ତୃତୀୟ ଲହରକୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ dr. ms kanwar

0

କୋରନା କୁ ନେଇ ବର୍ତ୍ତମାନ୍ ଭାରତ ତଥା ସାରା ବିଶ୍ଵ ଚିନ୍ତା ମଗ୍ନ । ଚୀନ୍ ରୁ ଆସିଥିବା ଏହି ଭୂତାଣୁ ଜନିତ ରୋଗ ପ୍ରାୟ ସମସ୍ତ ଦେଶ ରେ ଅନେକ ମୁଣ୍ଡ ନେଇସାରିଲାଣି । ଭାରତ ରେ ମଧ୍ୟ ସଂକ୍ରମଣ ର ଅବସ୍ଥା କିଛି ଭଲ ରେ ନାହିଁ । କିନ୍ତୁ କହିବାକୁ ଗଲେ ଅନ୍ୟ ଦେଶ ତୁଳନା ରେ ଯଦି କୌଣସି ଦେଶ ଏହି କୋରନା ସଂକ୍ରମଣ ହାର କୁ ଆୟତ୍ତ ରେ ରଖିପାରିଛି ତାହା ହେଉଛି ଭାରତ ।

ଏଠାରେ କେନ୍ଦ୍ର ସରକାର ଙ୍କ ଅନୁଦାନ ତଥା ଦେଶବାସୀ ଙ୍କ ସହଯୋଗ ହେତୁ ଆମେ କୋରନା କୁ ଆୟତ୍ତ ରେ ରଖି ପାରିଛୁ । ତେବେ କେନ୍ଦ୍ର ସରକାର ଙ୍କ ଦ୍ଵାରା ବର୍ତ୍ତମାନ ଦେଶ ବ୍ୟାପି ଟୀକା କରଣ ଚାଲିଛି ।ବର୍ତ୍ତମାନ ଦ୍ୱିତୀୟ ଲହରୀ ର ଶେଷ ରେ ଓ ତୃତୀୟ ଲହରୀ ର ପାଦ ଦେଶ ରେ ।

ବୟଜ୍ୟୋଷ୍ଠ , ତା ପରେ ୪୫ ବର୍ଷ ରୁ ଉର୍ଦ୍ଧ୍ବ ଓ ବର୍ତ୍ତମାନ ୧୮-୪୪ ବର୍ଷ ବୟସ ର ଦେଶ ବାସୀ ଙ୍କ ଟୀକା କରଣ ଚାଲିଛି । ତେବେ କାହାର ପ୍ରଥମ ଡୋଜ ତ କାହାର ଦ୍ୱିତୀୟ ଡ଼ୋଜ ଟୀକା କରଣ ହେଉଛି । ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ହେଉଛି ଦୁଇଟି ଟିକା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ।

ତେବେ ଏହି ଟୀକା ନେବା ପରେ ଶରୀର ରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ତଥା କୋରନା ହେବା ର ସମ୍ଭାବନା ହ୍ରାସ ପାଇଥାଏ । ତେବେ ଟୀକା ନେବା ପରେ ମଧ୍ୟ ଅନେକ କିଛି ନିୟମ ରହିଛି ଯାହାକୁ ମାନିବାକୁ ପଡିଥାଏ । ଯେପରି କି ଟୀକା ନେବା ପରେ ଶରୀର କୁ ରେଷ୍ଟ୍ ଦିଆଯାଏ । ତେବେ ଆସୁଥିବା ଏହି ତୃତୀୟ ଲହରରେ ୧୮ ବର୍ଷରୁ ରୁ କମ ବୟସର ପିଲାମାନେ ଅଧିକ ଆକ୍ରାନ୍ତ ହୋଇପାରନ୍ତି ।
ତେବେ ରାଜ୍ୟ ସରକାରଙ୍କ ତରଫରୁ ଶିଶୁ ମାନଙ୍କର ଚିକିତ୍ସା ପାଇଁ ଅତିରିକ୍ତ ୩ ହଜାର ବେଡର ପ୍ରସ୍ତୁତି କରାଯାଇଛି । ଏଥିରେ ୬୦୦ ଆଇସିୟୁ ବେଡ ମଧ୍ୟ ରହିଛି । ଏହା ସହିତ ଶିଶୁମାନଙ୍କର ଚିକିତ୍ସା କରିବା ନିମନ୍ତେ ୪୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯାଉଛି । ତେବେ ମହାମାରୀ ରୁ ରକ୍ଷା ପାଇଁ ଡାଲି, ଚାଉଳ, ରୁଟି ପରି ଖାଦ୍ୟ ଶରୀରରେ ଶକ୍ତି ସ୍ତରକୁ ବଢାଇଥାଏ, ଯାହା ଦୁର୍ବଳତା ସୃଷ୍ଟି କରେ ନାହିଁ ।

କୌଣସି ଭାବେ କୌଣସି ଜଙ୍କ ଫୁଡ୍ ଖାଇବା କଥା ନୁହେଁ । କାରଣ ଏହା ଶରୀର ପାଇଁ ଅନେକ କ୍ଷତି କାରକ ହୋଇଥାଏ । ଶରୀର ରେ ଜଳ ସ୍ତର କୁ ଠିକ୍ ରଖିବା ପାଇଁ କାକୁଡି, କମଳା, ତରଭୁଜ ଭଳି ଫଳ ଖାଇବା ଉଚିତ ଯାହାକି ପାଣିରେ ଭରପୂର ଅଟେ । କଞ୍ଚା କଦଳୀ ଓ ପାଚିଲା କଦଳୀରେ ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ , ଗୁଣ ରହିଛି ଯାହା ଆମ ଶରୀର ରେ ସୁସ୍ଥ ଜୀବାଣୁ ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ।
ତେବେ ତୃତୀୟ ଲହରୀ ରହିବ ସବୁଠାରୁ ଚିନ୍ତା ଜନକ । କାରଣ ପ୍ରଥମ , ଦ୍ୱିତୀୟ ରେ ଯେଉଁ ମାନେ ରହି ଯାଇଥିଲେ , ତୃତୀୟ ଲହରୀ ଟି ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବା ଉଚିତ୍ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।