୁନିଆରେ ସେମାନେ ଚାଇଲ୍ଡ ଆର୍ଟିଷ୍ଟ ରୁ ବଡ ହୋଇ ହିରୋ ହିରୋଇନ୍ ଭାବେ କାମ କରିଲେଣି।


ଲୋକ ମାନେ ସେମାନଙ୍କୁ ଫିଲ୍ମ ରେ ହିରୋ ହିରୋଇନ୍ ଭାବେ ଦେଖି ବହୁତ ଖୁସି ହେଉଛନ୍ତି ସେମାନଙ୍କ ଅଭିନୟ କୁ ପସନ୍ଦ କରି ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି। ତେବେ ଆମେ ଆଜି ସେହିପରି ଜଣେ ପ୍ରତିଭାବାନ ଏବଂ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କଥା ହେବା। ସେ ଛୋଟ ବେଳରୁ ହିଁ ଅଭିନୟ ପ୍ରତି ରୂଚି ରଖିଥିଲେ ଏବଂ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଅଭିନୟ ଦୁନିଆର ପାଦ ରଖିବା ପରେ ଗୋଟେ ପରେ ଗୋଟେ ସଫଳତା ର ପାହାଚ ଅତିକ୍ରମ କରି ଚାଲିଥିଲୃ ଏବଂ ଆଉ କେବେବି ପଛକୁ ବୁଲି ଚାହିଁ ନଥିଲେ। ତେବେ ଆସନ୍ତୁ ଜାଣିବା ସେ କିଏ ଏବଂ ତାଙ୍କ ସମ୍ବନ୍ଧରେ ଅଧିକ କିଛି।


ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଶିବାନୀ ସଙ୍ଗୀତା। ଶିବାନୀ ସଙ୍ଗୀତା ହେଉଛନ୍ତି ଏବେ ର ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକମାତ୍ର ୟଙ୍ଗେଷ୍ଟ ଏବଂ ବ୍ରାଇଟେଷ୍ଟ ସାଇନିଙ୍ଗ୍ ଷ୍ଟାର୍। ସେ ଏବେ ଆଉ 18 ବର୍ଷ ର ନୁହେଁ, କିନ୍ତୁ ତାଙ୍କ ର ଏକ୍ଟିଙ୍ଗ୍ ଷ୍ଟାଇଲ୍ ଏବଂ ଏକ୍ଟିଙ୍ଗ୍ ଏବିଲିଟି ପୁରା ୟଙ୍ଗ୍ ଷ୍ଣାର ମାନଙ୍କ ପରି ଲାଗେ। ସେ ତାଙ୍କ ର ମାତ୍ର 6 ବର୍ଷ ବୟସ ରେ ହିଁ ଏକ୍ଟିଙ୍ଗ୍ ଷ୍ଟାଟ୍ କରିଥିଲେ।

ସେ ତାଙ୍କ ର ଏକ୍ଟିଙ୍ଗ୍ ଓଡିଆ ମେଗା ସିରିଏଲ୍ ଉତ୍ତରଦାୟୀ ରୁ ଆରମ୍ଭ କରିଥିଲେ। ସେତେବେଳେ ସେହି ସିରିଏଲ ଓଟିଭି ରେ ପ୍ରସାରିତ ହେଉଥିଲା। ଏହା ପରେ ସେ ଦେବୀ ସିରିଏଲ୍ ରେ ଏକ୍ଟିଙ୍ଗ୍ କରିଥିଲେ, ମା ଦୁର୍ଗା ଙ୍କ ରୋଲ୍ ପ୍ଲେ କରୁଥିଲେ। ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବେ ତାଙ୍କର ଓଡିଆ ଫିଲ୍ମ ଦୁନିଆ କୁ ପ୍ରଥମ ଡେଭ୍ୟୁ ଫିଲ୍ମ ଥିଲା ‘ ମିତ ରେ ମିତ ’।ଏହା ପରେ ସେ ପହିଲି ରଜ, ଗୁଡ୍ ବଏ ଆଦି ଫିଲ୍ମ ରେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅଭିନୟ କରିଛନ୍ତି।


ଏହା ପରେ ତାଙ୍କର ହିରୋଇନ୍ ଭାବେ ପ୍ରଥମ ଡେଭ୍ୟୁ ଫିଲ୍ମ ଥିଲା “ସିଷ୍ଟର୍ ଶ୍ରୀଦେବୀ”। ଏହି ଫିଲ୍ମ ରେ ସେ ସୁପରଷ୍ଟାର ବାବୁସାନ ଙ୍କ ସହିତ ଏକ୍ଟିଙ୍ଗ୍ କରିଥିଲେ। ସେ ଏହି ସିଷ୍ଟର ଶ୍ରୀଦେବୀ ଫିଲ୍ମ ଦ୍ଵାରା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ସେ ଅଭିନୟ ସହ ନିଜର ପାଠପଢା ମଧ୍ୟ ଜାରି ରଖିଛନ୍ତି। ତାଙ୍କର ଓଲିଉଡ୍ ର ଫେବ୍ରେଟ୍ ହିରୋ ହେଉଛନ୍ତି ବାବୁସାନ୍ ମହାନ୍ତି ଏବଂ ତାଙ୍କର ଫେବ୍ରେଟ୍ ସିରିଏଲ୍ ହେଉଛି ଦେବୀ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।