ଅନୁଭବ ମହାନ୍ତି ଙ୍କ ଦରଦୀ ହୃଦୟ ର ଆଉ ଏକ ନମୁନା । ଅସହାୟ ରେ ଥିବା ଏହି ଯୁବତୀ ଙ୍କୁ ସାହାଯ୍ୟ ର ହାତ ବଢାଇଲେ

0

ଅନେକ ଉଜୁଡ଼ା ଜୀବନ ଏବେ ମଧ୍ୟ ମାଟି କାନ୍ଥ ତଳେ ବିତିଯାଉଛି । ଜୀବନ ର ସଂଘର୍ଷ ରେ କିଏ ମା ବାପା ଙ୍କୁ ହରାଇ ବଞ୍ଚିବାର ରାହା ଖୋଜୁଛି ତ କେଉଁ ମା ବାପା ସନ୍ତାନ କୁ ହରାଇ ଆଶ୍ରା ଖୋଜୁଛନ୍ତି । ସେହିପରି ଜଣେ ୨୨ ବର୍ଷୀୟା ଯୁବତୀ ଜନ୍ମ ବେଳେ ମାଆ ଙ୍କୁ ହରାଇ ରହୁଛନ୍ତି ଏକା

ସଂଘର୍ଷ କରିଚାଲିଛନ୍ତି ଯେଉଁ ଭଗବାନ ଙ୍କୁ ଭଲ ପାଆନ୍ତି ତାଙ୍କ ପାଇଁ ଓ ଘରେ ପୋଷିଥିବା ଦୁଇଟି ପୋଷା କୁକୁର ଙ୍କ ପାଇଁ । ସଦସ୍ୟ କହିବାକୁ ଗଲେ ତାଙ୍କ ର ଏହି ଚାରି ଜଣ ମାତ୍ର । କିନ୍ତୁ ଅନେକ ଦୁଃଖ କଷ୍ଟ ରେ ଦିନ କାଟୁଥିଲେ । ତେବେ ବର୍ତ୍ତମାନ ତାଙ୍କ ତା ବୋଧ ହୁଏ ସଂଘର୍ଷ ର ଦିନ ଅନ୍ତ ହେବାକୁ ବସିଛି । କାରଣ ନାନା ପ୍ରକାର ସ୍ଵୟଂ ସହାୟକ ଗୋଷ୍ଠୀ ଠୁ ଆସିଛି ସାହାଯ୍ୟ ର ହାତ ।

.

ଏ ଭାଇ ଯେତେ ଦିନ ଅଛି ଆଉ କିଛି ଅସୁବିଧା ହେବନାହିଁ । ଯେତେବେଳେ ଯାହା ଦରକାର୍ ହେବ ମୋତେ କଲ୍ କି ମେସେଜ ଗୋଟେ କରିଦେବ । ସ୍ଵୟଂ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଯାଇ ପହଞ୍ଚି ଯାଇଛନ୍ତି ପୂଜା ଦାସ ଙ୍କ ଠାରେ । ମାସଘାଇ ବ୍ଲକ ର ବରେହି ଗାଆଁ ରେ ପୂଜା ଦାସ ଙ୍କ ଘର । ଭିକ୍ଷା କରି ସେହି ଚାରି ଜଣ ଅର୍ଥାତ୍ ଯେଉଁ ଭଗବାନ ଙ୍କୁ ସେ ଭଲ ପାଆନ୍ତି , ୨ ଜଣ କୁକୁର ଓ ନିଜ ପେଟ ପୋଷନ୍ତି ।

ତେବେ ଜନ୍ମ ବେଳେ ଜନ୍ମ ଦେଇ ମା ଚାଲିଗଲେ ଆର ପାରି କୁ । ନିଜ ସ୍ତ୍ରୀ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପୂଜା ଙ୍କ ବାପା କୁଆଡେ଼ ଗଲେ ଯେ ଯାଇଛନ୍ତି , ଆଉ ଫେରିନାହାନ୍ତି । ମାଟି ଘରେ ଛାତ ନାହିଁ । ଦିନବେଳେ ସୂର୍ଯ୍ୟ ର ରଶ୍ମି ଓ ରାତିରେ ଚନ୍ଦ୍ର ଆଲୁଅ ପଡିଥାଏ ଘର ଭିତରେ । ବର୍ଷା ହେଲେ ସିଧା ଆସି ପଡେ ଘରେ । ଏମିତି ଅବସ୍ଥା ରେ ଗୋଟେ ଦେଶ ର ଭବିଷ୍ୟତ ଅନ୍ଧାର ରେ ଭାସିଯାଉଥିବା ବେଳେ ଗଣମାଧ୍ୟମ ରେ ଏହା ପ୍ରସାରଣ ଫଳ ରେ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ଯାଇ ଠିଆ ହୋଇଛନ୍ତି ପୂଜା ଙ୍କ ପାଖରେ ।

ଖୋଦ୍ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଯାଇ ଅବସ୍ଥା ଦେଖି କଥା ବାର୍ତ୍ତା ହୋଇ ପ୍ରତିଶ୍ରୁତି ମଧ୍ୟ ଦେଇ ଛନ୍ତି ପୂଜା ଙ୍କୁ । ଯଥା ଶୀଘ୍ର ଏକ ପକ୍କା ଘର ଓ ରାସନ୍ କାର୍ଡ ର ବ୍ୟବସ୍ଥା ସହିତ ଏକ ଶୌଚାଳୟ ମଧ୍ୟ ସରକାର ଙ୍କ ଠାରୁ ଦେବା ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପୂଜା ଙ୍କ ପଢା ପଢି ବି ଏ ପର୍ଯ୍ୟନ୍ତ ଓ କମ୍ପ୍ୟୁଟର ରେ ମଧ୍ୟ ତାଙ୍କର ନଲେଜ୍ ଥିବା ଜାଣି ଅନୁଭବ ମହାନ୍ତି ତାଙ୍କୁ ଏକ ଚାକିରୀ ର ସୁବିଧା ମଧ୍ୟ କରିଦେବେ ବୋଲି କଥା ଦେଇଛନ୍ତି ।

ଏହା ପରେ ପରେ ଅନେକ ସଂଗଠନ ତରଫ ରୁ ମଧ୍ୟ ଅନେକ ସହାୟତା ରାଶି ଓ ବଞ୍ଚିବା ପାଇଁ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଯାଇ ପହଞ୍ଚିଛି ପୂଜା ଦାସ ଙ୍କ ପାଖରେ । ତେବେ ଯଥା ଶୀଘ୍ର ଏକ ସ୍ଥାୟୀ ସମାଧାନ କରିବା ପାଇଁ ଅନୁଭବ ପ୍ରତିଶ୍ରୁତି ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।